ଗ୍ରେହାଉଣ୍ଡର ଗ୍ରେନେଡ୍ ମାଡ ! ଦେଖନ୍ତୁ କନକ ନ୍ୟୁଜର ଗ୍ରାଉଣ୍ଡ ଜିରୋ ରିପୋର୍ଟ

30

ମାଲକାନଗିରି : ମାଲକାନଗିରି ବିଚ୍ଛିନ୍ନାଂଚଳରେ ହୋଇଥିବା ଏନକାଉଂଟରର ସବୁଠାରୁ ବଡ ତଥ୍ୟ ସାମ୍ନାକୁ ଆସିଛି । ନକ୍ସଲଙ୍କ ଆଡ୍ଡା ଉପରେ ରାତି ୨ଟାରେ ଗ୍ରେନେଡ ମାଡ କରିଥିଲା ଗ୍ରେ-ହାଉଣ୍ଡ । ଆନ୍ଧ୍ର ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନକ୍ସଲଙ୍କ ଆଡ୍ଡା ଉପରେ ବଡ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଯାଇଥିଲା ଗ୍ରେହାଉଣ୍ଡ ଫୋର୍ସ । ଆକ୍ରମଣ ଏତେ ତୀବ୍ର ଥିଲା ଏହାକୁ ମୁକାବିଲା କରିବା ମାଓବାଦୀଙ୍କ ପାଇଁ ଏକ ପ୍ରକାର ଅସମ୍ଭବ ହୋଇଯାଇଥିଲା । ଏନକାଉଂଟରରେ ୨୮ ଜଣଙ୍କ ମୃତ୍ୟୁ ପରେ ଅବିଭକ୍ତ କୋରାପୁଟ ଓ କଳାହାଣ୍ଡିରେ ହାଇଆଲର୍ଟ ଜାରି କରାଯାଇଛି ।

ସେପଟେ ବିଚ୍ଛିନ୍ନାଂଚଳର ଘଂଚ ଜଙ୍ଗଲରେ ମାଓ ଦମନ ଅପରେସନର ସବୁଠାରୁ ବଡ ଏନକାଉଂଟର ହୋଇଥିବା ସ୍ଥାନରେ ପହଂଚିଥିଲା କନକ ନ୍ୟୁଜ୍ ଟିମ୍ । ଆମ ପ୍ରତିନିଧି ଦେବବ୍ରତ ସାନା ଓ ଭିଡିଓ ଜର୍ନାଲିଷ୍ଟ ଅମିତ ମହାନ୍ତି ସେଠାରେ ପହଂଚି ଘଟଣାର ପରର ସ୍ଥିତି ପରଖିଥିଲେ । ଦେଖନ୍ତୁ କନକ ନ୍ୟୁଜର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।