ରୋଗ ହୋଇଛି କି? ତେବେ ରେଳରେ ମାଗଣାରେ କରନ୍ତୁ ଯାତ୍ରା, ୫ଟି ରୋଗରେ ଆକ୍ରାନ୍ତଙ୍କ ପାଇଁ ରେଳଭଡା ଶତ ପ୍ରତିଶତ ଛାଡ

63

ଭାରତୀୟ ରେଳ ମନ୍ତ୍ରାଳୟରେ କିଛି ବେମାରୀର ରୋଗୀଙ୍କୁ ଶସ୍ତାରେ ଯାତ୍ରା କରିବାକୁ ସୁବିଧା ମିଳିଥାଏ । ତେବେ ରୋଗୀ ଉପରେ ଭଡାର ବୋଝ କମ କରିବା ପାଇଁ ରେଳ ମନ୍ତ୍ରାଳୟ ଏହି ସୁବିଧା ଉପଲବ୍ଧି କରାଉଛି । ଯାହାଦ୍ୱାରା କିଛି ରୋଗୀଙ୍କୁ ଟ୍ରେନ ଟିକେଟ୍ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିଥାଏ । ରୋଗୀଙ୍କ ସହିତ ତାଙ୍କର ଜଣେ ସହାୟକଙ୍କ ପାଇଁ ମଧ୍ୟ ରିହାତି ମିଳିଥାଏ । ଆସନ୍ତୁ ଜାଣିବା କେଉଁ କେଉଁ ରୋଗରେ ପୀଡିତଙ୍କୁ ରେଳ ମନ୍ତ୍ରାଳୟର ତରଫରୁ ଭଡା ଭଡାରେ ରିହାତି ମିଳିଥାଏ ।

କ୍ୟାନସର ରୋଗୀଙ୍କ ପାଇଁ ୫୦ରୁ୧୦୦ ପ୍ରତିଶତ ରିହାତି

କ୍ୟାନସର ରୋଗୀଙ୍କୁ ଟ୍ରେନ ଟିକେଟ ଉପରେ ୫୦ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିଥାଏ । କ୍ୟାନସର ପୀଡିତଙ୍କୁ ଟ୍ରେନର ସେକେଣ୍ଡ, ଫାଷ୍ଟ କ୍ଲାସ ଏବଂ ଏସି ଚେୟାର କାରରେ ଯାତ୍ରା କରିବା ସମୟରେ ୭୫ ପ୍ରତିଶତ, ସ୍ଲିପର ଏବଂ ୩ଏସିରେ ଯାତ୍ରା କରିବା ଉପରେ ୧୦୦ ପ୍ରତିଶତ ଏବଂ ୧ଏସି ଏବଂ ୨ ଏସିରେ ଯାତ୍ରା କରିବା ଉପରେ ୫୦ ପ୍ରତିଶତ ରିହାତି ମିଳିଥାଏ । ଏହାଛଡା ରୋଗୀଙ୍କ ସହ ଆସିଥିବା ଜଣେ ସହାୟକଙ୍କୁ ମଧ୍ୟ ଟ୍ରେନ ଭଡାରେ ରିହାତି ମିଳିଥାଏ । ଏଥିପାଇଁ ସ୍ଲିପର ଏବଂ ୩ଏସିରେ ୭୫ ପ୍ରତିଶତ ରିହାତି ମିଳିଥାଏ । ଏହାବ୍ୟତୀତ ବାକି କୌଣସି ବି କ୍ଲାସରେ ରୋଗୀଙ୍କ ବରାବର ରିହାତି ମିଳିଥାଏ ।

ଏଡସ ରୋଗୀ

ଏଡସ ପୀଡିତଙ୍କ ପାଇଁ ମଧ୍ୟ ରେଳ ଭଡାରେ ରିହାତି ମିଳିଥାଏ । ଏଡସ ରୋଗୀଙ୍କୁ ନାମିନେଟେଡ ଆର୍ଟ ସେଂଟରରେ ଚିକିତ୍ସା ଏବଂ ଚେକଅପ ପାଇଁ ୫୦ ପ୍ରତିଶତ ରିହାତି ମିଳିଥାଏ । ଏହି ରିହାତି ସେକେଣ୍ଡ କ୍ଲାସରେ ଯାତ୍ରା ପାଇଁ ଉଦ୍ଦିଷ୍ଟ ।

ଥେଲେସିମିଆ, ହୃଦୟ ଏବଂ କିଡନୀ ରୋଗୀ

ଥେଲେସିମିୟା , ହୃଦୟ ଏବଂ କିଡନୀ ରୋଗୀ ଏବଂ ତାଙ୍କ ସହ ଆସିଥିବା ଜଣେ ସହାୟକଙ୍କୁ ଟ୍ରେନ ଭଡା ଉପରେ ରିହାତି ମିଳିଥାଏ । ଏହାଛଡା ହୃଦୟ ରୋଗୀଙ୍କୁ ହାର୍ଟ ସର୍ଜରୀ ଏବଂ କିଡନୀ ରୋଗୀଙ୍କୁ କିଡନୀ ଟ୍ରାନ୍ସପ୍ଲାଂଟ କିମ୍ବା ଡାଇଲିସିସ ପାଇଁ ରିହାତି ମିଳିଥାଏ । ଏମାନଙ୍କୁ ସେକେଣ୍ଡ କ୍ଲାସ, ସ୍ଲିପର, ଫାଷ୍ଟ କ୍ଲାସ, ୩ଏସି, ଏସି ଚେୟାର କାର୍ର ଭଡାରେ ୭୫ ପ୍ରତିଶତ ଏବଂ ୧ଏସି ଏବଂ ଏବଂ ୨ଏସି ରେ ଭଡା ଉପରେ ୫୦ ପ୍ରତିଶତର ରିହାତି ମିଳିଥାଏ ।

ଟିବି ଏବଂ ନନ ଇନଫେକସନ ବାଲା କୃଷ୍ଠ ରୋଗୀ

ଟିବି ଏବଂ ନନ ଇନଫେକସନ ବାଲା କୃଷ୍ଠ ରୋଗର ରୋଗୀଙ୍କୁ ଟ୍ରେନ ଭଡାରେ ବି ରିହାତି ମିଳିଥାଏ । ଏମାନଙ୍କୁ ସେକେଣ୍ଡ, ସ୍ଲିପର ଏବଂ ଫାଷ୍ଟ କ୍ଲାସରେ ଏକଲା କିମ୍ବା ଜଣେ ସହୟାକଚଙ୍କ ସହିତ ଯାତ୍ରା କରୁବା ଉପରେ ମୋଟ ଭଡା ଉପରେ ୭୫ ପ୍ରତିଶତର ରିହାତି ମିଳଇଥାଏ ।