ରିଲାଏନ୍ସ ଜିଓର ୫୯୯ଟଙ୍କିଆ ପ୍ଲାନରେ ନୁହେଁ, ବରଂ ଏହି ଅଫର ପ୍ଲାନରେ ମିଳୁଛି ଅଧିକ ଲାଭ

18

ରିଲାଏନ୍ସ ଜିଓର ଧନ ଧନା ଧନ ଅଫର ୟୁଜର୍ସଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହୋଇଛି । ତେବେ ଏହି ୩୯୯ ଟଙ୍କିଆ ପ୍ଲାନର ବୈଧତା ରହିଛି ୮୪ ଦିନ । ଏଥିରେ ୟୁଜର୍ସଙ୍କୁ ୮୪ଦିନ ପର୍ଯ୍ୟନ୍ତ ମିଳୁଛି ଅସୀମ ଡାଟା । ମାତ୍ର ବର୍ତ୍ତମାନ ଏହି ଅଫର ପ୍ଲାନରେ ଜିଓର ଗୋଟିଏ ସର୍ତ୍ତ ରହିଛି କି, ୟୁଜର୍ସଙ୍କୁ ପ୍ରତିଦିନ ହିସାବରେ ହାଇସ୍ପିଡର କେବଳ ୧ଜିବି ହିଁ ଡାଟା ମିଳିବ । ଏବଂ ଏହି ସୀମା ଶେଷ ହେବା ପରେ ସ୍ପିଡ କମ ହୋଇଯିବ । ତେବେ ଏହି ସ୍ପିଡ ହ୍ରାସ ପାଇ ୧୨୮କେବିପିଏସକୁ ଚାଲି ଆସିବ । ଏହାବ୍ୟତୀତ ଏହି ପ୍ୟାକରେ ଅସୀମ କଲିଂର ସୁବିଧା ମଧ୍ୟ ଦିଆଯାଇଛି । ସେହିପରି ଏଥିରେ ଜିଓର ସମସ୍ତ ଆପର ସବସିକ୍ରିପସନ ମଧ୍ୟ ମାଗଣାରେ ଉପଲବ୍ଧ । ଏହି ପ୍ୟାକରେ ହାଇ ସ୍ପିଡର ମୋଟ ୮୪ଜିବି ଡାଟା ମିଳିଥାଏ ।

ଅନ୍ୟପଟେ, ଜିଓର ୫୦୯ ଟଙ୍କିଆ ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ୫୬ ଦିନ ପର୍ଯ୍ୟନ୍ତ ଅସୀମ ଡାଟାର ସୁବିଧା ମିଳିଥାଏ । ପ୍ରତିଦିନ ହିସାବରେ ଏଥିରେ ୟୁଜର୍ସଙ୍କୁ ହାଇ ସ୍ପିଡର ୨ଜିବି ଡାଟା ମଧ୍ୟ ମିଳିଥାଏ । ଆଉ ଏହି ସୀମା ଶେଷ ହେବା ପରେ ଏହାର ସ୍ପିଡ ମଧ୍ୟ ହ୍ରାସ ପାଇ ୧୨୮କେବିପିଏସକୁ ଚାଲିଆସିାଏ । ହେଲେ ଇଂଟରନେଟ ଅନଲିମିଟେଡ୍ ଚାଲୁରହିଥାଏ । ବର୍ତ୍ତମାନ ଏଥିରେ ଅସୀମ କଲିଂର ସୁବିଧା ମଧ୍ୟ ରହିଛି । ଏହି ଡାଟା ପ୍ୟାକରେ ହାଇ ସ୍ପିଡର ପାଖାପାଖି ୧୧୨ଜିବି ଇଂଟରନେଟ୍ ମିଳିଥାଏ ।

ଏଠାରେ ଆମେ କହି ରଖୁଛୁକି, ରିଲାଏନ୍ସ ଜିଓର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ ହେଉଛି ୧୯ ଟଙ୍କା । ଏଥିରେ ଗୋଟିଏ ଦିନ ପାଇଁ ଅସୀମ କଲିଂର ସୁବିଧା ରହିଛି । ଏହାବ୍ୟତୀତ, ୨୦୦ଏମବି ଡାଟା ମଧ୍ୟ ଉପଲବ୍ଧ । ଏଥିସହିତ ଜିଓର ଗୋଟିଏ ସପ୍ତାହର ରିଚାର୍ଜ ପ୍ଲାନ ହେଉଛି ୯୬ ଟଙ୍କା । ଯେଉଁଥିରେ ରହିଛି ସାତ ଦିନ ପର୍ଯ୍ୟନ୍ତ ଅସୀମ ଇଂଟରନେଟ୍ ସୁବିଧା । ସେହିପରି ପ୍ରତିଦିନ ହିସାବରେ ଏହି ପ୍ଲାନରେ ହାଇସ୍ପିଡର ୧ଜିବି ଡାଟା ମିଳିବା ସହିତ ଏହାର ସୀମା ଶେଷ ହେବା ପରେ ୧୨୮କେବିପିଏସ ହୋଇଯାଇଥାଏ । କିନ୍ତୁ ଇଂଟରନେଟ ଅନଲିମିଟେଡ୍ ଚାଲି ରହିଥାଏ ।

ସୌଜନ୍ୟ: ଜନସତ୍ତା