ଟେକ୍ନୋଲୋଜି ଜରିଆରେ ବର୍ତମାନ ସମୟରେ ସବୁକିଛି ସ୍ମାର୍ଟ ହେବାରେ ଲାଗିଛି, ମୋବାଇଲ ପରେ ଏବେ ପୋଷାକ ବି ସ୍ମାର୍ଟ ହେବାରେ ଲାଗିଛି ଆଉ ଏଭଳି କମାଲ କରି ଦେଖାଇଛନ୍ତି କନାଡାର କିଛି  ଇଂଜିନିୟର । ଏମାନେ ଏଭଳି ଏକ ସ୍ମାର୍ଟ ପୋଷାକ ଡିଜାଇନ କରିଛନ୍ତି ଯାହାକୁ ପିନ୍ଧିବା ଦ୍ୱାରା ଆପଣ ଶୀତର ପ୍ରକୋପରୁ ରକ୍ଷା ପାଇପାରିବେ । ଖାଲି ଏତିକି ନୁହେଁ , ଏହି ପୋଷାକକୁ ପିନ୍ଧିବା ପରେ ମୋବାଇଲ ଆପରୁ ହିଁ ଟେମ୍ପ୍ରେଚରକୁ ଆଡଜଷ୍ଟ କରିପାରିବେ । ଏହି ସ୍ମାର୍ଟ ପୋଷାକର ନାଁ ରଖାଯାଇଛି ‘ସ୍କିନକୋର’ା ଏଥିରେ ଏକ ଫୁଲ ସ୍ଲିଭର ଟପ ଏବଂ ଲେଗିନ୍ସି ରହିଛି, ଯାହାର ଟେମ୍ପ୍ରେଚର ବ୍ୟକ୍ତି ଅନୁସାରେ ଆପଣା ଛାଏ ବଦଳି ଯାଇଥାଏ । ଉଭୟ ଟପ୍ ଏବଂ ଲେଗିନ୍ସ ହିଁ ସ୍ମାର୍ଟଫୋନ ଆପରୁ ଲିଙ୍କ ହୋଇଛି । ଯାହା ଜରିଆରେ ଗରମ ପାଇଁ ତାପମାତ୍ରାକୁ ଆଡଜଷ୍ଟ କରିପାରିବେ ।

Advertisment

publive-image

 କିଭଳି ପ୍ରସ୍ତୁତ ହୋଇଛି ପୋଷାକ

• ସ୍କିନକୋରର ପ୍ରଡକ୍ଟ ମ୍ୟାନେଜରଙ୍କ କହିବା ଅନୁସାରେ, ଏହି ସ୍ମାର୍ଟ ପୋଷାକର ଟେକ୍ନୋଲୋଜିରୁ ୱାୟରକୁ ବାହାରକୁ ବାହାର କରିବାକୁ ଚାହୁଁଥିଲେ ଏବଂ ଯେତେବେଳେ ସେମାନେ ଟେକ୍ସଟାଇଲ କମ୍ପ୍ୟୁଟିଂ ପ୍ଲାଟଫର୍ମରେ କାମ କରିଥିଲେ ସେତେବେଳେ ତାଙ୍କ ଟିମ ଫାଇବର ଜରିଆରେ ଗରମକୁ ଟ୍ରାନ୍ସଫର କରିବାର ତରିକା ଖୋଜି ବାହାର କରିଥିଲେ ।

• ସେ ଆହୁରୀ ମଧ୍ୟ କହିଛନ୍ତି କି, ଟପ୍ ଏବଂ ଲେଗିନ୍ସିକୁ କଣ୍ଡକ୍ଟିଭ ସୂତା  ଜରିଆରେ ପ୍ରସ୍ତୁତ କରାଯାଇଛି । ଯାହାର ଭିତର ପଟରେ ଉଭୟ ଝାଳ ଶୁଖାଇବା ଏବଂ ବାହାର ପଟେ ଗରମ ପଠାଇବାର କାମ କରିଥାଏ ।

• ଏହି ପୋଷାକରେ ଗୋଟିଏ ୫୬ ଗ୍ରାମର ବ୍ୟାଟେରୀ ବ୍ୟବହାର କରାଯାଇଛି, ଯାହା ଦ୍ୱାରା ୮ ୱାଟର ହିଟିଂ ପାୱାର ଜେନରେଟ ରହିଛି ଏବଂ ତାହା ଜରିଆରେ ୮ ଘଂଟା କାଳ ପୋଷାକକୁ ଗରମ ରଖାଯାଇପାରିବ । ଏଥିରେ ଲଗାଯାଇଥିବା ବ୍ୟାଟେରୀକୁ କୌଣସି ବି ମୋବାଇଲ ଚାର୍ଜରରେ ଚାର୍ଜ କରିପାରିବେ ।

publive-image

ଟେମ୍ପ୍ରେଚର ଅଧିକ ହେଲେ ଅଟୋ ଅଫ ହୋଇଯିବ ପୋଷାକ

• ଏହି ପୋଷାକକୁ ଡିଜାଇଲ କରିଥିବା ଇଂଜିନିୟରଙ୍କ କହିବା କଥା ହେଲା, ଏହି ପୋଷାକ ଶରୀରର ସେହି ସବୁ ଜାଗାକୁ ହିଁ ଉଷ୍ଣତା ପ୍ରଦାନ କରିବ, ଯେଉଁଠି ଏହାର ଆବଶ୍ୟକତା ରହିଛି । ଯେପରିକି ଗଣ୍ଠି, ଗୋଡ, ଜଘଂ ଏବଂ ପାଦ । ଯେବେକି ଏହି ପୋଷାକ ପିଠି ଏବଂ ଛାତି ଭଳି ଜାଗାରେ ସିଧା ସଳଖ ଗରମ ହୋଇନଥାଏ ।

• ଯେଭଳି ହିଁ ଶରୀରର ଟେମ୍ପରେଚର ବୃଦ୍ଧି ପାଇବ, ଏଥିରେ ଲାଗିଥିବା ସେନସରର ଉଷ୍ଣତା ଦେବା ବନ୍ଦ କରି ଦେବ ।  ସେହିପରି ଯେତେବେଳେ ଶରୀରକୁ ଗରମର ଆବଶ୍ୟକତା ପଡିବ, ସେତେବେଳେ ଏଥିରେ ଲାଗିଥିବା ସେନସର କାମ କରିବା ଆରମ୍ଭ କରିଦେବ ।

• ବର୍ତ୍ତମାନ ଏହି ପୋଷାକ କେବଳ କନାଡାରେ ହିଁ ଉପଲବ୍ଧ ଏବଂ ଏହାକୁ ପାଖାପାଖି ୨୬,୭୦୦ଟଙ୍କାରେ ଅନଲାଇନରେ କିଣି ପାରିବେ ।