ଆପଣଙ୍କ ଘରେ କେହି ବରିଷ୍ଠ ନାଗରିକ ଅଛନ୍ତି କି? ତେବେ ତୁରନ୍ତ ଭରନ୍ତୁ ଏହି ଫର୍ମ । ପ୍ରତି ମାସ ୧୦ ହଜାର ଟଙ୍କା ଲେଖାଏଁ ଦେବେ ସରକାର

2,165

ଯଦି ଆପଣଙ୍କ ଘରେ କେହି ବରିଷ୍ଠ ଲୋକ ରହିଛନ୍ତି, ଯାହାଙ୍କ ବୟସ ୬୦ ବର୍ଷ କିମ୍ବା ଏହାଠାରୁ ଅଧିକ ରହିଛି । ତେବେ ସେ ଏହି ଯୋଜନାର ଲାଭ ଉଠାଇପାରିବେ । ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କ ନିକଟସ୍ଥ ଏଲଆଇସି ଅଫିସକୁ ଯାଇ ସେଠାରେ Pradhan Mantri Vaya Vandana Yojnaର ଏକ ଫର୍ମ ଭରି ପାରିବେ । ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇ ଟଙ୍କା ପାଇପାରିବେ । ଏହା ୬୦ ବର୍ଷ ତଥା ଏହାଠାରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କ ପାଇଁ ଏକ ପେନସନ ଯୋଜନା ଅଟେ ।

ଏହି ଯୋଜନାରେ ବରିଷ୍ଠ ନାଗରିକଙ୍କୁ ମାସିକ ପେନସନ ବିକଳ୍ପ  ଚୟନ କରିବା ଉପରେ ୧୦ ବର୍ଷ ପାଇଁ ୮ ପ୍ରତିଶତ ଗ୍ୟାରେଂଟିର ସହ ରିଟର୍ଣ୍ଣ ମିଳିବ । ଯଦି ବାର୍ଷିକ ପେନସନ ବିକଳ୍ପ ଚୟନ କରିବେ ତେବେ  ୧୦ ବର୍ଷ ପାଇଁ ୮.୩ ପ୍ରତିଶତର ଗ୍ୟାରେଂଟିର ସହ ରିଟର୍ଣ୍ଣ ମିଳିବ । ତେବେ ବଡ କଥା ହେଲା କି , ଜିଏସଟିରୁ ଏହି ଯୋଜନାକୁ ବାଦ୍ ଦିଆଯାଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ  କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ବୈଠକରେ ବରିଷ୍ଠ ନାଗରିକଙ୍କର ସୁବିଧାକୁ ଦୃଷ୍ଟିରେ ରଖି  ଏହି ଯୋଜନାରେ କିଛି ଜରୁରୀ ସୁଧାର ଅଣାଯାଇଛି ।

 ପିଏମଭିବିୱାଇ ଆଧାରରେ ନିବେଶ କରିବାର ସୀମା ବୃଦ୍ଧି କରାଯାଇ ୧୫ ଲକ୍ଷ ଟଙ୍କା କରିଦିଆଯାଇଛି । ଏହା ପୂର୍ବରୁ ସାଢେ ସାତ ଲକ୍ଷ  ଥିଲା । ନିବେଶ ସୀମା ବୃଦ୍ଧି ପାଇବା ଦ୍ାରା ବରିଷ୍ଠ ନାଗରିକଙ୍କୁ ପ୍ରତି ମାସ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ମିଳିବ । ପିଏମଭିବିୱାଇରେ ନିବେଶର ସମୟ ସୀମାକୁ ୨ ବର୍ଷ କାଳ ବୃଦ୍ଧି କରାଯାଇ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ କରିଦିଆଯାଇଛି ।

ପୂର୍ବରୁ ଏଥିରେ ନିବେଶର ସମୟ ସୀମା ୩ ମଇ ୨୦୧୮ ପର୍ଯ୍ୟନ୍ତ ଥିଲା । ପିଏମଭିବିୱାଇରେ ସଂଶୋଧନ କରାଯାଇ ସର୍ବାଧିକ ନିବେଶର ସୀମାକୁ ପ୍ରତି ପରିବାରରୁ ବଦଳାଇ ପ୍ରତି ବରିଷ୍ଠ ନାଗରିକ କରିଦିଆଯାଇଛି । ଅର୍ଥାତ୍ ଯଦି ଗୋଟିଏ ପରିବାରରେ ଉଭୟ ପତି ଏବଂ ପତ୍ନୀ ଦୁଇ ଜଣ ଯାକ ବରିଷ୍ଠ ଅଛନ୍ତି ତେବେ ଉଭୟ ଯାକ ସର୍ବାଧିକ ୧୫-୧୫ ଲକ୍ଷ ନିବେଶ କରିପାରିବେ । ଅର୍ଥାତ୍ ଦୁଇଟି ଯାକକୁ ମିଶାଇ  ମୋଟ୍ ୩୦ ଲକ୍ଷ ଟଙ୍କା ନିବେଶ କରି ବୋନସର ଲାଭ ଉଠାଇପାରିବେ ।