ପୁଅ ହୋଇ ଜନ୍ମ ହୋଇଥିଲେ, ଝିଅ ହୋଇ ପୁଲିସ ହେଲେ !

50

ଗତ ରବିବାର ତାମିଲନାଡୁର ଧର୍ମପୁରୀ ଜିଲ୍ଲାରେ ସବଇନ୍ସପେକ୍ଟର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ୨୬ ବର୍ଷୀୟା କେ. ପ୍ରିଥିକା ୟଶିନି । ରାଜ୍ୟ ପୁଲିସ ଏକାଡେମୀରେ ୧ବର୍ଷର ତାଲିମ ଶେଷ କରିବା ପରେ ତାଙ୍କୁ ଧର୍ମପୁରୀ ଜିଲ୍ଲାର ଦାୟିତ୍ୱ ମିଳିଛି । ତେବେ ଏହା ପଛରେ ରହିଛି ଏକ ରୋଚକ କାହାଣୀ ।

ପ୍ରିଥିକା ଜଣେ ଝିଅ ଭାବେ ଜନ୍ମ ହୋଇନଥିଲେ । ପିଲାଦିନେ ତାଙ୍କର ନାଁ ଥିଲା ପ୍ରଦୀପ । ସେ ଜଣେ ପୁଅ ଥିଲେ । ହେଲେ ପରେ ନିଜ ଶରୀର ଭିତରେ ହେଉଥିବା ପରିବର୍ତ୍ତନ ସଂପର୍କରେ ସେ ଅନୁଭବ କରିଥିଲେ । ଏହାପରେ ଅସ୍ତ୍ରୋପଚାର କରାଇ ଜଣେ ମହିଳା ଭାବେ ଜୀବନ ଅତିବାହିତ କରିବାକୁ ସିଦ୍ଧାନ୍ତ ନେଲେ । ଏହା ତାଙ୍କ ପରିବାର ଲୋକଙ୍କ ପାଇଁ କଷ୍ଟକର ଥିଲା । ଏହା ଶୁଣି ତାଙ୍କର ବାପା’ମା ତାଙ୍କୁ ଔଷଧ ଦେବା ଠାରୁ ଆରମ୍ଭ କରି ପୂଜା ପାଠ କରାଇଥିଲେ । ହେଲେ ପରେ ତାଙ୍କ ଦୃଢ ମନୋବଳ ଆଗରେ ସେମାନେ ପରାଜିତ ହୋଇଥଲେ । ଆଉ ଶେଷରେ ଅସ୍ତ୍ରୋପଚାର ମାଧ୍ୟମରେ ପୁଅରୁ ଝିଅ ହୋଇ ପୁଲିସ ବନିଛନ୍ତି ।