ଆରବିଆଇ ଜାରି କଲା ନୁଆ ନିୟମ: ଏଣିକି ଅନଲାଇନ୍ ଠକେଇରୁ ମୁକ୍ତି ପାଇବେ ଗ୍ରାହକ

55

ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଅନଲାଇନ୍ ଜନିତ ଠକେଇ ଆଉ ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କିଛି ନୁଆ ଗାଇଡଲାଇନ୍ ଜାରି କରିଛି । ଯାହାଦ୍ୱାରା ଲୋକଙ୍କ ଇଲେକ୍ଟ୍ରୋନିକ୍ ଟ୍ରାନ୍ସକସନ ସୁରକ୍ଷିତ ରହିପାରିବ ।

ଆରବିଆଇ ଏକ ନୋଟିଫିକେସନରେ ସୂଚନା ଦେଇ କହିଛି କି, ଯଦି କୌଣସି ବ୍ୟକ୍ତି ଏହି ଠକେଇର ଶିକାର ହୋଇଥାନ୍ତି ତେବେ ସେ ବ୍ୟାଙ୍କକୁ ଏସଂକ୍ରାନ୍ତରେ ଜଣାଇ ନିଜର ଟଙ୍କା ଫେରସ୍ତ ପାଇପାରିବେ । ତେବେ ଏଥିପାଇଁ କ୍ଷତିଗ୍ରସ୍ତ ବ୍ୟକ୍ତି ଜଣକଙ୍କୁ ଘଟଣା ଘଟିବାର ତିନି ଦିନ ମଧ୍ୟରେ ରିପୋର୍ଟ କରିବା ପଡିବ ଏବଂ ଅଭିଯୋଗର ମାତ୍ର ୧୦ ଦିନ ମଧ୍ୟରେ ଗ୍ରାହକ ନିଜ ଚୋରି ବା ଠକେଇ ଟଙ୍କା ଫେରି ପାଇବେ ।

• ଏଥିପାଇଁ ଆରବିଆଇ ସମସ୍ତ ବ୍ୟାଙ୍କମାନଙ୍କୁ ସେମାନଙ୍କ ଗ୍ରାହକମାନଙ୍କର ମୋବାଇଲ୍ ନମ୍ବରକୁ ରେଜିଷ୍ଟର କରି ତାକୁ ଟେଷ୍ଟ ଆଲର୍ଟ କରିବାକୁ ବାଧ୍ୟତାମୂଳକ କରିଛି । ଖାଲି ଏତିକି ନୁହେଁ ଏହି ଆଲର୍ଟ ମେସେଜର ରିପ୍ଲାଇ କରି ଗ୍ରାହକମାନେ ହୋଇଥିବା ଏହି ଅନାଧିକୃତ ଟ୍ରାନ୍ସକସନର ରିପୋର୍ଟ କରିପାରିବେ ।

• ଆରବିଆଇ ଦ୍ୱାରା ଜାରି କରାଯାଇଥିବା ଏହି ଗାଇଡଲାଇନ୍ ଆଧାରରେ ଏଣିକି ଅନଲାଇନ୍ ଜନିତ ଠକେଇର ସମସ୍ତ ବିଚାର କରାଯିବ । ଯେଉଁଥିରେ ଷ୍ଟୋର ବା ଦୋକାନରୁ କରାଯାଇଥିବା ଇଲୋଟ୍ରନିକ୍ ଟ୍ରାନ୍ସକସନ ମଧ୍ୟ ସାମିଲ୍ ରହିଛି ।

• ବ୍ୟାଙ୍କମାନଙ୍କୁ ପୁଣି ମଧ୍ୟ କୁହାଯାଇଛି କି, ସେମାନେ ଟ୍ରାନ୍ସସକନର ହୋମ ପେଜ ଉପରେ କୌଣସି ପ୍ରକାରର ଅନଧିକୃତ ଟ୍ରାନ୍ସକସନ ପାଇଁ ରିପୋର୍ଟ କରିବାର ଅପସନ ପ୍ରଦାନ କରିବେ । ଏହାବ୍ୟତୀତ କୌଣସି ବି ଠକେଇ ଅଭିଯୋଗ ଫୋନ୍ ବ୍ୟାଙ୍କିଂ, ଏସଏମଏସ୍, ଇମେଲ୍, କଲ୍ ସେଂଟର କିମ୍ବା ଇନରଆକ୍ଟିଭ୍ ରେସପନ୍ସ ଜରିଆରେ କରିପାରିବେ ।

• ଇମେଲରେ ମଧ୍ୟ ରିପ୍ଲାଇର ଅପସନ ରହିବ । ଯାହାଦ୍ୱାରା ଗ୍ରାହକମାନେ ସେମାନଙ୍କ ଅଭିଯୋଗ ଙ୍କ ସିଧାସଳଖ କରିପାରିବେ ।

• ସେହିପରି ଇଲେକ୍ଟ୍ରୋନିକ୍ ବ୍ୟାଙ୍କିଂ ଟ୍ରାନ୍ସକସନ ଅଧାରରେ ଇଂଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଏବଂ ଏଟିଏମ୍ ସାମିଲ ରହିଛି ।

ସୌଜନ୍ୟ: ଏନଡିଟିଭି ନ୍ୟୁଜ୍