ମାତ୍ର ୭୫୦ ଟଙ୍କାରେ ମିଳିବ ୧୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ! କାର, ବାଇକ୍ ଏବଂ ସ୍କୁଟି ଆଦି ସଭିଁଙ୍କ ପାଇଁ ଲାଗୁ ହେଲା ଗୋଟିଏ ନିୟମ

13

ବୀମା ନିୟାମକ ଏବଂ ବିକାଶ ପ୍ରାଧୀକରଣ ତରଫରୁ ଗାଡି ମାଲିକ ତଥା ଚାଳକଙ୍କ ପାଇଁ ନ୍ୟୁନତମ ବୀମା କଭରକୁ ବଢାଇ ଦିଆଯାଇ ୧୫ ଲକ୍ଷ ଟଙ୍କା କରାଯାଇଛି । ଏଥିପାଇଁ ୭୫୦ ଟଙ୍କା ବାର୍ଷିକ ପ୍ରିମିୟମ୍ ଦେବାକୁ ପଡିବ । ତେବେ ଦୁଇଚକିଆ ଚାଳକଙ୍କ ପାଇଁ ଏକ ଲକ୍ଷ ଏବଂ କାର ଚାଳକଙ୍କ ପାଇଁ ପୂର୍ବରୁ ୨ ଲକ୍ଷ ଟଙ୍କା ଦୂର୍ଘଟଣା ବୀମା ହେଉଥିଲା । ତେବେ ଏନେଇ ବୀମା କ୍ଷେତ୍ର ନିୟାମକ ଏଜେନ୍ସି ତରଫରୁ ନିର୍ଦ୍ଦେଶ ଜାରୀ କରାଯାଇ ବୀମାକୁ ୧୫ ଲକ୍ଷ ଟଙ୍କା ବଢାଇବା ପାଇଁ କୁହାଯାଇଥିଲା । ତେବେ ଏଥିପାଇଁ ୭୫୦ ଟଙ୍କାର ପ୍ରିମିୟମ୍ କରିବାକୁ ପଡିବ । ତେବେ ୨୫ ଅକ୍ଟୋବରରୁ ଏହି ସୁବିଧା ସବୁ କମ୍ପାନୀ ମାନଙ୍କରେ ଲାଗୁ କରାଯିବ । ତେବେ ଏଥିନେଇ ଉଚ୍ଚ ନ୍ୟାୟାଳୟ ମଧ୍ୟ ସବୁଜ ସଙ୍କେତ ଦେଇ ସାରିଛନ୍ତି । ଏଥିରେ ସଡକ ଦୂର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ଆର୍ଥିକ ସୁବିଧା ମିଳିପାରିବ ।

ଲଙ୍ଗ୍ ଟର୍ମ ବୀମା :

ବୀମା କରିନଥିବା ଚାଳକଙ୍କ ସଂଖ୍ୟା କମ୍ କରିବା ପାଇଁ ନିୟାମକ ନୂଆ କାର ଏବଂ ଦୁଇଚକିଆ ବାହନକୁ କିଣିବାକୁ ନେଇ କମ୍ ସେ କମ୍ ତିନିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ତୃତୀୟ ପକ୍ଷ ବୀମା କଭରକୁ ଅନିବାର୍ଯ୍ୟ କରିଛନ୍ତି । ଲଙ୍ଗ୍ ଟର୍ମ ଥାର୍ଡ ପାର୍ଟି ବୀମା ପ୍ରତିବର୍ଷ ପଲିସିକୁ ନୂଆ କରିବା ଭଳି ସମସ୍ୟାକୁ କମ୍ କରିଥାଏ । ଏହାସହ ଲୋକଙ୍କ ମଧ୍ୟରେ ବୀମାକୁ ନେଇ ସଚେତନତା ମଧ୍ୟ ବଢିବ । ବାହନ ନିୟମ ଅନୁସାରେ ତୃତୀୟ ପକ୍ଷ ବୀମା ଏବେ ବାଧ୍ୟତାମୂଳକ ହେବାକୁ ଲାଗିଛି । ତେବେ ସଡକ ଦୂର୍ଘଟଣା ଏବଂ ମୃତ୍ୟୁ ମାମଲାରେ ବୀମାର କୌଣସି ସମୟ ସୀମା ନଥାଏ ।

ଏଡ୍-ଅନ୍ କଭର :

ଆପଣଙ୍କୁ କହିରଖୁଛୁ ତୃତୀୟ ପକ୍ଷ ବୀମାରେ କେବଳ ବୀମାକୃତ ବାହନ ତରଫରୁ କୌଣସି ଅନ୍ୟ ବାହନ ତଥା ସଂପତ୍ତି ଏବଂ ଲୋକଙ୍କୁ ହୋଇଥିବା ଅସୁବିଧା ହିଁ ସାମିଲ ହୋଇଥାଏ । ଏମିତିରେ ପଲିସିକର୍ତ୍ତାଙ୍କୁ ବୀମା କରିବା ପୂର୍ବରୁ ପ୍ରଥମେ ଅସୁବିଧାକୁ ଦେଖିବା ଆବଶ୍ୟକ ।

Comments are closed.