ମେଟ୍ରୋରେ ଫସିଲା ମହିଳାଙ୍କ ମୁଣ୍ଡ ! ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ

22

ସାଧାରଣତଃ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ହେଉଛି ଭାଇରାଲ । ତେବେ ଏବେ ଏଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓକୁ ନେଇ ସୋଲିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଏହି ଭିଡିଓରେ ଜଣେ ବୟସ୍କା ମହିଳାଙ୍କ ମୁଣ୍ଡ ମେଟ୍ରୋ ଟ୍ରେନର ଫାଟକ ମଧ୍ୟରେ ଫସି ଯାଇଛି ।

ସବୁଠାରୁ ବଡ କଥା ହେଲା,ଏହି ଅସହାୟ ମହିଳା ଜଣଙ୍କୁ କେହି ବି ହେଲେ ଉଦ୍ଧାର କରି ନଥିଲେ । ତେବେ ମହିଳା ଜଣକ ସାହାର୍ଯ୍ୟ ପାଇଁ ଯେତେ ଚିତ୍କାର କରିଥିଲେ ମଧ୍ୟ କାହାର ପାଦ ତାଙ୍କୁ ରକ୍ଷା କରିବାକୁ ଆଗେଇ ଆସି ନଥିଲା । ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୂଚନା ଅନୁସାରେ, ଏହି ଅଭାବନୀୟ ଘଟଣାଟି ଘଟିଛି ନ୍ୟୁୟର୍କର ଏକ ରେଳ ଷ୍ଟେସନରେ । ଯେଉଁଠାରେ ଜଣେ ବୟସ୍କା ମହିଳାଙ୍କ ମୁଣ୍ଡ ଅସାବଧାନତା ବଶତଃ ଟ୍ରେନର ଫାଟକ ମଧ୍ୟରେ ଫସି ଯାଇଛି । ତେବେ ଏହି ଦୃଶ୍ୟଟିକୁ ଉପସ୍ଥିତ ଥିବା ଅନେକ ଲୋକ ଦେଖୁଥିଲେ ମଧ୍ୟ କେହି ବି ତାଙ୍କୁ ସହାୟତା କରି ନଥିଲେ ।