ଆପଣ କାର୍ କିଣିବାକୁ ଚାହୁଁଛନ୍ତି କି ? ଏବେ ୫ହଜାର ଟଙ୍କାରୁ କମ୍ ଦାମରେ ପୂରଣ କରିପାରିବେ ଆପଣଙ୍କର ଇଚ୍ଛା !

75

କନକ ବ୍ୟୁରୋ : ବର୍ତ୍ତମାନ ପାର୍ବଣର ଋତୁ ଚାଲିଛି । ଅନେକ ଅଫର ମଧ୍ୟ ବଜାରରେ ରହିଛି । ସବୁ ଜିନିଷ ଉପରେ ଡିସକାଉଣ୍ଟ ଦିଆଯାଉଛିି । ଏହି ଭିତରେ ଅନେକ ଲୋକ ନୂଆ କାର୍ କିଣି ଏହି ପୂଜାକୁ ସ୍ୱତନ୍ତ୍ର କmarutiରିବାକୁ ଚାହିଁଛନ୍ତି । କାର୍ କିଣିବା ପୂର୍ବରୁ ଡିସକାଉଣ୍ଟ ଅଫରର ଲାଭ ଉଠାଇବା ପାଇଁ ସବୁ ପ୍ରକାର ସୂଚନା ବି ସଂଗ୍ରହ କରୁଛନ୍ତି । ମଧ୍ୟବିତ୍ତ ଶ୍ରେଣୀୟ ଲୋକ ସାଧାରଣତଃ କୈାଣସି ଜିନିଷ କିଣିବା ପାଇଁ ଫେଷ୍ଟିଭ୍ ସିଜିନକୁ ଅପେକ୍ଷା କରିଥାନ୍ତି । ଲୋନ୍ ରେ କାର୍ କିଣିବାକୁ ଚେଷ୍ଟା କରିଥାନ୍ତି । ଆଉ ସର୍ବନିମ୍ନ ଇଏମଆଇ ଦେବାକୁ ଚାହିଁଥାନ୍ତି । ଆମେ ଆପଣଙ୍କ ପାଇଁ ଏମିତି କିଛି କାର୍ ବିଷୟରେ କହୁଛୁ ଯାହା ପୂଜା ସମୟରେ ଇଏମଆଇରେ ମିଳୁଛି । ୧ଲକ୍ଷ ଟଙ୍କା ଯାଏ ଡାଉନ ପେମେଣ୍ଟ ଓ ପ୍ରୋସେସିଂ ଫିସ୍ ଦେଇ ଆପଣ ୫ହଜାର ଟଙ୍କାରୁ କମ୍ ଇଏମଆଇରେ ଏହି କାର୍ ମଧ୍ୟରୁ କୈାଣସିଟି କାର୍ ବାଛିପାରିବେ ।

୧ – ମାରୁତି ଅଲଟୋ ୮୦୦ – ଦେଶର ନଂ ୧ କାର୍ ମେକର କଂପାନୀ ମାରୁତି ସୁଜୁକିର ଏହି ଲୋକପ୍ରିୟ କାର୍ ର ନୂଆ ଦିଲ୍ଲୀରେ ଏକ୍ସ ଶୋ’ରୁମରେ ଦାମ୍ ରହିଛି ୩.୨୬ ଲକ୍ଷ ଟଙ୍କା । ଏହା ଆପଣଙ୍କୁ ୧ ଲକ୍ଷ ଟଙ୍କାର ଡାଉନ୍ ପେମେଣ୍ଟରେ ମିଳିବ । ଏଥିପାଇଁ ଗ୍ରାହକ ହିସାବରେ ଆପଣଙ୍କୁ ୪,୭୧୯ ଟଙ୍କା ଇଏମଆଇରେ ଅର୍ଥାତ୍ ପ୍ରତି ମାସରେ ଦେବାକୁ ହେବ । ଆପଣଙ୍କୁ ଏହି ଟଙ୍କା ୬୦ ମାସ ଯାଏ ଦେବାକୁ ହେବ ।

car--୨ –ହୁଣ୍ଡାଇ ଇଆନ – ଏହି ଲୋକପ୍ରିୟ କାରର ଏକ୍ସ ଶୋ’ ରୁମ୍ ଦାମ ୩.୨୪ ଲକ୍ଷ ଟଙ୍କା । ଏଥିପାଇଁ ପ୍ରତିମାସରେ ଇଏମଆଇରେ ଆପଣଙ୍କୁ ୪,୬୭୭ ଟଙ୍କା ଦେବାକୁ ହେବ । ଏହି ଲୋନରେ କିଣିବା ସମୟରେ ଆପଣଙ୍କୁ ୧ଲକ୍ଷ ଟଙ୍କା ଡାଉନ୍ ପେମେଣ୍ଟ ଭାବେ ଦେବାକୁ ହେବ । ଆପଣଙ୍କୁ ୬୦ ମାସ ଯାଏ ଇଏମଆଇ ଦେବାକୁ ହେବ ।

tata୩- ଟାଟା ଟିଆଗୋ – ଟାଟା ମୋଟର୍ସ ର ଏହି ଲୋକପ୍ରିୟ ଛୋଟ କାର୍ ପାଇଁ ଆପଣଙ୍କୁ ୧ଲକ୍ଷ ଟଙ୍କାର ଡାଉନ୍ ପେମେଣ୍ଟ ଦେବାକୁ ହେବ । ୩.୨୪ ଲକ୍ଷ ଟଙ୍କାର ଏକ୍ସ ଶୋ’ରୁମ ଦାମ୍ ର ଏହି କାର୍ ପାଇଁ ଆପଣଙ୍କୁ ପ୍ରତି ମାସରେ ୪,୬୭୭ ଟଙ୍କା ଇଏମଆଇରେ ଦେବାକୁ ହେବ । ଏହା ଆପଣଙ୍କୁ ୬୦ ମାସ ଭରିବାକୁ ହେବ । ଏସବିଆଇ ତରଫରୁ ଏହି ସ୍କିମ୍ ଚାଲୁରହିଛି । ଆପଣଙ୍କୁ ଏହି ସ୍କିମ୍ ଅନୁସାରେ ୯.୨୫ ପ୍ରତିଶତ ସୁଧରେ ଲୋନ ମିଳିଯିବ ।

datsun୪ – ଡେଟସନ ରେଡି-ଗୋ – ୨.୪୧ ଲକ୍ଷ ଟଙ୍କାର ଏକ୍ସ ଶୋ’ରୁମ୍ ଦାମ୍ ର ଏହି ଛୋଟ ଓ ଲୋକପ୍ରିୟ କାର୍ ପାଇଁ ଆପଣଙ୍କୁ ୧ଲକ୍ଷ ଟଙ୍କା ଡାଉନ ପେମେଣ୍ଟ ଭାବେ ଦେବାକୁ ପଡିବ । ୬୦ ମାସ ଯାଏ ୩,୧୪୧ ଟଙ୍କାର ମାସିକ ଇଏମଆଇ ଦେବାକୁ ହେବ ।

renault୫ –ରିନାଲଟ କ୍ୱିଡ୍ – ଏହାର ନୂଆ ଦିଲ୍ଲୀରେ ଏକ୍ସ ଶୋ’ରୁମ୍ ୨.୬୫ ଲକ୍ଷ ଟଙ୍କା । ଯଦି ଆପଣ ୮୦ ହଜାର ଟଙ୍କାର ଡାଉନପେମେଣ୍ଟ କରୁଛନ୍ତି ତ ଆପଣଙ୍କ ଅନ୍ୟ ରାଶି ଇଏମଆଇରେ ଶୁଝି ପାରୁବେ । ଏଥିରେ ଆପଣ ୮୪ ମାସ ଯାଏ ପ୍ରତି ମାସକୁ ୨,୯୯୯ ଟଙ୍କା ଦେବାକୁ ହେବ । ଏହା ପରେ ଏହି କାର୍ ଆପଣଙ୍କର ହୋଇଯିବ।

(ସୌଜନ୍ୟ-ନବଭାରତ ଟାଇମ୍ସ)