ଏଣିକି ସୂର୍ଯ୍ୟାଲୋକରୁ ବି ଚାଲିପାରିବ ଘରର ସମସ୍ତ ବୈଦ୍ୟୁତିକ ଉପକରଣ । ଜାଣନ୍ତୁ କିପରି

47

ବର୍ଷକ ପାଇଁ ମନୁଷ୍ୟକୁ ଯେତିକି ପରିମାଣର ଶକ୍ତି ଆବଶ୍ୟକତା ରହିଥାଏ, ସେତିକି ପରିମାଣର ଶକ୍ତି ଆମକୁ ସୂର୍ଯ୍ୟଙ୍କଠାରୁ ମାତ୍ର ଘଂଟାକ ମିଧ୍ୟରେ ମିଳିପାରିବ । କିନ୍ତୁ ଶକ୍ତିର ଏହି ପ୍ରାକୃତିକ ଉପହାରକୁ ବ୍ୟବସାୟୀକ ଶକ୍ତିର ଉତ୍ସ ଭାବରେ ଗ୍ରହଣ କରିବାର ତରିକା ଏବଂ ଏହାର ବିକାଶ ମାନବ ଜାତି ପାଇଁ ସବୁବେଳେ ଏକ ଚ୍ୟାଲେଂଜ ହୋଇ ରହିଆସିଛି । ଆଉ ଏହି ଚ୍ୟାଲେଜକୁ ବି ଆଜିର ମଣିଷ ମାତ୍ ଦେଇପାରିଛି । ୟୁକେ ସ୍ଥିତ ୟୁନିଭର୍ସିଟି ଅଫ ଏକ୍ସେଟରରେ ଜଣେ ଭାରତୀୟ ବୈଜ୍ଞାନିକ ଗୋବିନ୍ଦର ସିଂ ଏଭଳି କରି ଦେଖାଇଛନ୍ତି । ସୂର୍ଯ୍ୟାଲୋକରୁ କିଭଳି ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ ଏନେଇ ଏକ ନୂତନ ଆଶା ସଂଚାର କରିଛନ୍ତି ।

ସାଇଂଟିଫିକ ରିପୋର୍ଟସରେ ପ୍ରକାଶିତ ଏକ ତଥ୍ୟ ଅନୁସାରେ, ଗବେଷକଙ୍କ ଏକ ଦଳ ସୂର୍ଯ୍ୟ ରଶ୍ମୀକୁ ବ୍ୟବହାର କରି ପାଣିରେ ଥିବା ଘଟକ ତତ୍ୱ ଉଭୟ ହାଇଡ୍ରୋଜେନ ଏବଂ ଅକ୍ସିଜେନକୁ ପୃଥକ ପୃଥକ କରିବା ସହିତ ଏକ ନୂଆ ପଦ୍ଧତିର ବିକଶିତ କରିଛନ୍ତି । ଯାହାକୁ ଇନ୍ଧନ ରୂପରେ କରାଯାଇ ପାରିବ । ଆଉ ଏହି ଇନ୍ଧନ ଲୋକେ ନିଜର ଦୈନନ୍ଦିନ କାମରେ ବ୍ୟବହାର କରିପାରିବେ । ଖାଲି ଏତିକି ନୁହେଁ, ୟୁନିଭର୍ସିଟି ତରଫରୁ ଜାରି କରାଯାଇଥିବା ଏକ ତଥ୍ୟରୁ ସ୍ପଷ୍ଟ କରାଯାଇଛି କି, ଏହି କୃତ୍ରିମ ଶକ୍ତି ସଂଶ୍ଳେଷଣ ପଦ୍ଧତିରେ ହାଇଡ୍ରୋଜେନ ଇନ୍ଧନ ସୃଷ୍ଟି କରିବାରେ ସହାୟତା ହେବ ।