ହେଲମେଟ ନିର୍ମାତା କଂପାନୀ steelbird Hitech India ତରଫରୁ ବର୍ତ୍ତମାନର ସବୁଠୁ ଇନୋଭେଟିଭ ହେଲମେଟ ‘ଏସବିଏ-୧ ଏଚଏଫ’ ଲଂଚ କରାଯାଇଛି । ତେବେ ଏହି ହେଲମେଟର ମୁଖ୍ୟ ଆକର୍ଷଣ ହେଉଛି, ଏଥିରେ ରାଇଡିଂ ସମୟରେ ବାଇକ୍ ଆରୋହୀ ଫୋନ କଲ ଆଟେଂଣ୍ଡ କରିପାରିବା ସହ ଗୀତ ମଧ୍ୟ ଶୁଣିପାରିବେ । ଏସବିଏ-୧ ଏଚଏଫ ବ୍ୟାଟେରୀ ରହିତ ଅଟେ ଏବଂ ଉନ୍ନତ ମାନର କ୍ୱାଲିଟିର ସାଉଣ୍ଡ ଆଉଟପସ୍ୱଙ୍କ ଦେଇଥାଏ । ଏହି ହେଲମେଟଟି ୩ଟି ରଙ୍ଗରେ ତଥା ରେଡ୍, ବ୍ଲାକ୍ ଏବଂ ହ୍ୱାଇଟ୍ ରଙ୍ଗରେ ଉପବଲ୍ଧ । ସେହିପରି ଏହି ହେଲମେଟର ସାଇଜ୍ ରହିଛି ୫୮ ସେମିରୁ ୬୦ ସେମି ମଧ୍ୟରେ । ଏହାକୁ ଆପଣ ସମସ୍ତ steelbird ଆଉଟଲେଟ୍ www.steelbirdhelmet.com ରେ କିଣିପାରିବେ । ତେବେ ଏହି ହେଲମେଟର ଦାମ ରହିଛି ମାତ୍ର ୨୫୮୯ ଟଙ୍କା ।
ଖାଲି ଏତିକି ନୁହେଁ, ଏହି ହେଲମେଟ ଫୋନରୁ Aux cable ସହ ସଂଯୋଗ କରାଯାଇଛି । ଏସବିଏ-୧ ଏଚଏଫ ହେଲମେଟରେ ଉନ୍ନତମାନର ଆଧୂନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ଯେଉଁ କାରଣରୁ ଏଥିରେ ଟ୍ରାଫିକ କୋଳାହଳ ବାଇକ୍ ଆରୋହୀଙ୍କୁ ଶୁଣାଯିବ ନାହିଁ । ଏଥି ସହିତ ହିଁ ଏହି ହେଲମେଟ ରାଇଡରଙ୍କୁ ଗାଡି ଚଲାଇବା ସମୟରେ ଆସନ୍ନ ଦୁର୍ଘଟଣା ସଂପର୍କରେ ଅବଗତ କରାଇବ । ତେବେ ଗୋଟିଏ ଶଦ୍ଦରେ କହିବାକୁ ଗଲେ ଏହି ହେଲମେଟ ରାଇଡରଙ୍କୁ ଉଭୟ ସୁରକ୍ଷା ଏବଂ ମନୋରଂଜନ ସହିତ ଯାତ୍ରାକୁ ଆନନ୍ଦଦାୟକ କରିବାରେ ସହଯୋଗ କରିଥାଏ ।
steelbirdଏହି ସିଙ୍ଗଲ ଡାଏରେକ୍ସନାଲ ମାଇକ୍ରୋଫୋନ ସହ ନଏଜ କ୍ୟାସିଲେସନ, ଗୁଗଲ ଆସିଷ୍ଟାଂଟ ପର୍ଯ୍ୟନ୍ତ ଅତି ସହଜରେ ପହଂଚିବା ସହ ଫୋନ କଲ କନେକ୍ଟ ଏବଂ ଡିସକନେକ୍ଟ କରିବାର ବିକଳ୍ପ ମଧ୍ୟ ରହିଛି । ନୂଆ ହେଲମେଟକୁ ଆଇପି୫ Waterproof handfree ସହିତ ଜଳ ପ୍ରତିରୋଧକ ବ୍ୟବସ୍ଥା ଦିଆଯାଇଛି । ଏହି ହେଲମେଟ ବାଇକ୍ ଆରୋହୀଙ୍କୁ ଟ୍ରାଫିକ୍ , ହର୍ଣ୍ଣ କିମ୍ବା ଆମ୍ବୁଲାନ୍ସର ସାଇରନ ସଂପର୍କରେ ବି ଅବଗତ କରାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/21.jpg)
/kanak/media/post_attachments/wp-content/uploads/2019/01/dc-Cover-p3i5laibnuod7ll0nbh57ioou1-20190109175753.Medi_-300x168.jpeg)
/kanak/media/post_attachments/wp-content/uploads/2019/01/23-300x207.jpg)