ଏବେ ସ୍ମାର୍ଟଫୋନରେ କେବଳ ୧୦ ମିନିଟରେ ଜାଣିପାରିବେ ଏଚଆଇଭି ସଂକ୍ରମଣ ବିଷୟ !

27

କନକ ବ୍ୟୁରୋ : ବୈଜ୍ଞାନିକମାନେ ଏମିତି ଏକ ଆଶ୍ଚର୍ଯ୍ୟକର ସ୍ମାର୍ଟଫୋନ ଆଧାରିତ ପରୀକ୍ଷା ପଦ୍ଧତି ବିକଶିତ କରିଛନ୍ତି , ଯେଉଁଥିରେ ରୋଗୀର ରକ୍ତର ଏକ ବିନ୍ଦୁ ବ୍ୟବହାର କରି କେବଳ ୧୦ ସେକେଣ୍ଡରେ ଏଚଆଇଭି ସଂକ୍ରମଣର ବିଷୟରେ ଜାଣିହେବ । ଡାକ୍ତର ଓ ରୋଗୀଙ୍କ ଦେଖାଶୁଣା କରୁଥିବା ଲୋକଙ୍କୁ ଏହା ତୁରନ୍ତ ତରିକା ଉପଲବ୍ଧ କରିବ ।

ବ୍ରିଟେନ୍ ରେ ସରି ୟୁନିଭର୍ସିଟିର ପ୍ରଫେସର ବିଂସ ଏମେରି କହିଛନ୍ତି, ‘ ଆମେ ସ୍ମାର୍ଟଫୋନ ଟେକନିକ୍ ବ୍ୟବହାର କରି ଏଚଆଇଭିର ପତ୍ତା ଲଗେଇବାପାଇଁ ୧୦ ସେକେଣ୍ଡର ପରୀକ୍ଷା ବିକଶିତ କରାଯାଇଛି । କିନ୍ତୁ ସିଦ୍ଧାନ୍ତ ରୂପରେ ଜିକା ବା ଇବୋଲା ଭାଇରସ୍ ର ଚିହ୍ନଣ୍ଟ ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଇପାରିବ । ଏଥିରେ ଆମେ ଗମ୍ଭୀର ରୋଗ ମହାମାରୀ ରୂପ ନେବା ପୂର୍ବରୁ ଏହାର ପରୀକ୍ଷା କରିପାରିବେ । ଏହି ମୋବାଇଲ୍ ଟେଷ୍ଟରେ ସ୍ୱତଃ ଧ୍ୱନି ଲହରୀ ( ଏସଏଡବ୍ଲ୍ୟୁ) ବାୟୋଚିପ୍ସ ର ବ୍ୟବହାର କରାଯାଇଥାଏ । ଯାହା ସ୍ମାର୍ଟଫୋନରେ ଉପଲବ୍ଧ ଥିବା ମାଇକ୍ରୋଇଲେକ୍ଟ୍ରୋନିକ କଂପୋନେଂଟ ଉପରେ ଆଧାରିତ ଅଟେ ।’

ଏଚଆଇଭିର ଆରମ୍ଭରେ ହିଁ ଜଣାପଡିବା ପରେ ସମ୍ଭାବିତ ରୋଗକୁ ନିୟନ୍ତ୍ରିତ କରିବା ମହତ୍ୱପୂର୍ଣ୍ଣ ହୋଇଥାଏ ।

(ସୌଜନ୍ୟ-ନବଭାରତ ଟାଇମ୍ସ)