ସୂର୍ଯ୍ୟାସ୍ତ ପରେ କାହିଁକି ହୁଏନି ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର ! ଜାଣନ୍ତୁ କିଛି ରହସ୍ୟମୟ ରୀତିନୀତି

118

ଗରୁଡ ପୁରାଣର ଏକ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କି, ଯଦି କୌଣସି ମନୁଷ୍ୟର ମୃତ୍ୟୁ ଘଟେ ତେବେ ତାର ସମସ୍ତ କ୍ରିୟାକର୍ମ ସୂର୍ଯ୍ୟାସ୍ତ ପୂର୍ବରୁ ହିଁ କରାଯାଇଥାଏ । ମୃତକର ଅନ୍ତିମ ସଂସ୍କାର କରିବା ପରେ ପାଖାପାଖି ୧୩ ଦିନ ଧରି ଏହାକୁ ବହୁ ରୀତିନୀତିରେ ପାଳନ କରାଯାଇଥାଏ । ଏବଂ ପୁନଶ୍ଟ ଘରର ଶୁଦ୍ଧିକ୍ରିୟା କରାଯାଇଥାଏ । ପୁରାଣରେ ଉଲ୍ଲେଖ ରହିଛି କି, ସୂର୍ଯ୍ୟାସ୍ତ ପରେ ଶବଦାହ କରାଯିବା ଅନୁଚିତ୍ । ଏହାଛଡା ଯଦି କୌଣସି ବ୍ୟକ୍ତିର ରାତ୍ରି ସମୟରେ ମୃତ୍ୟୁ ଘଟିଥାଏ ତେବେ ତାର ପରଦିନ ଅର୍ଥାତ୍ ସୂର୍ଯ୍ୟ ଉଦୟ ହେବା ପରେ ଯାଇ ଶବ ସଂସ୍କାର କରାଯାଇଥାଏ । କାରଣ ଯଦି ରାତି ସମୟରେ ଶୁଦ୍ଧିକ୍ରୀୟା କରାଯାଏ ତେବେ ମୃତ ବ୍ୟକ୍ତିର ଆତ୍ମାକୁ ଶାନ୍ତି ମିଳି ନଥାଏ । ଏବଂ ପରଲୋକରେ ସେ ବହୁତ କଷ୍ଟ ପାଇବା ସହ ପରବର୍ତ୍ତି ଜନ୍ମରେ ମଧ୍ୟ ସେ ଶାରୀରିକ ଭିନ୍ନକ୍ଷମ ହୋଇ ଜନ୍ମ ନେଇଥାଏ ।

କଣା ମାଠିଆରେ ଜଳ ପରିକ୍ରମା

ଯେତେବେଳେ କୌଁଣସି ବ୍ୟକ୍ତିର ଶବ ସଂସ୍କାର କରାଯାଏ ସେତେବେଳେ ଏକ କଣା ମାଠିଆରେ ପାଣି ଭର୍ତ୍ତି କରାଯାଇ ଶବ ଚାରିପାଖରେ ପରିକ୍ରମା କରାଯାଇଥାଏ । ଏହା ଏଥିପାଇଁ କରାଯାଇଥାଏ କି, ଏହାଦ୍ୱାରା ମୃତ ବ୍ୟକ୍ତିର ତାର ଶରୀର ପ୍ରତି ଥିବା ଲୋଭ ତଥା ମୋହକୁ ଭଙ୍ଗ କରାଯାଇ ପାରିବ । ତେବେ ଏହାର ଅନ୍ୟ ଏକ କାରଣ ହେଲା, ପ୍ରତ୍ୟେକ ବ୍ୟକ୍ତିର ଜୀବନ ଏକ କଣା ପାଣି ମାଠିଆ ସଦୃଶ୍ୟ । ଏବଂ ଏଥିରେ ଥିବା ପାଣି ହେଉଛି ସମୟ । ଆଉ ଯେତେବେଳେ ଏହି କଣା ମାଠିଆରେ ପାଣି ସରିଯାଏ ସେତେବେଳେ ତାର ବଂଚିବାର ସମୟ ସୀମା ମଧ୍ୟ ସରିଯାଏ ଆଉ ସେ ପରଲୋକକୁ ପ୍ରସ୍ଥାନ କରିଥାଏ ।

ମହିଳା ହୁଅନ୍ତି ନାହିଁ ସାମିଲ

ଏହି କ୍ରିୟା କର୍ମରେ ମହିଳାଙ୍କୁ ସାମିଲ କରାଯାଇ ନଥାଏ । ଅର୍ଥାତ୍ ଶବ ଯାତ୍ରାରେ ଶ୍ମସାନକୁ ମହିଳାଙ୍କୁ ଯିବା ପାଇଁ ବାରଣ କରାଯାଇଥାଏ । କୁହାଯାଏ, ନକରାତ୍ମକ ଶକ୍ତିର ପ୍ରଭାବ ଅଧିକ ମହିଳାଙ୍କ ଉପରେ ହିଁ ପଡିଥାଏ । ତେବେ ନକାରାତ୍ମକ ଶକ୍ତି ସେହି ମହିଳାଙ୍କୁ ଶିକାର କରିଥାଏ, ଯେଉଁ ମହିଳାଙ୍କ ଆତ୍ମା ଦୁର୍ବଳ ଏବଂ ଅପବିତ୍ର ହୋଇଥାଏ । ଯେଉଁଥିପାଇଁ ମହିଳାଙ୍କୁ ଏହି କାର୍ଯ୍ୟରେ ସାମିଲ କରାଯାଇ ନଥାଏ । ଏହାର ଅନ୍ୟ ଏକ କାରଣ ମଧ୍ୟ ରହିଛି , ହିନ୍ଦୁ ପରମ୍ପରା ଅନୁସାରେ, ଶବ ଯାତ୍ରାରେ ଯିଏ ବି ସାମିଲ ହୁ୍ଅନ୍ତି ତାଙ୍କୁ ନଣ୍ଡା ହେବାକୁ ପଡିଥାଏ । ଯେଉଁ କାରଣରୁ ମହିଳାଙ୍କୁ ସେଠାକୁ ଯିବା ସଂପୂର୍ଣ୍ଣ ନିଷେଧ । ସେହିପରି ଶାସ୍ତ୍ରରେ ଉଲ୍ଲେଖ ରହିଛି କି, ମହିଳାମାନେ ଶ୍ମସାନରେ କାନ୍ଦିବା ଦ୍ୱାରା ମୃତ ବ୍ୟକ୍ତି ଆତ୍ମାକୁ ଶାନ୍ତି ମିଳି ନଥାଏ ।