କିଛି ଖାସ ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିଗତ ଜୀବନ ଉପରେ ଲୋକମାନଙ୍କ ନଜର ସର୍ବଦା ରହିଥାଏ ଆଉ ସେ ଯଦି କୌଣସି ରାଜକୀୟ ପରିବାର କିମ୍ବା ସଂଭ୍ରାନ୍ତ ପରିବାରର ହୋଇଥିବେ ତେବେ ତାଙ୍କର ଉତଥାନରୁ ଆରମ୍ଭ କରି ପତନ ଯାଏଁ ଜାଣିବା ପାଇଁ ଲୋକଙ୍କର ଆଗ୍ରହ ଆହୁରି ଦ୍ୱିଗୁଣିତ ହୋଇଯାଇଥାଏ । ତେବେ ରାଜା ରାଣୀଙ୍କ କାହାଣୀ କେବଳ ଭାରତ ମଧ୍ୟରେ ସୀମିତ ନଥିଲା ବରଂ ବିଶ୍ୱର ଅଲଗା ଭାଗରେ ବି ରାଜ ପରିବାରଙ୍କର କାହାଣୀମାନ କୌତୂହଳର କେନ୍ଦ୍ରବିନ୍ଦୁ ପାଲଟିଛି ।

କୁହାଯାଏ, ଇଂରେଜ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତ ହେଉନଥିଲେ । ବିଶ୍ୱର ଅଧିକାଂଶ ଦେଶ ଇଂରେଜ ସରକାରର ଗୁଲାମ ଥିଲା ଆଉ ଗୋରା ସରକାରଙ୍କ ବିନା ଇଚ୍ଛାରେ ଗୋଟିଏ ପତ୍ର ବି ହଲୁ ନଥିଲା । କିନ୍ତୁ ୧୯ତମ ଶତାଦ୍ଦୀର ଶେଷ ମୁହୂର୍ତ୍ତ ଏକ ଏଭଳି ବାସ୍ତବତାର ମୂକସାକ୍ଷୀ ହେବାକୁ ଯାଉଥିଲା ଯାହାକୁ ଇଂଲଣ୍ଡର ରାଜପରିବାର କଣ, ଜଣେ ସାଧାରଣ ବ୍ରିଟିଶ ନାଗରିକ ମଧ୍ୟ ହଜମ କରିବାକୁ ପ୍ରସ୍ତୁତ ନଥିଲା । କାରଣ ଜଣେ ଭାରତୀୟ ଚାକର ପ୍ରେମରେ ବ୍ରିଟେନର ରାଣୀ ଭିକ୍ଟୋରିଆ ଆବଦ୍ଧ ହୋଇଯାଇଥିଲେ । ତେବେ ଏହି ପ୍ରେମ କାହାଣୀଟି ହେଉଛି ବ୍ରିଟିଶ ମହାରାଣୀ ଭିକ୍ଟୋରିଆ ଏବଂ ରାଜଦରବାରରେ କାମ କରୁଥିବା ଜଣେ ଭାରତୀୟ ତଥା ଅବଦୁଲ କରିମଙ୍କର । ଯାହାଙ୍କ ପ୍ରେମରେ ପାଗଳି ଥିଲେ ମହାରାଣୀ ଭକ୍ଟୋରିଆ ।

ଅବଦୁଲ କରିମ ଏବଂ ରାଣୀ ଭିକ୍ଟୋରିଆଙ୍କ ପ୍ରେମ କାହାଣୀ

ଅବଦୁଲ କରିମ ୨୪ ବର୍ଷର ଥିଲେ ଯେତେବେଳେ ସେ ୧୮୮୭ରେ ଆଗ୍ରାରୁ ଇଂଲଣ୍ଡ ଚାଲି ଆସିଥିଲେ । ତାଙ୍କୁ ଭାରତ ପକ୍ଷରୁ ଏକ ଉପହାର ରୂପରେ ରାଣୀ ଭିକ୍ଟୋରିଆଙ୍କ ନିକଟରେ ପଠାଯାଇଥିଲା । ଗୋଟିଏ ବର୍ଷ ମଧ୍ୟରେ ହିଁ ଏହି ଯୁବକ ଜଣଙ୍କୁ ମହାରାଣୀଙ୍କ ରାଜଦରବାରରେ ଶିକ୍ଷକର ଦାୟିତ୍ୱ ଦିଆଯାଇଥିଲା ଏବଂ ରାଣୀ ଭିକ୍ଟୋରିଆଙ୍କୁ ଉଭୟ ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷା ଶିଖାଇବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏଥିରୁ ସଂକେତ ମିଳିଯାଇଥିଲା କି ମହାରାଣୀ ଭିକ୍ଟୋରିଆଙ୍କର ଅବଦୁଲ କରିମଙ୍କ ସହ ସଂପର୍କ କେତେ ଘନିଷ୍ଠ ଥାଇପାରେ । କୁହାଯାଏ, ଯେତେବେଳେ ଅବଦୁଲ କରିମ ମହାରାଣୀଙ୍କ ରାଜଦରବାରର ଚାକିରି ଛାଡିବାକୁ ନିଷ୍ପତ୍ତି ନେଇଥିଲେ ସେତେବେଳେ ଖୋଦ୍ ମହାରାଣୀ ତାଙ୍କୁ ନଯିବାକୁ ବିନତି କରିଥିଲେ ।

ସେହିପରି ଯେତେବେଳେ ମହାରାଣୀ ଭିକ୍ଟୋରିଆ ଅବଦୁଲଙ୍କୁ ଚିଠି ଲେଖୁଥିଲେ ସେତେବେଳେ ସେ ଚିଠିର ଶେଷରେ ତୁମର ପ୍ରିୟ ମା ଏବଂ ତୁମର ସବୁଠୁ ଘନିଷ୍ଠ ବନ୍ଧୁ ବୋଲି ଲେଖୁଥିଲେ । କେବେ କେବେ ତ ମହାରାଣୀ ନିଜର ଚିଠିରେ ଚୁମ୍ବନର ପ୍ରତୀକ ମଧ୍ୟ ତିଆରି କରି ପଠାଉଥିଲେ, ଯେବେକି ସେ ସମୟରେ ଏହା ଏକ ଅସାଧାରଣ ପ୍ରସଙ୍ଗ ଥିଲା । ଯାହାଦ୍ୱାରା ସ୍ପଷ୍ଟ ବାରି ହୋଇଯାଇଥିଲା କି ଉଭୟଙ୍କ ମଧ୍ୟରେ ସଂପର୍କ ଥିଲା ଖୁବ୍ ଗହୀରିଆ ।

ରାଣୀ ଭିକ୍ଟୋରିଆଙ୍କ ଜୀବନ ଗାଥା

୧୮୧୯ରେ ଭିକ୍ଟୋରିଆଙ୍କ ଜନ୍ମ । ହେଲେ ଯେତେବେଳେ ଭିକ୍ଟୋରିଆ ମାତ୍ର ୮ ମାସର ଥିଲେ ସେତେବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଥିଲା । ଯାହାପରଠୁ ତାଙ୍କର ସମସ୍ତ ଦାୟିତ୍ୱ ବହନ କରିଥିଲେ ତାଙ୍କ ମାମୁଁ । କିନ୍ତୁ ଭିକ୍ଟୋରିଆଙ୍କର ମାମୁଁ ଜଣେ ନିତିନିଷ୍ଠ ବ୍ୟକ୍ତି ଥିଲେ । ଯେଉଁଥିପାଇଁ ସେ ସବୁବେଳେ ଭିକ୍ଟୋରିଆଙ୍କୁ ପୁରୁଷଙ୍କଠାରୁ ଦୂରେଇ ରଖୁଥିଲେ । ଏପରିକି କୌଣସି ପୁରୁଷ ଚାକର କିମ୍ବା ବନ୍ଧୁଙ୍କୁ ଭିକ୍ଟୋରିଆଙ୍କ ନିକଟକୁ ଯିବା ନିଷେଧ ଥିଲା । ଜାଣି ଆଶ୍ଚର୍ଯ୍ୟ ହେବେକି ଯେତେ ସମୟ ଯାଏଁ ତାଙ୍କୁ ଶିକ୍ଷକ ପାଠପଢାଉ ଥିଲେ ସେତେବେଳ ପର୍ଯ୍ୟନ୍ତ ଭିକ୍ଟୋରିଆଙ୍କ ପାଖରେ ଘରର କୌଣସି ନା କୌଣସି ସଦସ୍ୟ ଉପସ୍ଥିତ ରହୁଥିଲେ ।

ମାତ୍ର ୧୮ ବର୍ଷ ବୟସରେ ଭିକ୍ଟୋରିଆ ରାଜ ସିଂହାସନରେ ବସିଥିଲେ । ଯାହାକୁ ସେ ଅତି ନିଷ୍ଠାର ସହିତ ଯଥାର୍ଥ କରି ମଧ୍ୟ ଦେଖାଇଥିଲେ । ଏହାବ୍ୟତୀତ ଭିକ୍ଟୋରିଆ ଏକାଧାରାରେ ପତ୍ନୀ, ମାଆ ଏବଂ ରାଣୀ ଭାବେ ନିଜର କର୍ତ୍ତବ୍ୟକୁ ଅତ୍ୟନ୍ତ ଦାୟିତ୍ୱର ସହ ତୁଲାଇ ଥିଲେ । ବିବାହ ପରେ ସେ ସ୍ୱାମୀଙ୍କୁ ମଧ୍ୟ ଏସବୁ କାର୍ଯ୍ୟରୁ ଦୁରେଇ ରଖୁଥିଲେ । କିନ୍ତୁ ଧିରେ ଧିରେ ସ୍ୱାମୀଙ୍କ ଭଲ ପାଇବା ଏବଂ ଚାତୁର୍ଯ୍ୟ ଆଦି ଗୁଣ ତାଙ୍କ ଉପରେ ନିଜର ଅଧିକାର ଜାହିର କରିଥିଲା ଏବଂ ସେ ପତିପରାୟଣ ହୋଇ ତାଙ୍କର ଇଚ୍ଛାନୁସାରେ ଚାଲିବାକୁ ଲାଗିଥିଲେ । ମାତ୍ର ୪୮ ବର୍ଷ ବୟସରେ ହିଁ ସେ ବିଧବା ହୋଇଯାଇଥିଲେ ଆଉ ଏହି ଦୁଃଖକୁ ସହି ସେ ୩୯ ବର୍ଷ କାଳ ନିଷ୍ଠା ଓ ନ୍ୟାୟର ସହିତ ଶାସନ କରିଥିଲେ । ତେବେ ଯେଉଁ ଭାର ସେ ନିଜ କାନ୍ଧରେ ବହନ କରିଥିଲେ ତାକୁ ସେ ନିଜ ଶକ୍ତି ଏବଂ ସାମର୍ଥ୍ୟ ଅନୁସାରେ ଯଥାର୍ଥ କରିଥିଲେ କିନ୍ତୁ ଏବଂ କେବେ କାହା ସାମ୍ନରେ ମୁଣ୍ଡ ନୁଅ୍ଧବ ନଥିଲେ ।

ସୌଜନ୍ୟ- ଦୈନିକ ଜାଗରଣ