ଉଚ୍ଚ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ କୋଟା ଦେବା ଲାଗି କେନ୍ଦ୍ର କ୍ୟାବିନେଟ୍ ମଂଜୁରି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏପରି ବଡ଼ ନିଷ୍ପତି ନେଇଛି କେନ୍ଦ୍ର କ୍ୟାବିନେଟ୍ । ଏଥିପାଇଁ ସମ୍ବିଧାନ ସଂଶୋଧନ ବିଧେୟକ ଆଣିବା ଲାଗି ପ୍ରସ୍ତୁତ ହେଉଛନ୍ତି ମୋଦୀ ସରକାର । ଆଜି ଲୋକସଭାରେ ସରକ୍ଷଣ ନେଇ ସମ୍ବିଧାନ ସଂଶୋଧନ ବିଲ୍ ଆଗତ ହୋଇଛି । ହେଲେ ବର୍ତର୍ମାନା ଏହାକୁ ଲମ୍ବା ପ୍ରକ୍ରିୟା ଦେଇ ଗତିକରିବାକୁ ପଡିବ । କାହିଁକି ନା ଏହି ସୁବିଧା ପାଇବାକୁ ହେଲେ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜର ଆବଶ୍ୟକ ପଡିବ । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।
ଆୟ ପ୍ରମାଣପତ୍ର
ସରକାରଙ୍କ ତରଫରୁ ସେହି ସମସ୍ତ ଲୋକମାନଙ୍କୁ ଆରକ୍ଷଣର ସୁବିଧା ପ୍ରଦାନ କରାଯିବ, ଯେଉଁମାନଙ୍କର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ । ଏଥିପାଇଁ ଆୟ ପ୍ରମାଣପତ୍ରର ଆବଶ୍ୟକତା ପଡିବ । ସାଧାରଣତଃ ଆୟ ପ୍ରମାଣ ପତ୍ର ସ୍ଥାନୀୟ ତହସିଲରୁ ବନିଥାଏ । ତହସିଲ ବ୍ୟତୀତ ଏହାକୁ ଆପଣ ଜନସେବା କେନ୍ଦ୍ରରୁ ବି ପ୍ରସ୍ତୁତ କରିପାରିବେ । ଏଥିପାଇଁ ସର୍ବନିମ୍ନ ୫୦ ଟଙ୍କା ଲାଗିଥାଏ ।
ଜାତିଗତ ପ୍ରମାଣ ପତ୍ର
ଆରକ୍ଷଣର ଲାଭ ଉଠାଇବା ପାଇଁ ଜାତିଗତ ପ୍ରମାଣପତ୍ରର ବି ଆବଶ୍ୟକତା ରହିଛି । ଏହାକୁ ବି ଆପଣ ସ୍ଥାନୀୟ କିମ୍ବା ଜନସେବା କେନ୍ଦ୍ରରୁ ପ୍ରସ୍ତୁତ କରିପାରିବେ । ଏଥିପାଇଁ ବି ଆୟ ପ୍ରମାଣ ପତ୍ର ଭଳି ପ୍ରକ୍ରିୟା ଦେଇ ଗତିକରିବାକୁ ପଡିବ ।
ବିପିଏଲ କାର୍ଡ
ଏହି କାର୍ଡର ନାଁରୁ ହିଁ ସ୍ପଷ୍ଟ ହୋଇଯାଉଛି କି Bilow the powerty line ଅର୍ଥାତ୍ ଗରିବ ସୀମାରେଖା ତଳେ ବାସକରୁଥିବା ଲୋକ । ଏହି କାର୍ଡ ସେହି ସମସ୍ତ ଲୋକଙ୍କ ପାଇଁ ତିଆରି ହୋଇଛି , ଯେଉଁମାନେ କି ଆର୍ଥିକ ଦୃଷ୍ଟି କୋଣରୁ ଏକ ନିଶ୍ଚିତ ଗରିବ ସୀମାରେଖା ତଳେ ବାସ କରୁଛନ୍ତି । ବିପିଏଲ କାର୍ଡ ଅଧିକୃତ ସରକାରୀ ରାସନ ବିକ୍ରେତା ତରଫରୁ ତିଆରି ହୋଇଥାଏ । କିମ୍ବା ଗ୍ରାମ ପଂଚାୟତ ବିପିଏଲ କାର୍ଡ ତିଆରି କରିଥାନ୍ତି । ଏଥିପାଇଁ ଜମି ସହ ଜଡିତ କିଛି ଦସ୍ତାବିଜ ଦେବାକୁ ପଡିଥାଏ ।
ପାନ କାର୍ଡ
ପାନକାର୍ଡରେ ଫାଇନାନ୍ସିଆଲର ଡିଟେଲ ଦେବାକୁ ହେବ । ଯଦି ଆପଣ ୫୦ ହଜାର ଟଙ୍କାରୁ ଅଧିକ ଟ୍ରାନଜାକ୍ସନ କରୁଛନ୍ତି ତେବେ ପାନ କାର୍ଡର ଆବଶ୍ୟକତା ପଡିବ ନାହିଁ । ଏହାକୁ ଅନଲାଇନ ବନାଇପାରିବେ । ଏଥିପାଇଁ ଅନଲାଇନ ହିଁ ସମସ୍ତ ଫର୍ମ ଭିର ପାରିବେ ହେଲେ ଆପଣଙ୍କୁ ସମସ୍ତ ଡକ୍ୟୁମେଂଟକୁ ଇନକମ ଟ୍ୟାକ୍ସ ଅଫିସ ନିକଟରେ ପଇଠ କରିବାକୁ ହେବ । ତେବେ ଯାଇଁ ଆବେଦନର ପ୍ରକ୍ରିୟା ସଂପୂର୍ଣ୍ଣ ହେବ । ଏହାପରେ ଆପଣଙ୍କର ଆବେଦନ ପତ୍ରକୁ ପ୍ରୋସେସ କରାଯାଇ କାର୍ଡକୁ ଆପଣଙ୍କ ଘର ଠିକଣାରେ ପଠାଇଦିଆଯିବ ।
ଆଧାର କାର୍ଡ
ଆଧାରକାର୍ଡ ପ୍ରସ୍ତୁତ କରିବା ବର୍ତ୍ତମାନ ସମୟରେ ଅତି ସହଜ ହୋଇଗଲାଣି । ଏହାକୁ ଆପଣ ନିକଟସ୍ଥ ଆଧାର କେନ୍ଦ୍ରରୁ ତିଆରି କରିପାରିବେ । ତେବେ ଯେଉଁମାନଙ୍କ ନିକଟରେ ପୂର୍ବରୁ ହିଁ ଆଧାର କାର୍ଡ ଉପଲବ୍ଧ ଥିବ, ତାଙ୍କୁ ଆଧାର କାର୍ଡ ତିଆରି କରିବାକୁ ଆଉ ଦରକାର ପଡିବ ନାହିଁ ।
ଇନକମ ଟ୍ୟାକ୍ସ ରିଟର୍ଣ୍ଣ
ଯଦି ଆପଣଙ୍କର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ ଅଧିକ । ତେବେ ଆପଣ ଇନକମ ଟ୍ୟାକ୍ସ ଭରିବା ଉଚିତ । ତେବେ ଏହାଦ୍ୱାରା କମ ଆୟ ବାଲା ବି ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିବାକୁ ହେବ । ଏହାଦ୍ୱାରା ଆପଣ ଆରକ୍ଷଣର ଲାଭ ନେଇପାରିବେ ।
ଆଡ୍ରେସ୍ ପ୍ରୁଫ୍
ଫଟୋ ଆଇଡି ସହିତ ଆପଣଙ୍କୁ ଆପଣଙ୍କର ଆଡ୍ରେସ୍ ପ୍ରୁଫ୍ ବି ନିଜ ଆପ୍ଲିକେସନ ସହିତ ଦେବାକୁ ହେବ । ଏଥିମଧ୍ୟରୁ କୌଣସି ଗୋଟିଏ ଡକ୍ୟୁମେଂଟକୁ ନିଜ ଫର୍ମ ସହିତ ସଂଲଗ୍ନ କରିବାକୁ ହେବ ।
କେଉଁମାନେ ଏହି ସଂରକ୍ଷଣ ପାଇବେ?
- ଯେଉଁମାନଙ୍କ ରୋଜଗାର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ୍ ହୋଇଥିବ
- ୫ ଏକର ଜମିରୁ କମ୍ ଚାଷ ଜମି ଥିବ
- ୧୦୦୦ ବର୍ଗଫୁଟରୁ କମ୍ ଆବାସିକ ଗୃହ ଥିବ
- ବିଜ୍ଞାପିତ ଅଂଚଳରେ ୧୦୦ ୟାର୍ଡରୁ କମ୍ ଘରବାଡ଼ି ପ୍ଲଟ
- ଅଣ-ବିଜ୍ଞାପିତ ଅଂଚଳରେ ୨୦୦ ୟାର୍ଡରୁ କମ୍ ଆବାସିକ ଜମି ରହିଥିବା ଜରୁରି