ଯୁବ ବାଦଶାହ ଲୁଲୁ : ଛାତ୍ରରୁ ନେତା ଯାଏ

84

l-3କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓରଫ୍ ଲୁଲୁ ମହାପାତ୍ର ଆଜି ଆଉ ନାହାଁନ୍ତି । ହେଲେ ତାଙ୍କୁ ଝୁରୁଛି ଏହି ଓଡିଶା , ଏ ମାଟି , ଏ ପବନ ଆଉ ରାଜନୀତି । ଦୀର୍ଘଦୀନ ଧରି ଲୁଲୁ ଥିଲେ ଅସୁସ୍ଥ । ଏକମାସରୁ ଊଦ୍ଧ୍ୱ ଏମ୍ସରେ ଚିକିତ୍ସିତ ହେବା ପରେ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା ।

l-1ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସରୁ ଲୁଲୁ ଆରମ୍ଭ କରିଥିଲେ ତାଙ୍କର ରାଜନୈତିକ କ୍ୟାରିୟର । ବ୍ରହ୍ମଗିରି ଆସନରୁ ସେ ୧୯୯୫ , ୨୦୦୦, ୨୦୦୪ ମସିହାରେ ସେ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ରୁ ୧୦୧୪ ପର୍ଯ୍ୟନ୍ତ ସେ ପିସିସି ଉପସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ ।

l-4ଖାଲି କଂଗ୍ରେସ କାହିଁକି ଓଡିଶା ରାଜନୀତିରେ ଲୁଲୁ ଜଣେ ଟାଣୁଆ ଓ ପ୍ରଭାବଶାଳୀ ନେତାର ଖ୍ୟାତି ଅର୍ଜନ କରିଥିଲେ । କଂଗ୍ରେସ ରାଜନୀତିରେ ଯୁବ ସଂଗଠନର ମୂଳଦୁଆ କହିଲେ ଲୁଲୁଙ୍କୁ ବୁଝାଉଥିଲା । ଅଶୀ ଦଶକରେ ଛାତ୍ର ରାଜନୀତିରୁ ସକ୍ରିୟ ରହି ସମଗ୍ର ରାଜ୍ୟରେ ଛାତ୍ର ଓ ଯୁବ ସଂଗଠନକୁ ମଜବୁତ କରିଥିଲେ ସେ । ଗତ ୮ ବର୍ଷ ଧରି କ୍ଷମତା ବାହାରେ ଥିଲେ ମଧ୍ୟ ଲୁଲୁଙ୍କର ପତିଆରା କମିନଥିଲା । ୫୨ ବର୍ଷ ବୟସରେ ବି ସେ ସମଗ୍ର ରାଜ୍ୟରେ କଂଗ୍ରେସର ଯୁବ ସଂଗଠନକୁ ହାତ ମୁଠାରେ ରଖିଥିଲେ ।

l-5ଖୋର୍ଦ୍ଧା ମାଟିର ବୀର ସନ୍ତାନ ବକ୍ସି ଜଗବନ୍ଧୁଙ୍କ ଦାୟାଦ ଭାବେ ୧୯୬୪ ମସିହା ଫେବୃୟାରି ୧୪ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଲୁଲୁ । ବିଜେପି କଲେଜରୁ ରାଜନୀତି ବିଜ୍ଞାନରେ ବି.ଏ ପାଶ୍ କରିଥିଲେ । ଛାତ୍ର ରାଜନୀତି ବେଳର ଦକ୍ଷତା ଓ ପ୍ରତିଭା ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ୧୯୮୩ରେ ଏନଏସୟୁଆଇ ରାଜ୍ୟ ଶାଖାର ଯୁଗ୍ମ ସଂପାଦକ ଭାବେ ଦାୟିତ୍ୱ ମିଳିଥିଲା ତାଙ୍କୁ । ୧୯୮୭ ମସିହାରେ ଛାତ୍ର କଂଗ୍ରେସର ସଭାପତି ମନୋନୀତ ହୋଇଥିଲେ ।

ରାଜନୀତି କେନ୍ଦ୍ରବିନ୍ଦୁର ଚର୍ଚ୍ଚାରେ ଥିଲା ବେଳେ ହିଁ ୩ ମାସ ତଳେ ଦେହ ତାଙ୍କର ଗୁରୁତର ଅସୁସ୍ଥ ହୋଇପଡିଥିଲା । ଗୁରୁଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ ଜାରି ରଖି ଶେଷରେ ହାରିଗଲେ ଲୁଲୁ ।

ଏହାସହ ଦେଖନ୍ତୁ ଏହି ଭିଡିଓ –