ରାମାୟଣରେ ବର୍ଣ୍ଣନା ଅଛି ,ଲଙ୍କାପତି ରାବଣର ସବୁ ଭାଇ ଓ ପୁତ୍ରଙ୍କର ଯେତେବେଳେ ମୃତ୍ୟୁ ହୋଇଥିଲା ,ସେତେବେଳେ ନିଜର ଅମରତ୍ୱ ପାଇଁ ରାବଣ ସୈାରମଣ୍ଡଳର ସବୁ ଗ୍ରହମାନଙ୍କୁ ନିଜର ଦରବାରରେ ବନ୍ଦି କରିଦେଇଥିଲେ । ରାବଣର କୁଣ୍ଡଳୀରେ ଶନି ଏକମାତ୍ର ଗ୍ରହ ଥିଲେ ଯାହାଙ୍କ ଯୋଗୁଁ ରାବଣ କିଛି କରିପାରୁନଥିଲା । ରାବଣ ନିଜ ଦରବାରରେ ଶନିଦେବଙ୍କୁ ଓଲଟା ଲଟକାଇ ଦେଇଥିଲେ ଓ ଅନେକ ଯନ୍ତ୍ରଣା ଦେଇଥିଲେ । କିନ୍ତୁ ଶନିଦେବଙ୍କ ବ୍ୟବହାରରେ କୈାଣସି ପରିବର୍ତ୍ତନ ଆସିନଥିଲା ।
ଏକଥା ବିଭୀଷଣ ହନୁମାନଙ୍କୁ ଜଣାଇଲେ । ହନୁମାନ,ରାବଣ କବଳରୁ ଶନିଦେବଙ୍କୁ ମୁକ୍ତ କଲେ । ଶନିଦେବ ପ୍ରସନ୍ନ ହୋଇ ହନୁମାନଙ୍କୁ ବରଦାନ ଦେଲେ । ହନୁମାନଙ୍କୁ ଯିଏ ଆରାଧନା କରିବେ ତାଙ୍କୁ ଶନି କୋପ କରିବେ ନାହିଁ ଓ କୈାଣସି କଷ୍ଟ ଦେବେ ନାହିଁ । ( ସୈାଜନ୍ୟ : ଆଧ୍ୟାତ୍ମିକ ପତ୍ରିକା)
ଏହାସହ ମଧ୍ୟ ପଢନ୍ତୁ - କର୍ମ ଘେନି ଜନ୍ମ ! ମୃତ୍ୟୁ ପରେ ମଣିଷର କେଉଁ ଗତି ହୁଏ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/hanuman.jpg)