ଏସବିଆଇ ଆରମ୍ଭ କଲା ଏକ ବିଶେଷ ସୁବିଧା ! ମାତ୍ର ୧୫ ମିନିଟରେ ତିଆରି କରନ୍ତୁ ନିଜ ଫଟୋ ଥିବା ଡେବିଟ୍ କାର୍ଡ

38

ଦେଶର ସବୁଠାରୁ ବଡ ବ୍ୟାଙ୍କ ତଥା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସବିଆଇ ନିଜର ଗ୍ରାହକଙ୍କ ପାଇଁ ଏକ ବିଶେଷ ସୁବିଧା ଭେଟି ଦେଇଛି । ଯେଉଁଥିରେ ବ୍ୟାଙ୍କ ତା’ର ୧୪୩ ଶାଖାଗୁଡିକୁ ଆଧୂନିକ ଜ୍ଞାନ କୌଶଳରେ ଅନ୍ତର୍ଭୁକ୍ତ କରିଛି । ଯାହାଦ୍ୱାରା ଯେଉଁ ସବୁ କାମ ପାଇଁ ସପ୍ତାହେ କିମ୍ବା ମାସେ ଲାଗିଯାଉଥିଲା । ତାହା ବର୍ତ୍ତମାନ ମାତ୍ର କେଇ ମୁହୂର୍ତ୍ତ ରେ ହୋଇଯିବ । ବ୍ୟାଙ୍କିଂ ସେବାଗୁଡିକର ଅତିରିକ୍ତ ଏମବିଆଇର ସହଯୋଗୀ କଂପାନୀ ଲାଇଫ ଇନସ୍ୟୁରାନ୍ସ, ଜେନେରାଲ ଇନସ୍ୟୁରାନ୍ସ, ମ୍ୟୁଚୁଆଲ ଫଣ୍ଡ ,କ୍ରେଡିସ ଏବଂ ଏସବିଆଇ କ୍ୟାପ ସିକ୍ୟୁରିଟି ଜରିଆରେ ଇନଲାଇନ ଟ୍ରେଡିଂ ସଂପର୍କରେ କାମ କରିପାରିବେ । ତେବେ ଏସବିଆଇରର ଏହି ସୁବିଧାର ନାଁ ରହିଛି ‘ଏସବିଆଇଇନଟଚ’ ।

ଆପଣଙ୍କର ଜାଣିବା ପାଇଁ ଏଠାରେ ଆମେ କହିରଖୁଛୁ କି, ଏସବିଆଇଇନଟଚ ଶାଖା ଜରିଆରେ ସଂଚୟ ଖାତା, କରେଂଟ ଖାତା, ପିପିଏଫ ଖାତା ଆଦି ସହଜରେ ଖୋଲି ପାରିବେ । ଆକାଉଂଟ ଓପନିଂ କିୟୋସ୍କ (ଏସକେ) ମାଧ୍ୟମରେ ସବୁକାମଗୁଡିକ ଟଚ ମାଧ୍ୟମରେ ସଂପନ୍ନ କରାଯାଇପାରିବ । ତେବେ ଏହାର ସବୁଠାରୁ ବିଶେଷ ବୈଶିଷ୍ଟ୍ୟ ହେଲା କି ଡେବିଟ କାର୍ଡ ପ୍ରିଟିଂ କିୟୋସ୍କ ଜରିଆରେ ଗ୍ରାହକ ମାତ୍ର ୧୫ ମିନିଟରେ ଡେବିଟ୍ କାର୍ଡ ଉପରେ ନିଜର ଫଟୋ ଲଗାଇ ପାରିବେ । ଏଥିପାଇଁ ଖୋଲାଯାଇଥିବା ଉକ୍ତ ବିଶେଷ ଶାଖାରେ ଆପଣଙ୍କର ଖାତା ରହିଥିବା ଜରୁରୀ ନୁହେଁ । ବ୍ୟାଙ୍କର ଏହି ଶାଖାଗୁଡିକରେ ଗ୍ରାହକ ୨୪ ଘଂଟା ଚେକ୍ , ପାସବୁକ୍ ପ୍ରିଂଟ ଏବଂ କ୍ୟାସ ଜମା କରିପାରିବେ ।

‘ଏସବିଆଇଇନଟଚ ଟ୍ୟାପ ଆଣ୍ଡ ଗୋ କନେକ୍ଲେସ’ ଟେକନିକର ବ୍ୟବହାର କରିଥାଏ । ଏହାବ୍ୟତୀତ ଏହି ଗ୍ରାହକ କୌଣସି ବି ମଚେଟଙ୍କ ନିକଟରେ କନେକ୍ଟ ଲେସ ସିମ୍ବଲ ଦେଖିବା କ୍ଷଣି କନେକ୍ଟଲେସ ଡେବିଟ କାର୍ଡ ଜରିଆରେ ପେମେଂଟ କରିପାରିବେ । ଏହାଦ୍ୱାରା ଗ୍ରାହକଙ୍କୁ କେବଳ ପିଓଏସ ମେସିନ ଆଗରେ କାର୍ଡକୁ ୱେଭ କରିବାକୁ ପଡିବ ।

ଗ୍ରାହକଙ୍କୁ କଣ କରିବାକୁ ପଡିବ

ଏଥିପାଇଁ ନୂଆ ଗ୍ରାହକଙ୍କୁ ଭାରତରେ ଏସବିଆଇରେ ଖାତା ଖୋଲିବାକୁ ହେବ ଯିଏକି ଏସବିଆଇଇନଟଚ ଟ୍ୟାପ ଆଣ୍ଡ ଗୋ ଜାରି କରିପାରିବେ । ବର୍ତ୍ତମାନର ଗ୍ରାହକ ବ୍ୟାଙ୍କକୁ ଏଥିପାଇଁ ରିକ୍ୱେଷ୍ଟ କରିପାରିବେ । କାରଣ ଏହାଦ୍ୱାରା ଉପଲବ୍ଧ ଡେବିଟ କାର୍ଡକୁ ଏସବିଆଇଇନଟଚ ଟ୍ୟାପ ଆଣ୍ଡ ଗୋ ଉପରେ ଅପଗ୍ରେଡ୍ କରିଦିଆଯିବ ।