ଏମିତି ମଣିଷ ! ୨୫ ବର୍ଷ ହେଲା ଗଛର ଡାଳ, ପତ୍ରକୁ କରିଛନ୍ତି ଖାଦ୍ୟ

29

ଦୁନିଆରେ ଅନେକ ଅଜବ ଧରଣର ଲୋକଙ୍କୁ ଦେଖିବାକୁ ମିଳେ । ସେମାନଙ୍କର ଚାଲିଚଳନ ,ଖାଦ୍ୟପେୟ ଆଦିରେ ଥାଏ ଭିନ୍ନତା । ଏମିତି ଏକ ନମୂନା ଦେଖିବାକୁ ମିଳିଛି ପାକିସ୍ତାନରେ । ଏଠାରେ ଜଣ ବ୍ୟକ୍ତି ୨୫ ବର୍ଷ ହେଲା ଗଛର ଡାଳ ଓ ପତ୍ର ଖାଇ ବଂଚିଛନ୍ତି ।

ମିଡିଆର ରିପୋର୍ଟ ଅନୁସାରେ, ଏ ଘଟଣା ପାକିସ୍ତାନର ପଂଜାବ ପ୍ରାନ୍ତର ଅଟେ । ଗରିବ ଅବସ୍ଥା ଏହି ମହମ୍ମଦ ବଟ ନାମ୍ନୀ ବ୍ୟକ୍ତିଙ୍କୁ କରିଦେଇଛି ଏମିତି । ଯାହା ଦ୍ୱାରା ଜୀବଜନ୍ତୁ ପରି ଗଛର ପତ୍ର ଆଦିକୁ ଖାଦ୍ୟ ରୂପେ ଗ୍ରହଣ କରିବାକୁ ସେ ବାଧ୍ୟ ହୋଇଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ୫୦ ବର୍ଷୀୟ ଏହି ବ୍ୟକ୍ତି ଏତେ ବର୍ଷ ଧରି ଗଛର ଡାଳ ପତ୍ର ଖାଉଥିଲେ ବି କେବେ ରୋଗଗ୍ରସ୍ତ ହୋଇନାହାଁନ୍ତି ।