ୱାରେଣ୍ଟି ସରିବା ପରେ ବି ଖରାପ ଜିନିଷକୁ ମରାମତି କରିବେ କଂପାନୀ ! ଜାଣନ୍ତୁ କିଭଳି ପାଇବେ ଏହି ସୁବିଧା

203

ସାଧାରଣତଃ ଆମେ ଅନେକ ଥର ଭାବି ଚିନ୍ତି ଏବଂ ବହୁତ ଟଙ୍କା ଖର୍ଚ୍ଚ କରି କୌଣସି ଜିନିଷକୁ କିଣିଥାଉ । ହେଲେ ତାର ୱାରେଂଟି ସରିଯିବା ପରେ ଜିନିଷଟି ଖରାପ ହୋଇଗଲେ ତାର ରିପାରିଂକୁ ଆମକୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । କାହିଁକି ନା ଉକ୍ତ ଜିନିଷଟିକୁ ଆପଣ ନା ଠିକ୍ କରିପାରିବେ ନା ହିଁ ବିକି ପାରିବେ । ଆଉ ଯଦି ଠିକ୍ କରିବାକୁ ପଡେ ତେବେ ପକେଟରୁ ଅଧିକ ଟଙ୍କା ଯିବା ଏକପ୍ରକାରେ ଥୟ । ତେଣୁ ଲୋକମାନଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ୟୁରୋପୀୟ ଦେଶମାନଙ୍କରେ ଏବଂ ଆମେରିକାରେ ରାଇଟ୍ ଟୁ ରିପାୟର ନୀତି ଆରମ୍ଭ ହୋଇଛି । ଏହି ନୀତି ଅନୁସାରେ, ବଦଳାଇବା ଜରିଆରେ ମାନ୍ୟୁଫକ୍ଚରିଂ କଂପାନୀଗୁଡିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠଆନ ନିଆଯିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି । ତେବେ ଆସନ୍ତୁ ଜାଣିବା ଏହି ରାଇଟ୍ ଟୁ ରିପାୟର କଣ ଏବଂ ଏହାର ଲାଭ ଆପଣଙ୍କୁ କିଭଳି ମିଳିପାରିବ ?

ଏହି ନୀତି ଉଭୟ ଗ୍ରାହକ ଏବଂ ପରିବେଶର ହୀତ ପାଇଁ ଆରମ୍ଭ କରାଯାଇଛି । ୟୁରୋପ ସମେତ ୧୮ ଆମେରୀକି ରାଜ୍ୟ ବି ଏହି ରାଇଟ୍ ଟୁ ରିପାୟରର ଦାବି କରୁଛନ୍ତି । ଏହା ଅନୁସାରେ, ପରିବେଶ ସହ ଜଡିତ ସଂସ୍ଥା ଏବଂ ମନ୍ତ୍ରୀଙ୍କ ଦାବି ରହିଛି କି ମାନ୍ୟୁଫାକ୍ଚରିଂ କଂପାନୀଗୁଡିକ ଏଭଳି ଜିନିଷ ନିର୍ମାଣ କରନ୍ତୁ ଯାହା ଅଧିକ ଦିନ ପାଇଁ ଟିକି ପାରିବ । ଦାବି ରହିଛି କି, ୱାରେଂଟି ସରିବା ପରେ କଂପାନୀ ସର୍ଭିସିଂ ବ୍ୟତୀତ ଲୋକାଲ ମେକାନିକଙ୍କୁ ବି କୌଣସି ଖାସ୍ ସର୍ଭିସ ପାଇଁ ପ୍ରଶିକ୍ଷଣ ଦେବାକୁ । ଏହାଦ୍ୱାରା ଗ୍ରାହକଙ୍କ ନିକଟରେ ଭଲ ବିକଳ୍ପ ରହିବ ଏବଂ କମ ଅର୍ଥ ବ୍ୟୟରେ କାମ ହୋଇପାରିବ ।

 

କନଜ୍ୟୁମର ରିପୋର୍ଟ ଏବଂ ଆଇଫିକ୍ସିଟ ଏଭଳି ଦୁଇଟି ବଡ ସଂସ୍ଥା, ଯେଉଁମାନେ କି ଏହି ନୀତିର ଡ୍ରାଫ୍ଟ ପ୍ରସ୍ତୁତ କରୁଛନ୍ତି ।
ବୈଦ୍ୟୁତିକ ଉପକରଣ ନିର୍ମାଣ କରୁଥିବା କଂପାନୀମାନଙ୍କର ମନମାନି ବିରୋଧରେ ଆରମ୍ଭ ହୋଇଥିବା ଏହି ମୋର୍ଚ୍ଚା ଅନୁସାରେ ୟୁରୋପୀୟ ସଂଘର ମନ୍ତ୍ରୀ ଅନେକ ପ୍ରସ୍ତାବର ସିରିଜ ପ୍ରସ୍ତୁତ କରିସାରିଛନ୍ତି । ସେମାନେ ପ୍ରସ୍ତାବ ଦେଇଛନ୍ତି କି ଇଲେକ୍ଟ୍ରୋନିକ ଜିନିଷର ନିର୍ମାତା ଏଭଳି ଜିନିଷ ନିର୍ମାଣ କରନ୍ତୁ ଯାହା ଦୀର୍ଘ ଦିନ ଧରି ବ୍ୟବହାର ଯୋଗ୍ୟ ହୋଇପାରିବ । ତେବେ ରାଇଟ୍ ଟୁ ରିପାୟରର ରାସ୍ତା ଏତେ ସହଜ ନୁହେଁ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ।