ଦେଶର ପ୍ରଥମ ମେଟ୍ରୋ ଷ୍ଟେସନ ଭାବେ ଲକ୍ଷ୍ନୈା ମେଟ୍ରୋ ଯାତ୍ରୀଙ୍କୁ ମାଗଣାରେ ସ୍ୱଚ୍ଛ ଓ ଥଣ୍ଡା ପାଣି ସହିତ ଶୈାଚାଳୟର ସୁବିଧା ଯୋଗାଇ ଦେବ । ଏହା ସମସ୍ତ ୨୧ଟି ଯାକ ନର୍ଥ-ସାଉଥ୍ ଷ୍ଟେସନରେ ଏହି ସୁବିଧା ଯୋଗାଇଦେବ । ଷ୍ଟେସନରେ ଏକ କିଓସ୍କିରେ ସ୍ୱଚ୍ଛ ପାଣି ମିଳିବ । ଲକ୍ଷ୍ନୈା ମେଟ୍ରୋ ରେଳ କର୍ପୋରେସନ (ଏଲଏମଆରସି) ଏହାର ସମସ୍ତ ଷ୍ଟେସନରେ ମାଗଣା ଶୈାଚାଳୟ ସେବା ଯୋଗାଇବ । ଏହି ସୁବିଧା କନକର୍ସ ଲେବଲ ବା ଗ୍ରାଉଣ୍ଡଫ୍ଲୋର ଉପରେ ମିଳିବ ।
ତେଣୁ ଯେଉଁମାନେ ମେଟ୍ରୋରେ ଯାତ୍ରା କରିବାକୁ ଟିକେଟ୍ କିଣିଥିବେ, ସେମାନେ କେବଳ ଏହି ସୁବିଧା ପାଇ ପାରିବେ । ପାଣି କିଓସ୍କି ନିକଟରେ କୈାଣସି ଗ୍ଲାସ୍ କିମ୍ବା ବୋତଲ୍ ରଖାଯିବନି । ଯାତ୍ରୀ ନିଜ ବୋତଲରେ ପାଣି ଭର୍ତ୍ତି କରି ନେଇପାରିବେ । ଏଠାରେ ପ୍ଲାଷ୍ଟିକର ବ୍ୟବହାରକୁ ପ୍ରୋତ୍ସାହିତ ନ କରିବା ପାଇଁ ଏହା କରାଯାଇଛି । (ସୈାଜନ୍ୟ-ଟାଇମ୍ସ ଅଫ୍ ଇଣ୍ଡିଆ )
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/metro.jpg)