ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ! ଯାତ୍ରା କାଳରେ ମିଳିବ ୱାଇ-ଫାଇ ସୁବିଧା,ଚଲାଇ ପାରିବେ ଫେସବୁକ୍, ହ୍ୱାଟସଆପ ଓ ଇ-ମେଲ୍

46

ଏଣିକି ରେଳରେ ଯାତ୍ରା କାଳରେ ଯାତ୍ରୀଙ୍କୁ ମିଳିବ ୱାଇ-ଫାଇ ସେବା । ଦେଶର ପ୍ରମୁଖ ରେଳ ଷ୍ଟେସନମାନଙ୍କରେ ୱାଇ-ଫାଇ ସେବାର ଆରମ୍ଭ କରିବାପରେ ରେଳ ମନ୍ତ୍ରଣାଳୟ ଏବେ ସାରା ଦେଶରେ ଚାଲୁଥିବା ପ୍ରମୁଖ ମେଲ୍-ଏକ୍ସପ୍ରେସ ଟ୍ରେନଗୁଡିକରେ ମଧ୍ୟ ଏହି ସେବା ଆରମ୍ଭ କରିବାକୁ ଯାଉଛି । ଯଦିଓ ଏବେ ଏହି ସେବା ତେଜସ୍, ଗତିମାନ, ଦିଲ୍ଲୀ-ହାବଡା ରାଜଧାନୀ ଏବଂ କିଛି ଶତାଦ୍ଦୀ ଟ୍ରେନମାନଙ୍କରେ ଦିଆଯାଇଛି ।

ଏହି ଦ୍ରୁତଗତି ଥିବା ଟ୍ରେନମାନଙ୍କରେ ବର୍ତ୍ତମାନ ସାଟେଲାଇଟ୍ ଜରିଆରେ ୱାଇ-ଫାଇର ସୁବିଧା ଦିଆଯାଉଅଛି । କିନ୍ତୁ ଏହା ବହୁତ ମହଙ୍ଗା ଅଟେ । ଏବେ ରେଲୱେର ସଂପୂର୍ଣ୍ଣ ଟ୍ରାକ୍ ଉପରେ ଛୋଟ ଛୋଟ ଅନ୍ତରାଳରେ ୱାଇ-ଫାଇ ଡିଭାଇସ୍ ଲଗାଯିବ । ଯେଉଁଥିରେ ଲୋକଙ୍କୁ ଇଂଟରନେଟ୍ ମିଳିବାରେ କୌଣସି ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ । ରେଲୱେରେ ବର୍ତ୍ତମାନ ପ୍ରତିଦିନ ୨୩ ମିଲିୟନ ଲୋକ ଯାତ୍ରା କରୁଛନ୍ତି ।

ରେଳ ମନ୍ତ୍ରଣାଳୟ ୱାଇ-ଫାଇ ସେବାର ଆରମ୍ଭ କରିବା ପାଇଁ ଆଇଆଇଟି ଚେନ୍ନାଇ ଏବଂ ସି-ଡର୍ଟ ସହ ମିଶି ଏହି ସେବାକୁ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚଳାଇଛି । ବର୍ତ୍ତମାନ ଏଥିପାଇଁ ବେଙ୍ଗାଲୁରୁ-ଚେନ୍ନାଇ ସେକ୍ସନକୁ ପାଇଲଟ୍ ପ୍ରୋଜେକ୍ଟ ପାଇଁ ଚୟନ କରାଯାଇଛି ।

ରେଳ ମନ୍ତ୍ରଣାଳୟ ପକ୍ଷରୁ ଗତ ବଜେଟ୍ ବର୍ଷରେ ୮୨୨୧ ମିଲିୟନ ଯାତ୍ରୀଙ୍କୁ ନିଜର ଗନ୍ତବ୍ୟ ସ୍ଥାନ ଯାଏଁ ପହଂଚିଛନ୍ତି । ସେହିପରି ସାରା ଦେଶରେ ଇଂଟରନେଟର ବହୁଳ ମାତ୍ରାରେ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ରହିଛି ପାଖାପାଖି ୪୩୦ ମିଲିୟନ । ଏକ ଆନୁମାନିକ ତଥ୍ୟ ଅନୁସାରେ, ଲୋକେ ମାସକ ଭିତରେ ୧.୨୫ ଜିବି ଡାଟାର ପ୍ରୟୋଗ କରିଥାନ୍ତି ।

ସୌଜନ୍ୟ- ଫାଇନ୍ସିଆଲ୍ ଏକ୍ସପ୍ରେସ୍