ବେରୋଜଗାରୀଙ୍କୁ ପୁଣି ଏକ ସୁଯୋଗ ଦେଲା ଭାରତୀୟ ରେଳ ମନ୍ତ୍ରାଳୟ ! ୨୬୫୨ଟି ପଦବୀ ପାଇଁ ଜାରି କଲା ବିଜ୍ଞପ୍ତି କିନ୍ତୁ ଏଭଳି କରିବାକୁ ହେବ ଆବେଦନ

48

ନିକଟରେ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ ଗୋଟିଏ ପଦ ପାଇଁ ଆବେଦନ କରିଥିଲେ ଲକ୍ଷାଧିକ ଆଶାୟୀପ୍ରାର୍ଥୀ । ଯାହାଦ୍ୱାରା ଚାକିରି ମିଳିବା ନେଇ ଆବେଦନକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଯାଇଛି । ସେହିପରି ରେଳ ବିଭାଗ ପାଇଁ ମଧ୍ୟ ଏହା କୌଣସି ପରୀକ୍ଷାରୁ କମ ନୁହେଁ କାରଣ ଏତେ ସଂଖ୍ୟକ ଆଶାୟୀପ୍ରାର୍ଥୀଙ୍କୁ ଚୟନ କରିବା ବିଭାଗ ପକ୍ଷେ ଅସମ୍ଭବ ହୋଇପଡିଛି । ତେବେ ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ପୁଣି ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହାକି ଦକ୍ଷିଣ ରେଲୱେ ପକ୍ଷରୁ ଜାରି କରାଯାଇଛି । ଏହାରି ଜରିଆରେTrade Handymanପବଦୀ ପାଇଁ ଆଶାୟୀପ୍ରାର୍ଥୀଙ୍କର ଚୟନ କରାଯିବ । ଏଥିରେ ଭର୍ତ୍ତି ପାଇଁ ଇଚ୍ଛୁକ ଆଶାୟୀପ୍ରାର୍ଥୀ ଦକ୍ଷିଣ ରେଲୱେର ଅଫିସିଆଲ ୱେବସାଇଟ୍ sr.indianrailways.gov.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ: ଏଥିରେ ୨୬୫୨ଟି ପଦବୀ ପାଇଁ ଆଶାୟୀପ୍ରାର୍ଥୀ ଚୟନ କରାଯିବ ଏବଂ Trade Handymanପଦବୀ ପାଇଁ ଆଶାୟୀପ୍ରାର୍ଥୀଙ୍କର ଚୟନ ହେବ । ଏହି ପଦବୀରେ ଫିଟର, ୱେଲ୍ଡର, ମେସିନିଷ୍ଟ, ଇଲେକ୍ଟ୍ରିସିଆନ, ପେଂଟର,ପଲଂବର, ୱାୟରମ୍ୟାନ ଆଦି ପଦବୀ ସାମିଲ ।

ଦରମା: ଏଥିରେ ମନୋନ୍ନିତ ଆଶାୟୀପ୍ରାର୍ଥୀଙ୍କର ମାସିକ ଦରମା ୫,୭୦୦ଟଙ୍କା ହେବ ।

ଶିକ୍ଷାଗତ ଯୋଗ୍ୟତା: ଏହି ଚାକିରି ପାଇଁ ଆବେଦନ କରିଥିବା ଆଶାୟୀପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ ହୋଇଥିବା ବେଳେ ସଂମ୍ବନ୍ଧିତ ବିଷୟ ବସ୍ତୁ ଉପରେ ଆଇଡିଆଇ କରିଥିବା ନିହାତି ଆବଶ୍ୟକ ।

ବୟସ ସୀମା: ଆବେଦନ କରିଥିବା ଆବେଦନକାରୀଙ୍କ ୨୪ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ ଏବଂ ଫିଟର ପଦ ପାଇଁ ଆଶାୟୀପ୍ରାର୍ଥୀଙ୍କର ବୟସ ୨୨ ବର୍ଷ ବୟସ ଭିତରେ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ: ଆବେଦନ କରିବା ପାଇଁ ଆଶାୟୀପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଫିସ ପେମେଂଟ କରିବାକୁ ହେବ । ସେହିପରି ଏସସି,ଏସଟି, ଦିବ୍ୟାଙ୍ଗ ଏବଂ ମହିଳାଙ୍କ ପାଇଁଏହା ନିଃଶୁଳ୍କ ଅଟେ ।

କିପରି ହେବ ଚୟନ: ଆଶାୟୀପ୍ରାର୍ଥୀଙ୍କର ଚୟନ ମେରିଟ୍ ଲିଷ୍ଟ ଆଧାରରେ କରାଯିବ ।

ଚାକିରି କରିବାର ଠିକଣା: ଚେନ୍ନାଇ