ବ୍ରିଟେନ୍ ମହାରାଣୀଙ୍କ ଦୁଇଟି ଜନ୍ମଦିନ ! କେବଳ ଜୁନ ମାସରେ ପାଳନ ହୁଏ ଏହି ତିଥି, ଜାଣନ୍ତି କାହିଁକି?

31

ବ୍ରିଟେନର ମହାରାଣୀ ‘କ୍ୱୁନ୍ ଏଲିଜାବେଥ ଦ୍ୱିତୀୟ’ । ୨୧ ଅପ୍ରେଲକୁ ୯୧ ବର୍ଷ ପୁରିଛି ଏହି ମହାରାଣୀଙ୍କୁ । ଏହା ତାଙ୍କର ଅସଲି ଜନ୍ମଦିନ । ହେଲେ ଏହି ଦିନ ଜନ୍ମଦିନ ଉପଲକ୍ଷେ କୈାଣସି କାର୍ଯ୍ୟକ୍ରମ ହୁଏ ନାହିଁ । ଏପରି କାହିଁକି ହୁଏ । ନିଶ୍ଚୟ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା । ଆସନ୍ତୁ ଜାଣିବା କାହିଁକି ଏହି ଦିନ ଜନ୍ମଦିନ ପାଳନ ହୁଏନି ।
ବ୍ରିଟେନରେ ରାଜା ଓ ରାଣୀଙ୍କ ଜନ୍ମଦିନକୁ ତାଙ୍କର ଅସଲି ଜନ୍ମଦିନରେ ପାଳନ କରାଯାଏନି । ଜନ୍ମଦିନ ଉପଲକ୍ଷେ ପାଳିତ ପ୍ୟାରେଡ୍ ଆଦି ଉତ୍ସବ ଦିବସ ଅନ୍ୟ ଦିନରେ ଅନୁଷ୍ଠିତ ହୁଏ । ସାଧାରଣତଃ ରାଣୀ ବା ରାଜାଙ୍କ ଜନ୍ମଦିନକୁ ଜୁନ ମାସରେ ପାଳନ କରାଯାଏ । କାରଣ ଜୁନରେ ପାଗ ଭଲଥାଏ ।
କେମିତି ପାଳନ ହୁଏ ବ୍ରିଟେନ ରାଜ ପରିବାରର ଜନ୍ମଦିନ ?

ବ୍ରିଟେନ ରାଜପରିବାରରେ ରାଣୀଙ୍କ ଜନ୍ମଦିନ ସମୟରେ ସମସ୍ତେ ଏକାଠି ହୋଇଥାନ୍ତି । ଏହି ସମୟରେ ୧୪ ଅଧିକାରୀ ,୨୦୦ ଘୋଡା ଓ ୪୦୦ ସଂଗୀତଜ୍ଞ ଯୋଗ ଦେଇଥାନ୍ତି । ପ୍ୟାରେଡ ମହାରାଣୀଙ୍କ ପ୍ୟାଲେସରୁ ଆରମ୍ଭ ହୁଏ ଏବଂ ଆଖପାଖ ଅଂଚଳରେ ବୁଲି ପୁଣି ରାଣୀଙ୍କ ପ୍ୟାଲେସକୁ ଫେରିଥାଏ । ଏହି ପ୍ୟାରେଡକୁ ‘ଟ୍ରୁପିଙ୍ଗ ଦ କଲର’ କୁହାଯାଏ । ଏହା ଏହି ବର୍ଷ ୧୭ ଜୁନରେ ଆୟୋଜିତ ହେବ ।