ଆଇଫୋନ କିଣିବାକୁ ଚାହୁଁଛନ୍ତି କି? ରିଲାଏନ୍ସ ଜିଓ ଦେଉଛି ଜବରଦସ୍ତ ଅଫର, ଫେରି ପାଇବେ ୭୦ ପ୍ରତିଶତ କ୍ୟାସବ୍ୟାକ୍

69

ଆମେରିକା ଫୋନ ନିର୍ମାଣ କଂପାନୀ ଆପୋଲର ଆଇଫୋନଏକ୍ସର ପ୍ରି ବୁକିଂ ଇ-କମର୍ସ ୱେବସାଇଟ୍ ଆମାଜନ ଏବଂ ଫ୍ଲିପକାର୍ଟରେ ଆରମ୍ଭ ହୋଇସାରିଛି ଆଉ ଏହି ଫୋନ ସହିତ ଟେଲିକମ କଂପାନୀ ରିଲାଏନ୍ସ ଜିଓ ଆଣି ଦେଇଛି ୭୦ ପ୍ରତିଶତ ବାୟବ୍ୟାକର ଅଫର । ସେହିପରି ଚାଇନା କଂପାନୀ ସାଓମିର ଏମଆଇ ମାକ୍ସ-୨କୁ ୧ ହଜାର ଟଙ୍କାର ଫ୍ଲାଟ ରିହାତିରେ କିଣି ପାରିବେ ।

ସୂଚନା ମୁତାବକ, ଯଦି ଗ୍ରାହକ ଆଇଫୋନ ଏକ୍ସ ରିଲାଏନ୍ସ ରିଟେଲ ଲିମିଟେଡ୍ ଷ୍ଟୋର, ଜିଓ ଡଟ୍ କମ, ମାଇଜିଓ ଆପ କିମ୍ବା ଆମାଜନରୁ କିଣନ୍ତି ତେବେ ଜିଓର ବାୟବ୍ୟାକ୍ ଅଫରର ଲାଭ ଉଠାଇପାରିବେ । ଏହି ଅଫରର ବୈଧତା ୨୯ ସେପ୍ଟେମ୍ବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ରହିଛି । ଏହି ଅଫର ଆଧାରରେ ଆଇଫୋନ ଏକ୍ସ ୟୁଜର୍ସକୁ ଫୋନ କିଣିବା କିମ୍ବା ଏନରୋଲମେଂଟର ଆଗାମୀ ୧୨ ମାସ ପର୍ଯ୍ୟନ୍ତ ଅତି କମରେ ୭୯୯ ଟଙ୍କା ପ୍ରତି ମାସ ରିଚାର୍ଜ କରିବାକୁ ପଡିବ । ସେହିପରି ପୋଷ୍ଟପେଡ ୟୁଜର୍ସଙ୍କୁ ୭୦୦ଟଙ୍କା ପ୍ରତି ମାସର ପ୍ଲାନ ଆକ୍ଟିଭ କରିବାକୁ ପଡିବ । ୭୯୯ ଟଙ୍କା ବ୍ୟତୀତ ପ୍ରିପେଡ ୟୁଜର୍ସଙ୍କୁ ୯,୯୯୯ଟଙ୍କାର ୱାନ ଟାଇମ ରିଚାର୍ଜ କରିବାକୁ ପଡିପାରେ । ଏହି ଅଫର ନୂଆ ଏବଂ ଉପସ୍ଥିତ ଜିଓ ୟୁଜର୍ସ ପାଇଁ ବୈଧ ହେବ ।

ଏଠାରେ ଆମେ କହି ରଖୁଛୁ କି, ୧୨ ମାସ ପରେ ୟୁଜର୍ସଙ୍କୁ ଆଇଫୋନ ଏକ୍ସ ଫେରସ୍ତ କରିବାକୁ ପଡିବ ଏବଂ ଫୋନ ଚାଲୁ ରହିବା ସ୍ଥିତିରେ ଥିବା ଆବଶ୍ୟକ । ଏହାପରେ ଗ୍ରାହକଙ୍କୁ ଫୋନର ଏମଆରପିର ୭୦ ପ୍ରତିଶତ ଅର୍ଥ ରାଶି ଫେରସ୍ତ କରିଦିଆଯିବ । ରିଡେମ୍ପସନ ଅବଧି ଅକ୍ଟୋବର ପହିଲା ୨୦୧୮ରୁ ୩୧ ଅକ୍ଟୋବର ୨୦୧୮ ପର୍ଯ୍ୟନ୍ତ ରହିଛି । ଏହି ଅଫରର ଅଧିକ ସୂଚନା ପାଇଁ ଆପଣ ଜିଓର ଅଫିସିଆଲ ୱେବସାଇଟକୁ ଯାଇ ଜାଣିପାରିବେ । ସେହିପରି ଯଦି ଗ୍ରାହକ ସିଟି ବ୍ୟାଙ୍କର କ୍ରେଡିଟ୍ କାର୍ଡ ଏବଂ ୱାଲ୍ଡ ଡେଭିଟ୍ କାର୍ଡରୁ ପେମେଂଟ କରୁଛନ୍ତି ତେବେ ତାଙ୍କୁ ୧୦ ହଜାର ଟଙ୍କାର ଅତିରିକ୍ତ କ୍ୟାସବ୍ୟାକ୍ ମଧ୍ୟ ମିଳିବ ।

ତେବେ ଭାରତରେ ଆଇଫୋନ ଏକ୍ସର ୬୪ ଜିବି ଷ୍ଟୋରେଜ ୱାରିଏଂଟର ମୂଲ୍ୟ ରହିଛି ୮୯,୦୦୦ଟଙ୍କା ରହିଥିବା ବେଳେ ୨୫୬ ଜିବି ୱାରିଏଂଟର ଦାମ ରହିଛି ୧,୦୨,୦୦୦ ଟଙ୍କା । ଏହା ସିଲଭର ଏବଂ ସ୍ପେସ ଗ୍ରେ କଲରରେ ବଜାରରେ ଉପଲବ୍ଧ ହେବ ।

ସୌଜନ୍ୟ: ଦୈନିକ ଜାଗରଣ