ଅନେକ ସମୟରେ ଆପଣ ଅନେକ ଲୋକଙ୍କର ମହତ କାମ ବିଷୟରେ ଶୁଣିଥିବେ । ଯେଉଁମାନେ କିଛି ଭିନ୍ନ କାର୍ଯ୍ୟ କରି ସମାଜରେ ପ୍ରଶଂସିତ ହୋଇଥାନ୍ତି । ଏମିତି ଜଣେ ହେଲେ ମିଜୋରାମର ବିଧାୟକ କେ. ବେଇଚୁଆ । ଚାରିଆଡୁ ଏବେ ତାଙ୍କୁ ମିଳିଛି ଖୁବ୍ ତାରିଫ୍ ।
ଇଣ୍ଡିଆ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଖୁବ୍ ପ୍ରସବ ଯନ୍ତ୍ରଣାରେ ମିଜୋରାମର ସାହାଇ ସିଭିଲ୍ ହସ୍ପିଟାଲରେ ଜଣେ ୩୫ ବର୍ଷିୟା ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା । ସେତିକି ବେଳେ ସେହି ହସ୍ପିଟାଲରେ ଡାକ୍ତର ଟ୍ରେନିଂ ପ୍ରୋଗାମରେ ଛୁଟିରେ ଥିଲେ । ଆଉ ମହିଳା ଜଣକ ଜୀବନ ମରଣର ସଂଗ୍ରାମ କରୁଥିଲେ ଏବଂ ତୁରନ୍ତ ଚିକିତ୍ସାର ଆବଶ୍ୟକତା ଥିଲା ।
ଏହି ଘଟଣାର ଖବର ପହଁଛିଲା ୫୨ ବର୍ଷିୟ ବିଧାୟକ କେ.ବେଇଚୁଆଙ୍କ ପାଖରେ । ସେ ନିଜ ନିର୍ବାଚନ ମଣ୍ଡଳୀକୁ ଗସ୍ତ କରୁଥିଲେ । ସବୁ ପଲଟିକାଲ ଡ୍ୟୁଟିକୁ ଛାଡି ,ପହଁଛିଥିଲେ ହସ୍ପିଟାଲରେ ଏବଂ ନିଭାଇଥିଲେ ଡାକ୍ତରଙ୍କ ଭୂମିକା । ଅସ୍ତ୍ରୋପଚାର କରିଥିଲେ ସେହି ମହିଳାଙ୍କର ।
ସୂଚନା ଅନୁସାରେ ବିଧାୟକ କେ.ବେଇଚୁଆ ଜଣେ ଏମବିଏସ୍ । ସେ ୨୦ ବର୍ଷ ଧରି ଜଣେ ଜେନେରାଲ ପ୍ରାକ୍ଟିସନର ଭାବେ ଦାୟିତ୍ୱ ତୁଲାଇଥିଲେ । ପରେ ,୨୦୧୩ରେ ମିଜୋ ନ୍ୟାସନାଲ ଫ୍ରଣ୍ଟରେ ଯୋଗଦେଇଥିଲେ । ତାଙ୍କର ସ୍ତ୍ରୀ ମଧ୍ୟ ଜଣେ ଡାକ୍ତର ।
ଏହାସହ ମଧ୍ୟ ପଢନ୍ତୁ - ହାତୀ ବଜାଉଛି ମାଉଥ୍ ଅର୍ଗାନ୍ : ସୋସିଆଲରେ ଭାଇରାଲ ଭିଡିଓ