ଆଉ ପାଦେ ଆଗେଇଲା ଜିଓ । ମାଗଣା ଡାଟା ଏବଂ ଶସ୍ତା ଫୋନ ପରେ ଏବେ ପୁଣି ଏକ ସୁବିଧା ଦେବାକୁ ଯୋଜନା । ଏଣିକି ପ୍ରତିଟି ଲୋକ ପାଇବେ ରାଜକୀୟ ସୁଖ

31

ଆଉ ଗୋଟିଏ ପାଦ ଆଗେଇବାକୁ ଯାଉଛି ରିଲାଏନ୍ସ ଜିଓ । ମାଗଣା ଡାଟା, ଶସ୍ତା ଫୋନ ଭଳି ଆକର୍ଷଣୀୟ ଅଫର ପରେ ଏବେ ଜିଓ ଯୋଗାଇ ଦେବାକୁ ଯାଉଛି ଆଉ ଏକ ସୁବିଧା । ଜିଓର ଇ-କମର୍ସ ଆମାଜନ, ଫ୍ଲିପକାର୍ଡ ଭଳି ବଡ ବଡ ଇ-କମର୍ସ କଂପାନୀମାନଙ୍କୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରି ସେମିତିରେ ତ ପଛରେ ପକାଇବାକୁ ଯୋଜନା ଚଳାଇଛି, ଯେମିତି ସେ ଜିଓର ଲଂଚିଂ ପରେ ଟେଲିକମ କଂପାନୀମାନଙ୍କର କରିଥିଲା । କଂପାନୀ ଏବେ ଇ-କମର୍ସର ବ୍ୟବସାୟରେ ମଧ୍ୟ ଓହ୍ଲାଇବାକୁ ଯୋଜନା ଚଳାଇଛି ।

ଇକୋନମିକ ଟାଇମ୍ସରେ ପ୍ରକାଶିତ ଖବର ମୁତାବକ, ରିଲାଏନ୍ସ ରିଟେଲ ୨୦୧୯ ଭିତରେ ନିଜର ଇ-କମର୍ସ ବ୍ୟବସାୟକୁ ଆରମ୍ଭ କରିପାରେ । ପ୍ଲାନ ମୁତାବକ, ରିଲାଏନ୍ସ ସେହି ସମସ୍ତ ସହରଗୁଡିକରେ ନିଜର ଇ-କମର୍ସର ସୁବିଧା ଦେବ, ଯେଉଁଠି ପାଖାପାଖି ୫୦ ହଜାରରୁ ଅଧିକ ଲୋକ ବାସ କରୁଥିବେ । ଇ-କମର୍ସ ବେଂଚର ଜରିଆରେ ରିଲାଏନ୍ସ ମୋବାଇଲ ଫୋନ, କଂଜ୍ୟୁମର ଇଲୋକଟ୍ରନିକ୍ସ, ଏଫଏମସିଜି ଗୁଡ୍ସ, ଫଳ-ମୂଳ ସମେତ ଅନ୍ୟାନ୍ୟ ଖାଦ୍ୟ-ପେୟ ସାମଗ୍ରୀ ବିକ୍ରି କରିବ ।

କଂପାନୀ ସୂତ୍ର ମୁତାବକ, ରିଲାଏନ୍ସ ରିଟେଲ ଲଂଚ ହେବାର ୩ ବର୍ଷ ପରେ ଅର୍ଥାତ୍ ୨୦୨୨ ପର୍ଯ୍ୟନ୍ତ ଇ-କମର୍ସ ମାର୍କେଟର ବି ଲିଡର ହୋଇଯିବ । ଏବେ ଦେଶରେ ଆମାଜନ, ଫ୍ଲପକାର୍ଟ, ସ୍ନାପଡିଲ, ପେଟିଏମ ଭଳି କଂପାନୀମାନେ ଇ-କମର୍ସ ସେଗମେଂଟରେ ଖେଳିଯାଇଛନ୍ତି । ରିଲାଏନ୍ସ ରିଟେଲର ପ୍ଲାନ ରହିଛି କି, ସେ ଦେଶର ଛୋଟରୁ ଅତି ଛୋଟିଆ ଅଂଚଳରେ ମଧ୍ୟ ନିଜର ସାମଗ୍ରୀର ଅଡର ମିଳିବା ପରେ ତାକୁ ଦିନ କିମ୍ବା ୨୪ ଘଂଟା ମଧ୍ୟରେ ଡେଲିଭରୀ କରିବ । ଏଭଳି କରିବା ଦ୍ୱାରା ଲୋକେ ଅଧିକରୁ ଅଧିକ ଜିନିଷ କ୍ରୟ କରିବେ ।

ଲୋକଙ୍କୁ ରିଲାଏନ୍ସ ଦ୍ୱାରା ମୋବାଇଲ ଫୋନ ଏବଂ ବୈଦ୍ୟୁତିକ ଉପକରଣ ଗୁଡିକରେ କରାଯାଇଥିବା ଏକ୍ସକ୍ଲୁସିଭ ଡିଲ ସଂପର୍କରେ ମଧ୍ୟ ଜଣା ପଡିବ । ଏଥିପାଇଁ କଂପାନୀ ଏକ ନୂଆ ୱେବସାଇଟ ଏବଂ ଆପକୁ ବି ଲଂଚ କରିଛି । ଏହାବ୍ୟତୀତ ଆପକୁ ଜିଓର ସମସ୍ତ ଫିଚର ଏବଂ ସ୍ମାର୍ଟଫୋନରେ ମଧ୍ୟ ଉପଲବ୍ଧ କରାଯିବ । ସାରା ଦେଶରେ ଜିଓ ସିମ ବିକ୍ରି କରୁଥିବା ଷ୍ଟୋରଗୁଡିକୁ ମଧ୍ୟ ଡିଲିଭରି ପାଇଁ ପଏଂଟ କରାଯିବ । ଏବେ ରିଲାଏନ୍ସ ରିଟେଲ ମୁମ୍ବାଇ,ପୁନେ ଏବଂ ବେଙ୍ଗଲୁରୁରେ ଟ୍ରାଏଲ ଆଧାରରେ ଇ-କମର୍ସ ଜରିଆରେ ଗ୍ରୋସରି ବିକ୍ରୀ କରୁଛି ।