ସୁପ୍ରିମକୋର୍ଟଙ୍କ ବଡ ଘୋଷଣା: ସ୍ୱାମୀଙ୍କଠାରୁ ଅଲଗା ରହିଲେ ସ୍ତ୍ରୀ, ରୁଜୁ କରିପାରିବେନି ଏହି ମାମଲା

109

ବିବାହିତ ପୁରୁଷ ଏବଂ ମହିଳାଙ୍କୁ ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି । ଯେଉଁଥିରେ ସ୍ପଷ୍ଟ ଭାବରେ କୁହାଯାଇଛି କି, ବିଚ୍ଛେଦ ତଥା ସ୍ୱାମୀଙ୍କଠାରୁ ଛାଡପତ୍ର ପାଇଥିବା ମହିଳା ଶାଶୂଘର ଲୋକଙ୍କ ବିରୋଧରେ ଯୌତୂକ ଜନିତ କୌଣସି ବି ମାମଲା ରୁଜୁ କରିପାରିବେ ନାହିଁ ।

ସୂଚନା ମୁତାବକ, ଜଷ୍ଟିସ୍ ଏସଏ ବୋବଡେ ଏବଂ ଜଷ୍ଟିସ ଏଲ ନାଗଶ୍ୱେର ରାଓ ଆଇପିସିର ଧାରା ୪୯୮-ଏ ଉପରେ କହିଛନ୍ତି କି, ଯଦି ପତି-ପତ୍ନୀଙ୍କ ମଧ୍ୟରେ ଛାଡପତ୍ର ଦିଆନିଆ ଯାଇସାରିଛି ତେବେ ଉକ୍ତ ମହିଳା ଜଣକ ଛାଡପତ୍ର ପରେ ଆଉ ଯୌତୂକ ଫେରାଇବା ପାଇଁ ଦାବି କରିପାରିବେ ନାହିଁ । ସେହିପରି ଯୌତୂକ ନିଷେଧ ଅଧିନିୟମ ୧୯୬୧ର ଧାରା ୩/୪ ଅନୁସାରେ ମଧ୍ୟ ମାମଲା ଦାଖଲ ହୋଇପାରିବେ ନାହିଁ ।

ଆଇପିସିର ଧାରା ୪୯୮-ଏ କଣ?

ଆମ ଦେଶରେ ଅଶି ଦଶକରେ ଯୌତୂକକୁ ନେଇ ମହିଳାମାନଙ୍କୁ ପ୍ରତାଡିତ କରାଯାଉଥିଲା । ଯାହା ପରେ ଦେଶର ଅନେକ ସାମାଜିକ ସଂଗଠନଗୁଡିକ ଏକତ୍ର ହୋଇ ଯୌତୂକ ଜନିତ ଅପରାଧ ବିରୋଧରେ ସ୍ୱର ଉତୋଳନ କରିଥିଲେ । ତେବେ ବହୁ ବାଦ ବିବାଦ ପରେ ଭାରତୀୟ ଦଣ୍ଡ ସଂହିତା ତଥା ଆଇପିସିର ଧାରା ୪୯୮-ଏକୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଗଲା । ଧାରା ୪୯୮-ଏ ଅର୍ଥ ହେଲା, କୌଣସି ବି ମହିଳା ଉପରେ ତାଙ୍କ ସ୍ୱାମୀ କିମ୍ବା ଶାଶୂଘର ଲୋକଙ୍କ ଦ୍ୱାରା କୌଣସି ପ୍ରକାରର କ୍ରୁରତା ପରିସ୍ଥିତିରେ ବଂଚାଇବାର ନିୟମ ତଥା ଆଇନ୍ ।

ଯୌତୂକ ନିଷେଧ ଅଧିନିୟମ ୧୯୬୧ କଣ?

ଯୌତୂକ ନିଷେଧ ଅଧିନିୟମ ୧୯୬୧ ଅନୁସାରେ ଯୌତୂକ ଦେବା ଏ ଗ୍ରହଣ କରିବା କିମ୍ବା ଯୌତୂକ ନେଣ ଦେଣରେ ସହଯୋଗ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା । ଏହି ନିୟମ ଅନ୍ୁସାରେ, ଉକ୍ତ ବ୍ୟକ୍ତିବିଶେଷଙ୍କୁ ୫ ବର୍ଷ କାଳ ଜେଲ ଦଣ୍ଡାଦେଶ ମିଳିବା ସହ ୧୫ ହଜାର ଟଙ୍କା ଜରିମାନା ବାବଦକୁ ଦେବାକୁ ପଡିବ । ସେହିପରି ଯୌତୂକ ପାଇଁ ନିର୍ଯାତନା ଦେବା ଉପରେ ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୮-ଏ , ଯାହା କି ସ୍ୱାମୀ ଏବଂ ଶାଶୂଘର ଲୋକଙ୍କ ଦ୍ୱାରା ଅବୈଧାନିକ ଦାବି ମାମଲାରେ ସମ୍ବନ୍ଧିତ ଅଟେ, ଏହି ଧାରା ଅନୁସାରେ ୩ ବର୍ଷ କାଳ ଜେଲ ଦଣ୍ଡାଦେଶ ସହ ଜରିମାନା ଦେବାକୁ ପଡିଥାଏ । ଧାରା ୪୦୬ ଅନୁସାରେ, ଯଦି ମହିଳାଙ୍କ ସ୍ୱାମୀ ଏବଂ ଶାଶୂଘର ଲୋକେ ଯୌତୂକ ବାବଦକୁ ନେଇଥିବା କୌଣସି ବି ଜିନିଷ ଫେରସ୍ତ କରିବାକୁ ମନା କରନ୍ତି ତେବେ ଏଥିପାଇଁ ତାଙ୍କୁ ଉଭୟ ୩ ବର୍ଷ କାଳ ଜେଲ ଦଣ୍ଡ ଏବଂ ଜରିମାନା ଦେବାକୁ ପଡିବ ।