କ୍ରିକେଟର ଗମ୍ଭୀରଙ୍କ ମହାନତା ! ଶହୀଦ ଏଏସଆଇ ଅବଦୁଲ୍ ରଶିଦଙ୍କ ଝିଅଙ୍କୁ ପଢାଇବେ ପାଠ

38

3ଭାରତୀୟ କ୍ରିକେଟ ଦଳର ଓପନର ବ୍ୟାଟ୍ସମ୍ୟାନ ଗୈାତମ ଗମ୍ଭୀର । ନିଜ ଖେଳକୁ ନେଇ ଯେମିତି ଚର୍ଚ୍ଚାରେ । ସେମିତି ଏବେ ଆଉ ଏକ ମହତ କାମ ପାଇଁ ଖୁବ୍ ଚର୍ଚ୍ଚିତ । ଜମ୍ମୁ-କଶ୍ମୀରର ଅନନ୍ତନାଗ ଅଂଚଳରେ ଆତଙ୍କବାଦୀ ହମଲା , ଯାହା ସମସ୍ତ ଦେଶବାସୀଙ୍କୁ କରିଛି ବ୍ୟଥିତ । ଏଥିରେ ଶହୀଦ୍ ହୋଇଥିବା ଏଏସଆଇ ଅବଦୁଲ୍ ରଶିଦ୍ ଙ୍କ ଝିଅ ଜୋହରାଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ଗମ୍ଭୀର । ଜୋହରାଙ୍କ ସମସ୍ତ ପଢା ଖର୍ଚ୍ଚ ବହନ କରିବେ ଏହି ଭାରତୀୟ କ୍ରିକେଟର । ଏହି ଖବର ଏବେ ସାମ୍ନାକୁ ଆସିଛି । ଗମ୍ଭୀର ଏକ ଟ୍ୱିଟ୍ ମାଧ୍ୟମରେ ଜୋହରାଙ୍କର ସମସ୍ତ ପଢା ଖର୍ଚ୍ଚ ବହନ କରିବେ ବୋଲି ଜଣାଇଛନ୍ତି । ଗମ୍ଭୀରଙ୍କର ଏହି ମହତ ଉଦ୍ଦେଶ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

naxal-sukma-story_647_042517110749ନବଭାରତ ଟାଇମ୍ସରେ ପ୍ରକାଶିତ ସୂଚନା ଅନୁସାରେ, ଗମ୍ଭୀର ନିଜର ଏକ ଟ୍ୱିଟରେ କହିଛନ୍ତି, ‘ଜୋହରା, ମୁଁ ଲୋରି ଗାଇ ତୁମକୁ ଶୁଆଇ ପାରିବିନି, କିନ୍ତୁ ତୁମର ସ୍ୱପ୍ନକୁ ସାକାର କରିବାକୁ ସାହାଯ୍ୟ କରିପାରିବି । ତୁମର ଶିକ୍ଷାର ଉନ୍ନତି ପାଇଁ ସାହାଯ୍ୟ କରିବି ।’ ସୂଚନା ଏହିଯେ, ଗୈାତମ ଗମ୍ଭୀର ସୁକମାରେ ଚଳିତ ବର୍ଷ ଅପ୍ରେଲ ମାସରେ ହୋଇଥିବା ନକ୍ସଲ ହମଲାରେ ଶହୀଦ ସିଆରପିଏଫ୍ ଜବାନଙ୍କ ପରିବାରକୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ସେ ୨୫ ଜଣ ଶହୀଦ ଜବାନଙ୍କ ପିଲାଙ୍କ ପଢା ଖର୍ଚ୍ଚ ବହନ କରିବେ ବୋଲି କହିଥିଲେ । ସେ ଗୈାତମ ଗମ୍ଭୀର ଫାଉଣ୍ଡେସନ ଜରିଆରେ ସାହାଯ୍ୟ କରିବାକୁ ଘୋଷଣା କରିଥିଲେ ।

ଉଲ୍ଲେଖନୀୟ ଯେ, ରଶିଦଙ୍କ ଅନ୍ତିମ ସଂସ୍କାର ସମୟରେ ଜୋହରାର ଦୁଃଖଦ ଫଟୋ ସମସ୍ତଙ୍କୁ ବ୍ୟଥିତ କରିଦେଇଥିଲା । ସୋସିଆଲ୍ ମିଡିଆରେ ଲୋକେ ଜୋହରା ପ୍ରତି ନିଜର ସମ୍ବଦନା ବ୍ୟକ୍ତ କରିଥିଲେ । ଦକ୍ଷିଣ କଶ୍ମୀର ର ଡିଆଇଜି ଏସପି ପାଣି ଜୋହରାଙ୍କ ଫଟୋ ସେୟାର କରି ଭାବୁକ ଭରା ସନ୍ଦେଶ ଲେଖିଥିଲେ । ଏହି ସନ୍ଦେଶ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଛୋଟ ଶିଶୁ ଜୋହରା ନାମରେ ସନ୍ଦେଶ ଜାରି କରି ଡିଆଇଜି ଲେଖିଥିଲେ , ‘ ମୋର ପ୍ରିୟ ଜୋହରା, ତୁମର ଲୁହ ଆମ ହୃଦୟକୁ ଦୁଃଖିତ କରିଦେଇଛି । ତୁମ ପିତା ଦେଇଥିବା ବଳିଦାନକୁ ସବୁଦିନ ମନେରଖାଯିବ । ଏହା କାହିିଁକି ହେଲା ତୁମେ ଏହାକୁ ବୁଝିବାରେ ବହୁତ ଛୋଟ ଅଛ । ଏହି ଭଳି ହିଂସା ପାଇଁ ଦାୟି ଲୋକ , ଯେଉଁମାନେ ରାଜ୍ୟର ପ୍ରତୀକ ଉପରେ ଆକ୍ରମଣ କରିଛନ୍ତି । ସେମାନେ ପାଗଳ । ମଣିଷସମାଜର ଶତ୍ରୁ । ’

ଡିଆଇଜି ଲେଖିଛନ୍ତି, ‘ତୁମ ପିତା ବି ଆମ ସମସ୍ତଙ୍କ ଭଳି ଜମ୍ମୁ-କଶ୍ମୀର ପୁଲିସର ପ୍ରତିନିଧିତ୍ୱ କରୁଥିଲେ । ଯାହା ବୀରତ୍ୱ ଓ ବଳିଦାନର ପ୍ରତୀକ ଅଟେ ।’ ନିରୀହ ଶିଶୁକୁ ସାନ୍ତ୍ୱନା ଦେଇ ଡିଆଇଜି ଲେଖିଛନ୍ତି, ‘ ଆମ ଲୋକମାନଙ୍କ ଭିତରେ ଅନେକ ପରିବାର ସମାଜର ସୁରକ୍ଷା ଓ ହିତ ପାଇଁ ଅପୂରଣୀୟ କ୍ଷତି ସହିଛନ୍ତି । ଏମିତି କାହାଣୀ ଓ ବ୍ୟକ୍ତି ଆମକୁ ଗର୍ବିତ କରିଥାନ୍ତି । ଆମେ ଆମର ନାୟକଙ୍କୁ ଭୁଲି ପାରିବା ନାହିଁ । ନିଜର ପ୍ରିୟଜନ ଯାହାଙ୍କ ସହ ଆମେ ରହିଛେ ଓ ବର୍ଷ ବର୍ଷ ଧରି କାମ କରିଛୁ । ’ ଡିଆଇଜି କହିଛନ୍ତି, ଏ ସବୁ ପରିବାର ଜମ୍ମୁ-କଶ୍ମୀର ପୁଲିସର ଗୈାରବମୟ ଯାତ୍ରାର ଅଂଶ ଅଟେ । ଏମିତି ମୁସ୍କିଲ୍ ସମୟରେ ଏହା ମନେରଖିବା ଯେ ଆମେ ସବୁ ଗୋଟିଏ ପରିବାରର ସଦସ୍ୟ । (ସୌଜନ୍ୟ-ନବଭାରତ ଟାଇମ୍ସ)