ଇତିହାସ ରଚିଲେ ୪୨ ବର୍ଷୀୟ ଯୁବକ ସମୀର ! ୧୦୦ ଦିନରେ ଦୌଡିଲେ ୧୦ ହଜାର କିଲୋମିଟର

52

ମୁମ୍ବାଇ ପାଇଁ ଅତ୍ୟନ୍ତ ଶୁଭଦିନ ଥିଲା ରବିବାର । କାରଣ, ମଧ୍ୟପ୍ରଦେଶର ୪୨ ବର୍ଷୀୟ ଯୁବକ ସମୀର ସିଂହ ରବିବାର ଦିନ ମୁମ୍ବାଇରେ ରଚିଛନ୍ତି ଇତିହାସ । ସମୀର ହେଉଛନ୍ତି ବିଶ୍ୱର ଏକମାତ୍ର ବ୍ୟକ୍ତି, ଯିଏକି ୧୦୦ ଦିନ ଯାଏଁ ପ୍ରତିଦିନ ୧୦୦ କିଲୋମିଟର ଦୌଡିବା ସହ ସର୍ବାଧିକ ୧୦ ହଜାର କିଲୋମିଟର ପର୍ଯ୍ୟନ୍ତ ଦୋଡି ଇତିହାସ ରଚିଛନ୍ତି । ତେବେ ସମୀରଙ୍କ ଏହି ଦୌଡ ଅଭିଯାନ ୨୯ ଏପ୍ରିଲରୁ ଆରମ୍ଭ ହୋଇଥିଲା ।

୧୦୦ ଦିନ ଯାଏଁ ସମୀର ପ୍ରତିଦିନ ୧୦୦ କିଲୋମିଟର ପର୍ଯ୍ୟନ୍ତ ଦୌଡୁଥିଲେ । ମାତ୍ର ସମୀରଙ୍କ ଗୋଡରେ ଆଘାତ ଲାଗିବା କାରଣରୁ ତାଙ୍କୁ ଗୋଟିଏ ଦିନ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହି ଦିନ ସେ ୫୦ କିଲୋମିଟର ପର୍ଯ୍ୟନ୍ତ ହିଁ ଦୌଡି ପାରିଥିଲେ । ସମୀର କୁହନ୍ତି କି, ‘ପିଲାଦିନେ ମୁଁ ମନ୍ଦୋସର ନିଜ ଗାଁ କାନ୍ୟାଖେଢାଠାରେ ସାଙ୍ଗମାନଙ୍କ ସହ ଗଣ୍ଡଗୋଳ କରି ସେଠାରୁ ଖସି ପଳାଉଥିଲି ଆଉ ସେମାନେ ମୋତେ ଧରିପାରୁନଥିଲେ । ଆଉ ସେବେଠାରୁ ହିଁ ମୁଁ ଜାଣିବାକୁ ପାଇଥିଲି କି ମୁଁ ଦୌଡିବା ପାଇଁ ହିଁ ଜନ୍ମ ନେଇଛି’ ।

ସେ ଆହୁରି ମଧ୍ୟ କୁହନ୍ତି, ‘ମୁଁ ୨୦୦୪-୫ରେ ମୁମ୍ବାଇ ମାରାଥନରେ ସାମିଲ ହୋଇଥିଲି । ୨୦୦୮ରେ କେନିୟାର ରେସରଙ୍କୁ ଦେଖିବା ପରେ ମୋତେ ଲାଗିଥିଲା କି ସେମାନଙ୍କୁ ହାରଇବା ଏତେ ସହଜ ନୁହେଁ । ଯେଉଁଥି ପାଇଁ ମୁଁ ମୋର ଦୌଡିବାର କ୍ଷମତାକୁ ବଢାଇବାକୁ ନିଷ୍ପତ୍ତି ନେଲି । ସେହିପରି ଆମେରିକାର ସେଲ୍ଫ ଟ୍ରନ୍ସେଣ୍ଡେନ୍ସଙ୍କ ୩୧୦୦ ମାଇଲ୍ ଦୌଡ ସଂପର୍କରେ ଜାଣିବାକୁ ପାଇଲି । ଟ୍ରନ୍ସେଣ୍ଡେନ୍ସ ୩୧୦୦ ମାଇଲ୍ ଦୌଡରେ ୫୨ ଦିନରେ ୩୧୦୦ ମିଲ୍, ଅର୍ଥାତ୍ ୪୯୮୮.୯ କିଲୋମିଟର ଦୌଡୁଥିଲେ’ ।

ଏହାପରେ ମୁଁ ସ୍ଥିର କଲି କି, ମୋତେ ଏହାଠାରୁ ଦ୍ୱିଗୁଣା ଦୌଡିବାକୁ ପଡିବ । ଗତବର୍ଷ ୧୦୦ ଦିନରେ ୧୦ ହଜାର କିଲୋମିଟର ଦୌଡିବାର ଯୋଜନା କରିବା ସହ ମୋର ଗୁରୁ ଇସ୍କନ ଟେମ୍ପୁଲର ରାଧିକା କହ୍ନାଇ ପ୍ରଭୁଜୀଙ୍କ ନିକଟକୁ ଯାଇ ତାଙ୍କ ଠାରୁ ପରାମର୍ଶ ଲୋଡିଥିଲି । ସେ ମୋତେ ବୃନ୍ଦାବନ ଯିବାକୁ କହିଥିଲେ ଓ ସେଠାରେ ମୋର ରହିବା-ଖାଇବାର ସମସ୍ତ ବନ୍ଦବୋସ୍ତ ମଧ୍ୟ କରିଥିଲେ ।

ସମୀର କହୁନ୍ତି, ‘ମୁଁ ନଭେମ୍ବର ୨୦୧୬କୁ ବୃନ୍ଦାବନ ଚାଲି ଯାଇଥିଲି । ଆରମ୍ଭରୁ ମୁଁ ମାତ୍ର ୧୦ କିଲୋମିଟର ଦୋଡି ସହର ପରିକ୍ରମା କରି ପୁଣି ରାଧାକୁଣ୍ଡ ଯାଏଁ ୨୧ କିଲୋମିଟର, ସେଠାରୁ ମୁଁ ଗୋବର୍ଦ୍ଧନର ୨୪ କିଲୋମିଟରର ପରିକ୍ରମା ଏବଂ ପୁଣି ୨୧ କିଲୋମିଟର ଫେରିଆସୁଥିଲି । ଅର୍ଥାତ୍ ପ୍ରତିଦିନ ମୁଁ ୭୫ କିଲୋମିଟର ଯାଏଁ ଦୌଡିଥିଲି । ଶେଷରେ ମୁଁ ମୋ ଲକ୍ଷ୍ୟସ୍ଥଳରେ ପହଂଚିବାରେ ସଫଳ ହୋଇଛି ’ ।

ସୌଜନ୍ୟ: ଗାଁଓକନେକ୍ସନ