ଚମତ୍କାରୀ କଲମକୁ ନେଇ ଚର୍ଚ୍ଚା ! ପରୀକ୍ଷାରେ ଲେଖିଲେ ହେବେ ସଫଳ

40

examଗୁଜୁରାଟ : ସାଧାରଣତଃ ପରୀକ୍ଷା ସମୟରେ ଛାତ୍ରମାନେ ବହୁତ ଚିନ୍ତାଗ୍ରସ୍ତ ଥାନ୍ତି । ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ଲକ୍ଷ୍ୟ ରଖନ୍ତି । ହେଲେ ଅଧ୍ୟବସାୟ ବିନା ସଫଳ ହେବା ଅସମ୍ଭବ ବୋଲି ଏହା ସମସ୍ତେ ଜାଣନ୍ତି । ତେବେ ଗୁଜୁରାଟର ପଂଚମହଲ ଜିଲ୍ଲାର ଏକ ମନ୍ଦିରର ଜନୈକ ପୂଜକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ।

ଏହି ପୂଜକଜଣକ ହନୁମାନ ସେବକ ଅଟନ୍ତି । ସେ ମନ୍ଦିରରେ ଏକ ବିଜ୍ଞାପନ ପ୍ରକାଶ କରିବା ସହ ଗଣମାଧ୍ୟମରେ ମଧ୍ୟ ଖବର ପ୍ରଚାର ଚଳାଇଛନ୍ତି । ଏହି ପୂଜକଙ୍କ କହିବାନୁସାରେ ସେ ଏକ ଚମତ୍କାରୀ କଲମର ନିର୍ମାଣ କରିଛନ୍ତି । ସେହି କଲମରେ ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଲେଖିଲେ ସଫଳ ହେବା ସୁନିଶ୍ଚିତ । ଏହି କଲମର ମୂଲ୍ୟ ୧୯୦୦ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ପୂଜକ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି । ଯେଉଁ ଛାତ୍ରଛାତ୍ରୀ ଏହି କଲମ ବ୍ୟବହାର କରିବା ପରେ ମଧ୍ୟ ସଫଳ ହେବେ ନାହିଁ , ସେମାନଙ୍କୁ ତୁରନ୍ତ ଟଙ୍କା ଫେରସ୍ତ କରିବେ । ଏହି କଲମ ଗତ ସପ୍ତାହରେ ୫୫ଟି ବିକ୍ରି ହୋଇଥିବା ଖବର ମିଳିଛି ।   ( ସୈାଜନ୍ୟ : ଇଣ୍ଡିଆନ ଏକ୍ସପ୍ରେସ୍ )

ଏହାସହ ମଧ୍ୟ ପଢନ୍ତୁ – ପ୍ରେମିକ ସାଜିଲେ ଚୋର ! ପ୍ରେମିକାର ଚିକିତ୍ସା ପାଇଁ ଚୋରି କଲେ ୫୧ଟି ବାଇକ୍