‘ସରୋଗେସି’ ବିଧେୟକ-୨୦୧୯କୁ ମିଳିଲା କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଂଜୁରୀ । ଏହି ବିଲ କମର୍ସିଆଲ ସରୋଗେସି ଉପରେ ପ୍ରତିବନ୍ଧକ ଲଗାଇଛି । ତେବେ ନୂଆ ବିଲ ଅନୁସାରେ, ସରୋଗେସି ଜରିଆରେ ସନ୍ତାନ ଜନ୍ମ କରୁଥିବା ମାଆ, ଦଂପତିଙ୍କ ରିଲେଟିଭ ତଥା ସଂପର୍କିୟ ହୋଇଥିବେ, ସେ ବିବାହିତା ହୋଇଥିବେ ଏବଂ ତାଙ୍କର ଏକ ପିଲା ମଧ୍ୟ ରହିଥିବ । ବର୍ତ୍ତମାନ ସରୋଗେସି ନେଇ ଦେଶରେ ସେଭଳି କୌଣସି ନିୟମ କାନୁନ ନାହିଁ । ଯେଉଁ କାରଣରୁ ଦେଶରେ ବର୍ତ୍ତମାନ ବିଭିନ୍ନ ପ୍ରକାରର ର୍ୟାକେଟ୍ ସକ୍ରିୟ ହେବାରେ ଲାଗିଛି । ଏମାନେ ଗରିବ ମହିଳାଙ୍କୁ ପ୍ରୋଫେସନାଲ ସରୋଗେଟ୍ ମାଆ ଭଳି ବ୍ୟବହାର କରନ୍ତି ଏବଂ ସେମାନଙ୍କୁ ଶୋଷଣ କରିଥାନ୍ତି । ଯାହାକୁ ରୋକିବା ପାଇଁ ବର୍ତ୍ତମାନ ନୂଆ ବିଲକୁ କେନ୍ଦ୍ରୀୟ କ୍ୟାବିନେଟ୍ ପକ୍ଷରୁ ମଂଜୁରୀ ମିଳିଛି ।
ସରୋଗେସି ସହ ଜଡିତ ଖାସ୍ କଥା
ସରୋଗେସିରେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ପାଇଁ ଗର୍ଭଧାରଣ କରିଥାନ୍ତି । ଏବଂ ସନ୍ତାନ ପ୍ରସବ ପରେ ଜନ୍ମିତ ଶିଶୁଟିକୁ ସରୋଗେସି କରିଥିବା ଦଂପତିଙ୍କୁ ହସ୍ତାନ୍ତର କରିଦିଆଯାଇଥାଏ । ସେହିଭଳି ଏଥିପାଇଁ ବି କିଛି ନିୟମ ରହିଛି । ଯଥା- ସେ ଜଣେ ଭାରତୀୟ ନାଗରିକ ହୋଇଥିବେ ।
• ଲିଗାଲି ମ୍ୟାରେଡ ହେବା ସହିତ ତାଙ୍କ ବିବାହକୁ ଅନ୍ୟୁନ୍ନ ୫ ବର୍ଷ ବିତି ଯାଇଥିବ ।
• ଜଣଙ୍କୁ ମେଡିକାଲ ସାର୍ଟିଫିକେଟ୍ ଦ୍ୱାରା ଗର୍ଭଧାରଣ କରିବାରେ ଅସମର୍ଥ ବୋଲି କୁହାଯାଇଥିବ ।
• ପତ୍ନୀ ୨୩ରୁ ୫୦ ବର୍ଷ ମଧ୍ୟରେ ଏବଂ ପତି ୨୬ରୁ ୫୫ ବର୍ଷ ମଧ୍ୟରେ ହୋଇଥିବା ଦରକାର ।
• ଦଂପତିଙ୍କର କୌଣସି ବି ଜିବିତ ସନ୍ତାନ (ବାୟୋଲଜିକାଲ, ପାଳିତ କିମ୍ବା ସରୋଗେଟ) ପିଲା ନଥିବ ।
କିଏ ବନିପାରିବେ ସରୋଗେଟ୍ ମଦର?
• ସରୋଗେଟ୍ ଜରିଆରେ ପିଲା ଜନ୍ମ କରୁଥିବା ମହିଳା ବିବାହିତା ହୋଇଥିବା ଦରକାର ।
• ସେହିଭଳି ସେ ବି ଜଣେ ମାଆ ହୋଇଥିବା ନିହାତି ଦରକାର ଅର୍ଥାତ୍ ତାଙ୍କର ବି ଗୋଟିଏ ସନ୍ତାନ ମଧ୍ୟ ରହିଥିବା ଦରକାର ।
• ସରୋଗେସିରେ ପିଲା ଜନ୍ମ କରୁଥିବା ମହିଳା ଜଣକ ଦଂପତିଙ୍କର କୌଣସି ସଂପର୍କିୟ ହୋଇଥିବା ଉଚିତ ଏବଂ ସେ ଥରକରେ ହିଁ ସରୋଗେସି ମାଧ୍ୟମରେ ପିଲା ଜନ୍ମ କରିପାରୁଥିବେ ।