ସରକାରଙ୍କ ବଡ ନିଷ୍ପତି: ଏଣିକି ଇପିଏଫ ଆକାଉଂଟରୁ ଟଙ୍କା ଉଠାଇପାରିବେନି କର୍ମଚାରୀ, ଯଦି କରିନଥିବେ ଏହି ଗୋଟିଏ କାମ

60

ସରକାର ଗୋଟିଏ ପରେ ଗୋଟିଏ ସମସ୍ତ ଯୋଜନାଗୁଡିକୁ ଆଧାର ସହ ଲିଙ୍କ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଏବେ କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ତଥା ଇପିଏଫ ଆକାଉଂଟକୁ ବି ଆଧାର ସହିତ ଲିଙ୍କ କରିବାକୁ ଘୋଷଣା କରିଛନ୍ତି । ଏଠାରେ ଆମେ କହି ରଖୁଛୁ କି, ଏବେ ଏହି ଖାତାରେ ଆପଣ ବିନା ଲଗଇନରେ ବି ଘରେ ବସି ମାତ୍ର  ୫ଟି ଷ୍ଟେପରେ ଆଧାର ସହ ଲିଙ୍କ କରିପାରିବେ । ତେବେ କିପରି ଜାଣନ୍ତୁ ।

ସର୍ବପ୍ରଥମେ ଆପଣ ଇପିଏଫଓର ୱେବସାଇଟ ତଥା epfindia.gov.in କୁ ଯାଆନ୍ତୁ ୱେବସାଇଟର ହୋମପେଜରେ ହିଁ ଆପଣଙ୍କୁ ବାମ ପାଶ୍ୱରେ Online Services ନାମକ ଟ୍ୟାବ ନଜର ଆସିବ ଯାହାର ତଳ ଭାଗକୁ ଅନେକ ଅପସନ ନଜର ଆସିବ ସେହିପରି ସବୁଠାରୁ ନିମ୍ନ ଭାଗରେ eKYC Portal ନାମକ ଅପସନ ନଜର ଆସିବ ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ

ଏହାପରେ ଏଠାରେ ଏକ ପେଜ ଖୋଲିବ ଯାହାର ଉପର ଭାଗରେ ଲଗଇନର ଅପସନ ନଜର ଆସିବ ଏବଂ ଏହାର ଠିକ୍ ତଳ ଭାଗରେ TRACK EKYC ଏବଂ LINK UAN AADHAAR ଅପସନ ନଜର ଆସିବ ଦୁଇଟି ଯାକ ମଧ୍ୟରୁ ସେକେଣ୍ଡ ଅପସନ ତଥା ଲିଙ୍କ ୟୁଏଏନ ଆଧାର ଉପରେ କ୍ଲିକ୍ କରନ୍ତୁ

ଏହାପରେ ଯେଉଁ ପେଜ ଏଠାରେ ଖୋଲିବ ସେଥିରେ କିଛି ତଥ୍ୟ ଆପଣଙ୍କୁ ଦେବାକୁ ପଡିବ ଏହି ଫର୍ମରେ ୟୁଏଏନ ନମ୍ବର, ଏବଂ ଇପିଏଫରେ ରେଜିଷ୍ଟର୍ଡ ହୋଇଥିବା ମୋବାଇଲ ନମ୍ବର ଦେଇ ଜେନରେଟ୍ ଓଟିପି ଉପରେ କ୍ଲିକ୍ କରନ୍ତୁ

ଏହାପରେ ପୁଣି ଆପଣ ଆପଣଙ୍କର ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଓଟିପି ପ୍ରାପ୍ତ ହେବ, ଯାହାକୁ ଓଟିପି ଥିବା କଲମରେ ଦାଖଲ କରନ୍ତୁ ପୁଣି ଆଧାର ନମ୍ବର ମଧ୍ୟ ଦିଅନ୍ତୁ ଏବଂ ଏଠାରେ ନଜର ଆସୁଥିବା ସବମିଟ୍ ଅପସନ ଉପରେ କ୍ଲିକ୍ କରିବାକୁ ହେବ ଏହାପରେ ଆପଣଙ୍କୁ  ଆପଣଙ୍କର ଆଧାର ସହ ଲିଙ୍କ ହୋଇଥିବା ନମ୍ବରକୁ ଓଟିପି କୋଡ ଆସିବ

ଏହି ଓଟିପି କୋଡକୁ ଏଠାରେ ଦାଖଲ କରନ୍ତୁ ଆପଣଙ୍କର ୟୁଏଏନ ଆଧାର ସହିତ ଲିଙ୍କ ହୋଇଯିବ ହେଲେ ଏଥିପାଇଁ ଜରୁରୀ ଅଟେ କି ଆପଣଙ୍କର ଆଧାର ଏବଂ ଇପିଏଫ ଖାତା ପାଇଁ ଦିଆଯାଇଥିବା ସମସ୍ତ ଡିଟେଲ୍ସ ସମାନ କି ନୁହେଁ ଯଦି ଉଭୟଙ୍କ ମଧ୍ୟରେ ସାମାନତା ନହୁଏ ତେବେ ପିଏଫ ଖାତା ଲିଙ୍କ ହେବ ନାହିଁ ଯଦି ଦୁଇଟି ଡିଟେଲ ସମାନ ହୋଇଥିବ ତେବେ ଇପିଏଫ ଆକାଉଂଟ ହୋଲଡର ଆଧାର ଲିଙ୍କ ହେବା ପରେ ଆଧାର ଲିଙ୍କ ଜନିତ ସମସ୍ତ ସେବାର ଲାଭ ମଧ୍ୟ ଉଠାଇପାରିବେ