ଲକ୍ଷାଧିକ ଟଙ୍କାର ଚାକିରି ଛାଡି ସେନାରେ ଭର୍ତ୍ତି ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ ! ଯବାନ ପୋଷାକରେ ଝିଅକୁ ଦେଖି ଗର୍ବରେ ଫୁଲି ଗଲା ବାପାଙ୍କର ଛାତି

1,105

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ହରିଦ୍ୱାରର ସାଂସଦ ଡା.ପୋଖରିୟାଲ ନିଶଙ୍କର ଝିଅ ଶ୍ରେୟାସି ନିଶଙ୍କ ଲକ୍ଷ ଲକ୍ଷ ଟଙ୍କାର ଚାକିରି ଛାଡି ସେନା ଅଫିସର ବନିଛନ୍ତି । ଏହି ବିଶେଷ ଅବସରରେ ଲକ୍ଷ୍ନୌରେ ଆୟୋଜିତ ପାସିଂ ଆଉଟରେ ଖୋଦ୍ ଡା. ନିଶଙ୍କ ଉପସ୍ଥିତ ଥିଲେ ।

ଦୁନର ସ୍କଲାର୍ସ ହୋମ ସିନିୟର ସେକେଣ୍ଡାରୀ ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପାସ କରିବା ପରେ ଶ୍ରେୟସି ନିଶଙ୍କ ହିମାଳୟନ ମେଡିକାଲ କଲେଜ ଜୋଲିଗ୍ରାଂଟରୁ ଏମବିବିଏସର ପାଠପଢା ଶେଷ କରିଥିଲେ । ଏହାପରେ ତାଙ୍କୁ ବିଦେଶରେ ଏକ ନାମୀ କଂପାନୀରେ ଚାକିରି ମିଳିଥିଲା । ଯେଉଁଠି ତାଙ୍କୁ ମାସକୁ ଲକ୍ଷାଧିକ ଟଙ୍କାର ଦରମା ମିଳୁଥିଲା । ହେଲେ ଏସବୁକୁ ଛି କରି ସେନାରେ ରହି ଦେଶସେବା ପାଇଁ ଦୌଡି ଆସିଥିଲେ ଶ୍ରେୟସି । କାହିଁକି ନା ପିଲାଟି ଦିନରୁ ହିଁ ସେନାରେ ଭର୍ତ୍ତି ହୋଇ ଦେଶସେବା କରିବାର ସ୍ୱପ୍ନ ରହିଥିଲା ଶ୍ରେୟସିଙ୍କର ଆଉ ଏହି ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଥିଲେ ଶ୍ରେୟସି । ଶ୍ରେୟସି ଭାରତୀୟ ସେନାର ମେଡିକାଲ କୋରରେ ଜଏନ କରିଛନ୍ତି ।

ଶନିବାର ଲକ୍ଷ୍ନୌରେ ଆୟୋଜିତ ହୋଇଥିବା ପାସିଂ ଆଉଟ୍ ପରେଡରୁ ପାସଆଉଟ ହୋଇ ଶ୍ରେୟସି ନିଶଙ୍କ ସେନାରେ କର୍ଣ୍ଣଲ ବନିଗଲେ । ଶ୍ରେୟସିଙ୍କର ବଡ ଭଉଣୀ ଆରୁଷି ନିଶଙ୍କଙ୍କ କହିବା କଥା ହେଲା କି, ଉତରାଖଣ୍ଡରେ ପୂର୍ବରୁ ହିଁ ଯୁବପୀଢିଙ୍କର ସେନାରେ ଭର୍ତ୍ତି ହେବା ନେଇ ପ୍ରବଳ ଉତ୍ସାହ ରହିଛି । ସେହିଭଳି ପିଲାଟି ଦିନରୁ ବି ସେନାରେ ଭର୍ତ୍ତି ହେବାର ଇଚ୍ଛା ରହିଥିଲା । ଯାହାକୁ ସେ ବର୍ତ୍ତମାନ ଚରିତାର୍ଥ କରିବାରେ ସଫଳ ହୋଇଛି ।

ତେବେ ତାଙ୍କର ପୂରା ପରିବାର ଶ୍ରେୟସି ଉପରେ ଗର୍ବିତ ।  ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ଶ୍ରେୟସିଙ୍କ ବାପା ଡା. ରମେଶ ପୋଖରିୟାଲ ନିଶଙ୍କ ଉତରାଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ବର୍ତ୍ତମାନ ସେ ହରିଦ୍ୱାରାର ସାଂସଦ ଅଛନ୍ତି । ଝିଅର ସେନାରେ ଜଏନ କରିବା ଉପରେ ଡା. ନିଶଙ୍କ କହିଛନ୍ତି ଯେ, ମୁଁ ବହୁତ ଗର୍ବ ଅନୁଭବ କରୁଛି କି ମୋର ଝିଅ ସେନାରେ ଭର୍ତ୍ତି ହୋଇ ଦେଶସେବା କରିବ । ସେ ଆହୁରୀ କହିଛନ୍ତି କି, ମୋର ଇଚ୍ଛା ଥିଲା ଆମ ପରିବାରରୁ କେହିଁ ଜଣେ ସେନାରେ ରହୁ ବୋଲି । ଆଉ ମୋର ଏହି ଇଚ୍ଛାକୁ ପୂରଣ କରି ଦେଖାଇଛି ମୋର ଝିଅ । ଶ୍ରେୟସି ପିଲାଟି ଦିନରୁ ହିଁ ସେନାର ଭର୍ତ୍ତି ହୋଇ ଦେଶ ପାଇଁ କିଛି କରିବାକୁ ଚାହୁଁଥିଲା । ଯାହାକୁ ଆଜି ସେ ସଫଳ କରିଦେଖାଇଛି । ଶ୍ରେୟସିଙ୍କ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି ଉତ୍ତାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଡା. ରମେଶ ପୋଖରିୟାଲ ।