୨୬ବର୍ଷର ସାଇତା ଶୁକ୍ରାଣୁରୁ ଜନ୍ମ ନେଲେ ଯାଆଁଳା ପିଲା ! ନିଆରା ବିଶ୍ୱ ରେକର୍ଡ

26

ଘଟିଛି ଏକ ଅଜବ ଘଟଣା । ୨୬ବର୍ଷରୁ ଅଧିକ ସମୟ ଯାଏ ସାଇତା ହୋଇ ରହିଥିବା ସ୍ପର୍ମ (ଶୁକ୍ରାଣୁ)ରୁ ଏକ ଦଂପତ୍ତି ସନ୍ତାନ ସୁଖ ଲାଭ କରିଛନ୍ତି । ଏହା ଏବେ ଚର୍ଚ୍ଚାର ବିଷୟ ହେବା ସହ ବିଶ୍ୱ ରେକର୍ଡ କରିଛି । ଏହା ପୂର୍ବରୁ ୨୩ ବର୍ଷଯାଏ ଫ୍ରୋଜନ କରାଯାଇଥିବା ଶୁକ୍ରାଣୁରୁ ପିଲା ଜନ୍ମ ହୋଇଥିଲେ । ଏହା ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଆଶା ସଂଚାର କରିଛି । ନବଭାରତ ଟାଇମ୍ସରେ ପ୍ରକାଶିତ ହୋଇଛି ଏହି ଖବର ।

ଖବର ଅନୁସାରେ, ଜଣେ ସ୍କଟିଶ୍ ମ୍ୟୁଜିସିଆନ ୨୧ ବର୍ଷ ବୟସରେ ନିଜର ଶୁକ୍ରାଣୁ ସାଇତି ଥିଲେ ଏବଂ ଏହି ଫ୍ରୋଜନ ଶୁକ୍ରାଣୁରେ ୪୭ ବର୍ଷ ବୟସରେ ହୋଇଥିଲେ ପିତା । ମ୍ୟୁଜିସିଆନ ଜଣେ କ୍ୟାନସର ରୋଗୀ । କେମୋଥେରାପି ପୂର୍ବରୁ ଡାକ୍ତର କହିଥିଲେ ଏହି ଥେରାପି ତାଙ୍କର ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇପାରେ । ଯଦ୍ୱାରା ସେ ଆଉ ପିତା ହୋଇପାରିବେ ନାହିଁ । ଏଣୁ ଡାକ୍ତରଙ୍କ କଥାନୁସାରେ ସେ ନିଜର ଶୁକ୍ରାଣୁକୁ ସାଇତି ଥିଲେ ।

ଫଳରେ ୨୦୧୦ରେ ଏହି ମ୍ୟୁଜିସିଆନଙ୍କ ୩୭ ବର୍ଷୀୟ ପତ୍ନୀ ହୋଇଥିଲେ ମା । ଏବେ ଏହି ମ୍ୟୁଜିସିଆନଙ୍କ ବୟସ ୫୪ ବର୍ଷ । ସେ ଏତେ ବର୍ଷ ପରେ ସାଇତା ଶୁକ୍ରାଣୁ ଦ୍ୱାରା ବାପା ହୋଇଥିବାରୁ ବିଶ୍ୱ ରେକର୍ଡ କରିଥିବା ନେଇ ଖୁସି ହୋଇଛନ୍ତି । ହେଲେ ସର୍ବସାଧାରଣଙ୍କ ନଜରକୁ ଆସିବାକୁ ଚାହିଁନାହାଁନ୍ତି ।