ଏଣିକି ଦଶ ଗୁଣିତ ବୃଦ୍ଧି ପାଇବ ଆପଣଙ୍କ ମୋବାଇଲର ଇଂଟରନେଟ୍ ସ୍ପିଡ୍ ! ଆପଣାନ୍ତୁ ଏହି ୪ଟି ସହଜ ତରିକା 

66

ଟେଲିକମ ଜଗତରେ ରିଲାଏନ୍ସ ଜିଓର ଦମଦାର ଏଂଟ୍ରି ପରେ ୟୁଜର୍ସଙ୍କୁ ମୋବାଇଲର ଡାଟା ସ୍ପିଡକୁ ନେଇ ଆଉ କୌଣସି ବି ସମସ୍ୟାର ସାମ୍ନା କରିବାକୁ ପଡିନାହିଁ । କିନ୍ତୁ ଏବେବି ଅନେକ ୟୁଜର୍ସ ରହିଛନ୍ତି ଯେଉଁମାନେ କି ୨ଜି ହିଁ ବ୍ୟବହାର କରୁଛନ୍ତି ଏବଂ କମ ସ୍ପିଡରେ ଇଂଟରନେଟ୍ ବ୍ରାଉଜିଂ କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ଆଜି ଆମେ ୨ଜି ୟୁଜର୍ସଙ୍କ ପାଇଁ ଏକ ଏଭଳି ତରିକା ଜଣାଇବାକୁ ଯାଉଛୁ ଯାହାଦ୍ୱାରା କି ସେମାନେ ଅଧିକ ସ୍ପିଡରେ ଇଂଟରନେଟ୍ ବ୍ରାଉଜିଂ କରିପାରିବେ । ଆଜ୍ଞା ହଁ ! ଗୁଗଲ ପ୍ଲେ ଷ୍ଟୋରରେ ଏକ ଏଭଳି ଆପ ଉପଲବ୍ଧ । ଯାହା ଜରିଆରେ ଇଂଟରନେରର ସ୍ପିଡିକୁ ଦୁଇ କି ଚାରି ଗୁଣ ନୁହେଁ ବରଂ ଦଶ ଗୁଣିତ ବୃଦ୍ଧି କରାଯାଇ ପାରିବ । ତେବେ ଏହି ଆପର ନାଁ  ହେଉଛି ‘ପୁଫ୍ଫିନ ୱେବ୍ ବ୍ରାଉଜର’ । ଏହାର ବ୍ୟବହାର ମଧ୍ୟ ଉଭୟ ୩ଜି ଏବଂ ୪ଜି ୟୁଜର୍ସ କରିପାରିବେ ।

ବ୍ୟବହାର ପ୍ରକ୍ରିୟା

• ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ଗୁଗଲ ପ୍ଲେ ଷ୍ଟୋରକୁ ଯିବାକୁ ପଡିବ ।

• ଏଠାରେ ଆପଣଙ୍କୁ ସର୍ଚ୍ଚ ବାରରେ ପୁଫ୍ଫିନ ୱେବ୍ ବ୍ରାଉଜର ଟାଇପ କରିବାକୁ ପଡିବ ଏବଂ ଡାଉନଲୋଡ କରି ଇନଷ୍ଟଲ କରିବାକୁ ପଡିବ ।• ତେବେ ଏହା ପାଖାପାଖି ୧୪ ଏମବିର ଆପ ଅଟେ । ଇନଷ୍ଟଲ ହେବା ପରେ ଏହାକୁ ଓପନ କରିବାକୁ ପଡିବ ।

• ଏହାପରେ ଆପଣଙ୍କୁ ୩ଥର ‘ନେକଷ୍ଟ’ ଉପରେ ‘କ୍ଲିକ୍’ କରିବାକୁ ପଡିବ । ଏହାପରେ ଆପଣଙ୍କୁ ଯାହା ବି ‘ୟୁଆରଏଲ’ ଓପନ କରିବେ ତାହା ପୂର୍ବ ଅପେକ୍ଷା ଅଧିକ ସ୍ପିଡ ସହିତ ଓପନ ହେବାକୁ ଲାଗିବ । ଏଥିସହିତ ଇଂଟରନେଟର ସ୍ପିଡ ମଧ୍ୟ ବଢିଯିବ ।

• ଧ୍ୟାନ ରଖିବେ କି ଏହାଦ୍ୱାରା ଆପଣ କେବଳ ବ୍ରାଉଜିଂ କରିପାରିବେ । କାରଣ ଏଥିରେ ଡାଉନଲୋଡିଂର ବିକଳ୍ପ ଉପଲବ୍ଧ ନାହିଁ ।

ଏହାଛଡା ପୁଫ୍ଫିନ ୱେବ୍ ବ୍ରାଉଜର ଭଳି ଏଭଳି ଅନେକ ବ୍ରାଉଜର ଉପଲବ୍ଧ, ଯାହା କି ୨ଜି ଇଂଟରନେଟରେ ବି ଦ୍ରୁତ ଗତିରେ ବ୍ୟବହାର କରାଯାଇପାରିବ । ଯେଉଁଥିରେ ବୋଲ୍ଟ ଫାଷ୍ଟଟେଷ୍ଟ ଆଣ୍ଡ୍ରଏଡ ବ୍ରାଉଜର, ଫାଷ୍ଟ ସ୍ପିଡ ବ୍ରାଉଜର, ଫାଷ୍ଟଟେକଷ୍ଟ ମୋବାଇଲ ବ୍ରାଉଜର ଏବଂ ଇଂଟରନେଟ୍ ବ୍ରାଉଜର ୨ଜି ୩ଜି ଆଦି ସାମିଲ । ଏଠାରେ ଆମେ କହି ରଖୁଛୁ କି, ଏମାନଙ୍କ ମଧ୍ୟରୁ ଅନେକ ବ୍ରାଉଜରର ଆପ ଉପଲବ୍ଧ ନଥାଏ, ଯାହାର ବ୍ୟବହାର ପାଇଁ ଏହାର ଏପିକେ ଫାଇଲକୁ ଡାଉନଲୋଡ କରିବାକୁ ପଡିଥାଏ ।

ସୌଜନ୍ୟ: ଅମର ଉଜାଲା