ନାଲି ରଙ୍ଗର ହୁଏ ବର୍ଷା ! ଆଜି ବି ଏହା ଏକ ରହସ୍ୟ

47

କେରଳ : ବର୍ଷାର ଅନୁଭୂତି ଆମ ସମସ୍ତଙ୍କର ଅଛି । ବର୍ଷା ସହ ଆମର ଜୀବନ ଚଳନୀ ଜଡିତ । କୃଷକର ଚାଷ ପାଇଁ ବର୍ଷାକୁ କରିଥାଏ ସାଥୀ । ହେଲେ ଆପଣ ଜାଣନ୍ତି ଦେଶରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ବର୍ଷା ହୁଏ ନାଲି ରଙ୍ଗର ।

କେରଳର ଇଦୁକି ଓ କୋଟାୟମ ସହର ଏଥିପାଇଁ ଚର୍ଚ୍ଚିତ । ଏଠାରେ ନାଲି ରଙ୍ଗର ବର୍ଷା ହୋଇଥାଏ ,ଯାହାକି ଆଜି ବି ଏକ ରହସ୍ୟ ହୋଇ ରହିଛି । ତେବେ ବୈଜ୍ଞାନିକ ଏପରି ବର୍ଷାକୁ ଉଲକା ପିଣ୍ଡରେ ବିସ୍ଫୋରଣ ବୋଲି କହିଥାନ୍ତି ।

ଉଲ୍ଲେଖନୀୟ ଯେ ୧୯୮୬, ୨୦୦୧, ୨୦୦୬ ଓ ୨୦୧୨ରେ ଏହପରି ବର୍ଷା ହୋଇଥିଲା । ୨୦୦୬ରେ ହୋଇଥିବା ନାଲି ରଙ୍ଗର ବର୍ଷାକୁ ପ୍ରଥମ ଥର ଗଣମାଧ୍ୟମ ଗୁରୁତ୍ୱ ଦେଇଥିଲା । ସେତେବେଳେ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଏହା ଉପରେ ଗବେଷଣା କରିଥିଲେ ।