ନେପାଳର ରକ୍ ଷ୍ଟାର ସନ୍ୟାସିନୀ : ସଂଗୀତ ସହ ସେବାକୁ କରିଛନ୍ତି ବ୍ରତ

34

nonମଣିଷ ଜୀବନରେ ସମୟ ସମୟରେ ଏଭଳି ପ୍ରତିକୂଳ ପରିସ୍ଥିତି ଆସେ ଯାହା ସହିତ ଲଢେଇ କରି ହିରୋ ବନିଯାଏ ସେ । ନିଜେ ସଫଳତାର ଉତ୍ତୁଙ୍ଗ ଶୃଙ୍ଗ ଆରୋହଣ କରିବା ସହ ଅନ୍ୟମାନଙ୍କ ପାଇଁ ପାଲଟିଯାଏ ଆଲୋକବର୍ତ୍ତିକା । ନେପାଳର ୪୫ ବର୍ଷୀୟା ନନ୍ ଆନି ଚୋଇଂ ଡ୍ରୋଲମାଙ୍କ ଅସାଧାରଣ ଜୀବନଯାତ୍ରା ଏହାର ପ୍ରକୃଷ୍ଟ ଉଦାହରଣ । ୧୨ଟି ଲୋକପ୍ରିୟ ପପ୍ ଆଲବମର ଗାୟିକା ,ନନମାନଙ୍କ ମାଗଣା ପାଠପଢା ପାଇଁ ବୋର୍ଡିଂ ସ୍କୁଲ ,କିଡନି ରୋଗୀଙ୍କ ପାଇଁ ଡାକ୍ତରଖାନା ପ୍ରତିଷ୍ଠା କରିଥିବା ଆନିଙ୍କୁ ୟୁନିସେଫ୍ ପକ୍ଷରୁ ସଦଭାବନାମୂଳକ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି । ତାଙ୍କର ଏଭଳି ସମାଜସେବା ମୂଳକ କାମ ପାଇଁ ତାଙ୍କୁ ଭାରତର ମଦର ଟେରେସାଙ୍କ ମଧ୍ୟ ତୁଳନା କରାଯାଉଛି ।

ଜଣେ ତରୁଣୀ ନନରୁ ଆରମ୍ଭ କରି ଅନ୍ତର୍ଜାତୀୟ ମ୍ୟୁଜିକ୍ ଷ୍ଟାର ହେବା ଯାଏ ଡ୍ରୋଲଙ୍କର ଜୀବନ ସଂଘର୍ଷର କାହାଣୀ କୈାଣସି ପରୀ କଥା ଠାରୁ କମ୍ ନୁହେଁ । ବାପାଙ୍କ ମାଡ ଗାଳିରୁ ରକ୍ଷା ପାଇବା ପାଇଁ ମାତ୍ର ୧୩ ବର୍ଷ ବୟସରେ ନନ୍ ହୋଇଯାଇଥିଲେ ସେ । ସ୍ଥାନୀୟ ଏକ ବୈାଦ୍ଧମଠ ନାଗି ଗୋମ୍ପାରେ ଆଶ୍ରୟ ନେଇଥିଲେ ।

ଜଣେ ନନ୍ ରୂପେ ପ୍ରଚଳିତ ପରମ୍ପରାରୁ ବାହାରି ବିପ୍ଳବିନୀ ଆଭିମୁଖ୍ୟ ପ୍ରଦର୍ଶନ କରିବା ଯୋଗୁଁ ଡ୍ରୋଲମାଙ୍କୁ ୨୦୧୪ରେ ୟୁନିସେଫ୍ ପକ୍ଷରୁ ସଦଭାବନା ମୂଳକ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଥିଲା ।