ଲିକ୍ ହୋଇଗଲା କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ତଥ୍ୟ । ଯାହାକୁ ନେଇ ରାଗିଗଲେ ପତ୍ନୀ ସାକ୍ଷୀ । ପୁରା ଘଟଣା ଥିଲା କିଛି ଏହିଭଳି । ଧୋନୀଙ୍କ ନାଁ ବ୍ୟବହାର କରି ଆଧାର କାର୍ଡ ବାବଦରେ ପ୍ରଚାର ପ୍ରସାର କରିବାକୁ ଲକ୍ଷ ରଖିଥିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ହେଲେ ତାଙ୍କ ଦ୍ୱାରା ହୋଇଗଲା ଏକ ବଡ ଭୁଲ ।
ଆଉ ଏହି ଭୁଲ ପରେ ରଗିଗଲେ ସାକ୍ଷୀ । ସିଧାସଳଖ ଟ୍ୱିଟ ଜରିଆରେ ରବିଶଙ୍କରଙ୍କୁ ପଚାରିଲେ ପ୍ରଶ୍ନ । ଧୋନୀଙ୍କ ଆଧାର କାର୍ଡ ସଂପର୍କିତ ତଥ୍ୟ ସାର୍ବଜନୀନ କରିବାର ଆରୋପ ମଧ୍ୟ ସେ ଲଗାଇଲେ । ଆଉ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଲେ ରବିଶଙ୍କର । ଆଇଟି ମନ୍ତ୍ରାଳୟ ସହ ଜଡିତ ଏକ ଟ୍ୱିଟର ହ୍ୟାଣ୍ଡଲରୁ ଧୋନୀଙ୍କ ଆଧାର ସଂପର୍କିତ ଟ୍ୱିଟକୁ ଡିଲିଟ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/dc-Cover-s32qlhqseqjvdidr71t45h3m45-20170329111407.Medi_.jpeg)