ଗୋଟିଏ ଛୋଟିଆ ଭୁଲ ପାଇଁ ପାୱାର ବ୍ୟାଙ୍କରେ ହୋଇପାରେ ବିସ୍ଫୋରଣ ! କଣ ଆପଣ କରୁନାହାଁନ୍ତି ତ ଏହି ଭୁଲ୍ ?

54

କିଛି ଦିନ ହେଲା ସୋସିଆଲ ମିଡିଆରେ ପାୱାର ବ୍ୟାଙ୍କ ଫାଟିବାର ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଯେଉଁ କାରଣରୁ ଅନେକ ଲୋକଙ୍କର ଜୀବନ ମଧ୍ୟ ଯାଇସାରିଛି । କିନ୍ତୁ ଯଦି କିଛି ସାବଧାନତା ଅବଲମ୍ବନ କରାଯାଏ ତେବେ ଏହି ଦୁର୍ଘଟଣାକୁ ଅନେକାଂଶରେ ଏଡାଇ ଯାଇହେବ । ତେଣୁ ଆଜି ଆମେ ଆପଣଙ୍କୁ ପାୱାର ବ୍ୟାଙ୍କ ବ୍ୟବହାର କରିବା ସମୟରେ କିଭଳି ସତର୍କତା ଅବଲମ୍ବନ କରିବେ ସେନେଇ କିଛି ଟିପ୍ସ ଜଣାଇବୁ ଯାହାଦ୍ୱାରା ଆପଣ ରହିବେ କୌଣସି ଏକ ବଡ ଦୁର୍ଘଟଣାରୁ ନିଜକୁ ସୁରକ୍ଷିତ କରିପାରିବେ । ତେବେ ଆସନ୍ତୁ ଜାଣିବା…….

• ପାୱାର ବ୍ୟାଙ୍କରୁ ଫୋନକୁ ଫୁଲ ଚାର୍ଜ କରନ୍ତୁ ନାହିଁ । କାରଣ, କୌଣସି ଫୋନରେ ୩ ହଜାର ଏମଏଚଏ ବ୍ୟାଟେରୀ ଦିଆଯାଇଥିଲେ ତାକୁ ଯଦି ଆପଣ ୧୦ ହଜାର ଏମଏଚଏ ପାୱାର ବ୍ୟାଙ୍କରେ ଚାର୍ଜ କରିବେ ତେବେ ସେଥିରେ ବିସ୍ଫୋରଣ ଘଟିବା ଏକପ୍ରକାରେ ସୁନିଶ୍ଚିତ ।

• ପାୱାର ବ୍ୟାଙ୍କରୁ ଲାପଟପ ଚାର୍ଜ କରନ୍ତୁ ନାହିଁ । ଲାପଟପର ଭୋଲ୍ଟ ସଂପର୍କିତ ସୂଚନା ନଥିଲେ ଆଦୌ ପାୱାର ବ୍ୟାଙ୍କରୁ ଚାର୍ଜ କରନ୍ତୁ ନାହିଁ । କାହିଁକି ନା, ବଜାରରେ ଯେଉଁ ପାୱାର ବ୍ୟାଙ୍କ ଉପଲବ୍ଧ ତାହା ୫ ଭୋଲ୍ଟ ହୋଇଥାଏ । କିନ୍ତୁ ଲାପଟପ ପାଇଁ ୧୬ ଭୋଲ୍ଟ କିମ୍ବା ଏହାଠାରୁ ଅଧିକ ଭୋଲ୍ଟର ପାୱାର ଦରକାର ପଡିଥାଏ । ତେଣୁ ଏଭଳି ପରିସ୍ଥିତିରେ ପାୱାର ବ୍ୟାଙ୍କରୁ ଲାପଟପ ଚାର୍ଜ କରିବା ମହଙ୍ଗା ପଡିପାରେ ।

• ପାୱାର ବ୍ୟାଙ୍କକୁ ଦୀର୍ଘ ସମୟ ଧରି ବ୍ୟବହାର କରନ୍ତୁ ନାହିଁ ।

• ପାୱାର ବ୍ୟାଙ୍କ ଚାର୍ଜ କରିବା ସମୟରେ ଧ୍ୟାନ ରଖନ୍ତୁ । କାରଣ ପାୱାର ବ୍ୟାଙ୍କକୁ କେତେ ସମୟ ପର୍ଯ୍ୟନ୍ତ ଚାର୍ଜ କରାଯାଇପାରିବ ସେନେଇ ଆପଣଙ୍କ ନିକଟରେ ସୂଚନା ଥିବା ନିହାତି ଦରକାର । ପାୱାର ବ୍ୟାଙ୍କରେ ଚାର୍ଜିଂ ଲାଇଟ ଦିଆଯାଇଥାଏ । ଯେଉଁଥିରେ ପାୱାର ବ୍ୟାଙ୍କ କେତେ ଚାର୍ଜ ହୋଇଛି ସେନେଇ ଇଣ୍ଡିକେସନ ମଧ୍ୟ ମିଳିଯାଇଥାଏ । ହେଲେ ପାୱାର ବ୍ୟାଙ୍କକୁ ସର୍ବାଧିକ ୩ରୁ ୪ ଘଂଟା ଚାର୍ଜ କରିବା ଉଚିତ । ଏହାକୁ କେବେବି ଫୁଲ ଚାର୍ଜ କରିବା ଉଚିତ ନୁହେଁ ।

• ପାୱାର ବ୍ୟାଙ୍କକୁ ସେହି ଚାର୍ଜରେ ଚାର୍ଜ କରନ୍ତୁ ଯେଉଁ ଚାର୍ଜର ତା ସହ ଦିଆଯାଇଛି ।

• ଯଦି ଆପଣ ରାତିରେ ପାୱାର ବ୍ୟାଙ୍କକୁ ଚାର୍ଜ କରୁଛନ୍ତି ତେବେ ତାକୁ ଆପଣଙ୍କ ବେଡଠାରୁ ଦୂରରେ ରଖି ଚାର୍ଜ କରନ୍ତୁ । ସେହିପରି ଶୋଇବା ପୂର୍ବରୁ ଚାର୍ଜିଂ ବନ୍ଦ କରିଦିଅନ୍ତୁ ।