ନୂଆବର୍ଷ ପାଇଁ ଗୁରୁପ୍ରିୟାର ବଢୁଛି ଗୁରୁତ୍ୱ । ସେତୁକୁ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରକୃତୀ ପ୍ରେମୀଙ୍କ ଛୁଟିଲା ସୁଅ ।

ଗତ ଜୁଲାଇ ମାସରେ ଉଦଘାଟିତ ହେଇଥିଲା ଗୁରୁପ୍ରୀୟା ସେତୁ । ସ୍ୱାଭିମାନ ଅଞ୍ଚଳରେ ହୋଇଥିବା ଏହି ସେତୁର ଏବେ ଗୁରୁତ୍ୱ ବଢିବାରେ ଲାଗିଛି ।

155

କନକ ବ୍ୟୁରୋ: ଗତ ଜୁଲାଇ ମାସରେ ଉଦଘାଟିତ ହେଇଥିଲା ଗୁରୁପ୍ରୀୟା ସେତୁ । ସ୍ୱାଭିମାନ ଅଞ୍ଚଳରେ ହୋଇଥିବା ଏହି ସେତୁର ଏବେ ଗୁରୁତ୍ୱ ବଢିବାରେ ଲାଗିଛି । ଗୁରୁପ୍ରିୟା ସେତୁ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି । ପ୍ରକୃତିର ମନୋରମ ଦୃଶ୍ୟ ସହ ଗୁରୁପ୍ରିୟା ବ୍ରିଜ୍ ଦେଖିବାକୁ ରାଜ୍ୟ ବାହାରୁ ବି ପର୍ଯ୍ୟଟକ ଆସୁଛନ୍ତି । ବ୍ରିଜ୍ ଉପରେ ସେଲ୍ଫି ବି ନେଉଛନ୍ତି ।

ବିସ୍ତୀର୍ଣ୍ଣ ନୀଳ ଜଳରାଶି ଆଉ ତା ଚାରିପଟେ ସବୁଜିମା ଓ ପାହାଡ ପର୍ବତ ଘେରି ରହିଛି । ସତେଯେମିତି ପ୍ରକୃତି ନିଜ କୋଳରେ ଜାବୁଡି ଧରିଛି ଗୁରୁପ୍ରିୟାକୁ । ଗଭୀର ପାଣିରେ ଠିଆ ହୋଇଛି ଗୁରୁପ୍ରିୟା ସେତୁ । ଅକାତ କାତ ପାଣି ଭିତରେ ଛୋଟ ଛୋଟ ଟାପୁ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଟାଣି ଆଣୁଛି । ଶାନ୍ତ ପରିବେଶରେ ଦେଶୀ ଡଙ୍ଗାରେ ମାଛ ଧରିବା ଦୃଶ୍ୟ ହେଉ ଅବା ସୂର୍ଯ୍ୟ ଉଦୟର ଚିତ୍ର । ପ୍ରକୃତିର ସବୁ ସୌନ୍ଦର୍ଯ୍ୟ ଭରି ରହିଛି ଗୁରୁପ୍ରୀୟାରେ । ପର୍ଯ୍ୟଟକଙ୍କ ପାଇଁ ସେଲଫି ଯୋନ୍ ପାଲଟିଯାଇଛି ସ୍ୱାଭିମାନ ଅଂଚଳର ଏହି ସେତୁ । ଦିନରେ ଯେତିକି ସୁନ୍ଦର, ସନ୍ଧ୍ୟାରେ ଆହୁରି ଆକର୍ଷଣୀୟ ପାଲଟୁଛି ଗୁରୁପ୍ରୀୟା । ସେତୁ ଉପରୁ ସଂଜ ନଇବାର ଚିତ୍ର ଯେପରି ଅଭୁଲା ପାଲଟିଯାଉଛି ଦର୍ଶକଙ୍କ ପାଇଁ । ପୋଲରେ ଲାଗିଥିବା ଏଲଇଡିର ପ୍ରତିଫଳନ ଝଟକୁଛି ଗୁରୁପ୍ରିୟାର ନୀଳ ଜଳରାଶିରେ । ଆକାଶ ମାର୍ଗରୁ ଦୁର୍ଲଭ ଚିତ୍ର ଗୁରୁପ୍ରୀୟାର ଶୋଭାକୁ ଦ୍ୱିଗୁଣିତ କରିଛି । ଗୁରୁପ୍ରୀୟାରେ ଏବେ ବୋଟିଂ, ପାରା ଗ୍ଲାଇଡିଂ, ହୋଟେଲ, ରେଷ୍ଟୁରାଂଟ୍ ଓ ରେସୋର୍ଟ ପରି ସୁବିଧା ଯୋଗାଇବାକୁ ଦାବି ହେଉଛି ।