ମୋଦି ପିନ୍ଧନ୍ତି ଓଲଟା ଘଂଟା ! ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ କିଛି ଅଜଣା କଥା

87

ନରେନ୍ଦ୍ର ମୋଦି ଯେବେଠାରୁ ଦେଶର ପ୍ରଧାନମନ୍ତ୍ରୀ ଆସନ ଅଳକୃତ କରିଛନ୍ତି ସେବେଠାରୁ ସମଗ୍ର ପୁରପଲ୍ଲୀ ଏବଂ ବିଭିନ୍ନ ସୋସିଆଲ ମିଡିଆରେ ତାଙ୍କୁ ନେଇ ଅନେକ ଖବର ଶୁଣିବାକୁ ଏବଂ ଦେଖିବାକୁ ମିଳିଛି । କୁହାଯାଏ, କିପରି ଜଣେ ଚାହା ବିକାଳି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଲେ । ତେବେ ଆଜି ଆମେ ମୋଦିଙ୍କ ସଂପର୍କରେ ଯେଉଁ କଥା କହିବାକୁ ଯାଉଛୁ ତାକୁ ଶୁଣିଲେ ବୋଧ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ତେବେ ଆସନ୍ତୁ ଜାଣିବା ।

ବୁଲ୍ଗରୀ ବ୍ରାଣ୍ଡର ଚଷମା

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ମୋଦି ପିନ୍ଧୁଥିବା ଚଷମାର ଦାମ ରହିଛି ପାଖାପାଖି ୪୦ ହଜାର ଟଙ୍କା । ଆଉ ଏହି ଚଷମାଟି ହେଉଛି ବୁଲଗରୀ ବ୍ରାଣ୍ଡର ଚଷମା । ତେବେ ଏହାକୁ ଇଟାଲୀରେ ତିଆରି କରାଯାଇଥାଏ । କହିବାକୁ ଗଲେ ବୁଲଗରୀ ଜ୍ୟୁଏଲେରୀ ନିର୍ମାଣ କରିଥାଏ କିନ୍ତୁ ଆଜିକାଲି ଏହି କଂପାନୀ ବିଭିନ୍ନ ଡିଜାଇନର ଚଷମା ମଧ୍ୟ ତିଆରି କରୁଛି ।

ମୋଭାଡୋ ନାମକ କଂପାନୀର ଘଂଟା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ହାତରେ ପିନ୍ଧିଥିବା ଘଂଟା କୌଣସି ସାଧାରଣ କଂପାନୀର ଘଂଟା ବରଂ ବିଶ୍ୱର ଏକ ନାମୀଦାମୀ ବ୍ରାଣ୍ଡ ତଥା ମୋଭାଡୋ ନାମକ କଂପାନୀର ଘଂଟା ଅଟେ । ଯାହାର ମୂଲ୍ୟ ରହିଛି ୪୫ ହଜାରରୁ ୧୦୦୦୦୦ ଟଙ୍କା ପର୍ଯ୍ୟନ୍ତ । ତେବେ ଆପଣ ଜାଣିଲେ ଚକିତ ହେବେକି ମୋଦି ଅଧିକାଂଶ ସମୟରେ ଘଂଟାକୁ ଓଲଟା ପିନ୍ଧିଥାନ୍ତି । ମୋଦିଙ୍କ ମତରେ ଲକ୍ ତଥା ସମୟ ତାଙ୍କ ସହିତ ସବୁବେଳେ ସାଥିରେ ରହିଥାଏ ।

ଆପଲ୍ ୬ ପ୍ଲସ୍ ମୋବାଇଲ୍

ମୋଦିଙ୍କୁ ଅଧିକାଂଶ ସମୟରେ ସେଲ୍ଫି ନେଉଥିବାର ଆପଣ ନିଶ୍ଟୟ ଦେଖିଥିବେ ଏବଂ ସେ ଆପଲ୍ ବ୍ରାଣ୍ଡର ମୋବାଇଲ୍ ଫୋନ ବ୍ୟବହାର କରନ୍ତି । ତେବେ ଆପଲ୍ ବିଶ୍ୱର ସବୁଠାରୁ ଦାମୀ ତଥା ଲୋକପ୍ରିୟ ବ୍ରାଣ୍ଡ ଅଟେ । ପ୍ରଧାନମନ୍ତ୍ରୀ ମୋଦି ଆପଲ୍ ୬ ପ୍ଲସର ମୋବାଇଲ୍ ଫୋନ ବ୍ୟବହାର କରନ୍ତି ।

ଭୋଡାଫୋନ ସିମ୍

ନିକଟରେ ମୋଦି ନିଜ ମୋବାଇଲର ଏକ ସ୍କ୍ରିନ୍ ସର୍ଟ ପୋଷ୍ଟ କରିଥିଲେ । ଯେଉଁଥିରେ କି ଭୋଡାଫୋନର ସିମ୍ ନଜର ଆସିଥିଲା । ତେବେ ମୋଦି ଦେଶର ନେତୃତ୍ୱ କରୁଛନ୍ତି ତେବେ ଏହା ଏକ ସାଧାରଣ କଥା ଅଟେ କି ସେ କେଉଁ ବ୍ରାଣ୍ଡ ବ୍ୟବହାର କରୁଛନ୍ତି । କେବଳ ଆପଣଙ୍କୁ ଏସଂପର୍କରେ ଅବଗତ କରାଇବାକୁ ଆମେ ଏଠାରେ ଏହି ପ୍ରସଙ୍ଗ ଉପସ୍ଥାପନା କରିଛୁ । କାରଣ ଦେଶକୁ ସବୁବେଳେ ମୋଦିଙ୍କ ସଂପର୍କରେ ଜାଣିବାକୁ ପଡିଥାଏ ।

ଏହାସହ ମଧ୍ୟ ପଢନ୍ତୁ- ଇନ୍ଦିରା ନେଉଥିଲେ ମୋଦିଙ୍କ ମତ ! ସୋସିଆଲ୍ ମିଡିଆରେ ଭାଇରାଲ୍ ଫଟୋର ସତ ।