ହନୁମାନଙ୍କୁ ଆରାଧନା କଲେ ଶନି କରିବେନି କୋପ ! କାହିଁକି ଏ ବରଦାନ ଦେଲେ ଶନିଦେବ ?

4

ରାମାୟଣରେ ବର୍ଣ୍ଣନା ଅଛି ,ଲଙ୍କାପତି ରାବଣର ସବୁ ଭାଇ ଓ ପୁତ୍ରଙ୍କର ଯେତେବେଳେ ମୃତ୍ୟୁ ହୋଇଥିଲା ,ସେତେବେଳେ ନିଜର ଅମରତ୍ୱ ପାଇଁ ରାବଣ ସୈାରମଣ୍ଡଳର ସବୁ ଗ୍ରହମାନଙ୍କୁ ନିଜର ଦରବାରରେ ବନ୍ଦି କରିଦେଇଥିଲେ । ରାବଣର କୁଣ୍ଡଳୀରେ ଶନି ଏକମାତ୍ର ଗ୍ରହ ଥିଲେ ଯାହାଙ୍କ ଯୋଗୁଁ ରାବଣ କିଛି କରିପାରୁନଥିଲା । ରାବଣ ନିଜ ଦରବାରରେ ଶନିଦେବଙ୍କୁ ଓଲଟା ଲଟକାଇ ଦେଇଥିଲେ ଓ ଅନେକ ଯନ୍ତ୍ରଣା ଦେଇଥିଲେ । କିନ୍ତୁ ଶନିଦେବଙ୍କ ବ୍ୟବହାରରେ କୈାଣସି ପରିବର୍ତ୍ତନ ଆସିନଥିଲା ।

ଏକଥା ବିଭୀଷଣ ହନୁମାନଙ୍କୁ ଜଣାଇଲେ । ହନୁମାନ,ରାବଣ କବଳରୁ ଶନିଦେବଙ୍କୁ ମୁକ୍ତ କଲେ । ଶନିଦେବ ପ୍ରସନ୍ନ ହୋଇ ହନୁମାନଙ୍କୁ ବରଦାନ ଦେଲେ । ହନୁମାନଙ୍କୁ ଯିଏ ଆରାଧନା କରିବେ ତାଙ୍କୁ ଶନି କୋପ କରିବେ ନାହିଁ ଓ କୈାଣସି କଷ୍ଟ ଦେବେ ନାହିଁ ।                           ( ସୈାଜନ୍ୟ : ଆଧ୍ୟାତ୍ମିକ ପତ୍ରିକା)

ଏହାସହ ମଧ୍ୟ ପଢନ୍ତୁ – କର୍ମ ଘେନି ଜନ୍ମ ! ମୃତ୍ୟୁ ପରେ ମଣିଷର କେଉଁ ଗତି ହୁଏ ?

Comments are closed.