ସ୍ୱାମୀ ନା ସଇତାନ ! ସାଙ୍ଗମାନଙ୍କ ଶଯ୍ୟାସଙ୍ଗିନୀ ହେବାକୁ କରୁଥିଲେ ବାଧ୍ୟ

32

କନକ ବ୍ୟୁରୋ : ସ୍ୱାମୀ ବିରୋଧରେ ସ୍ତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ । ଯାହା ଶୁଣିଲେ ସଭ୍ୟ ସମାଜରେ ଯେ କେହି ବିସ୍ମିତ ହେବେ । ସ୍ତ୍ରୀର ଇଜ୍ଜତ ସହ ଖେଳ ଖେଳୁଥିଲା ସଇତାନ ସ୍ୱାମୀ । ସାଙ୍ଗମାନଙ୍କ ଶଯ୍ୟାସଙ୍ଗିନୀ ହେବାକୁ ବାଧ୍ୟ କରୁଥିଲା । ରାଜି ନହେଲେ ସ୍ୱାମୀ ଦେଉଥିଲା ଅକଥନୀୟ ଅତ୍ୟାଚାର । ପରପୁରୁଷଙ୍କ ସହ ସଂପର୍କ ରଖିବାକୁ ରାଜି ନହେଲେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲା । ପ୍ରତିବାଦ କଲେ ମାଡ ଖାଇବାକୁ ପଡୁଥିଲା । ଶେଷରେ ପୋଲିସର ଶରଣ ନେଇଛନ୍ତି ମହିଳା ଜଣକ ।

୨୦୧୬ ଏପ୍ରିଲ ୧୮ ତାରିଖରେ ନରସିଂହପୁର କମଳାଡିଅ ଗାଁରେ ବିବାହ କରିଥିଲେ ଏହି ମହିଳା । ସ୍ୱାମୀଙ୍କ ସହ ଖୋର୍ଦ୍ଧା ଶିଳ୍ପାଂଚଳରେ ଏକ ଭଡା ଘରେ ରହୁଥିବାବେଳେ, ପ୍ରତିଦିନ ସ୍ୱାମୀ ଘରକୁ ତାଙ୍କ ସାଙ୍ଗମାନଙ୍କୁ ନେଇ ଆସନ୍ତି । ବିଳମ୍ବିତ ରାତି ଯାଏ ଘରେ ମଦ ପିଅନ୍ତି । ଆଉ ସାଙ୍ଗମାନଙ୍କ ସହିତ ରାତି ବିତାଇବାକୁ ବାଧ୍ୟ କରନ୍ତି । ସ୍ୱାମୀଙ୍କ ସାଙ୍ଗମାନଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଅରାଜି ହେଲେ ମିଳେ ନିର୍ଘାତ ମାଡ । ଏପରିକି ମରିଗଲେ ଦ୍ୱିତୀୟ ବିବାହ କରିବାକୁ ଧମକ ଦିଏ ସଇତାନ ସ୍ୱାମୀ । ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ସ୍ୱାମୀ ବିରୋଧରେ ଥାନାରେ ଫେରାଦ ହୋଇଛନ୍ତି ମହିଳା ଜଣକ । ସଇତାନ ସ୍ୱାମୀକୁ ଉଚିତ ଦଣ୍ଡ ବୋଲି ଦାବି କରିଛନ୍ତି । ଆଉ ଏଭଳି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇ ଛାନଭିନ ଆରମ୍ଭ କରିଛି ଖୋର୍ଦ୍ଧା ପୋଲିସ ।