ଆସିବେ ମୋଦି : ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା , କମ୍ପିବ ବିଜେପି କାର୍ଯ୍ୟକାରିଣୀ

20

ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ୪ର୍ଥ ଥର ପାଇଁ ଶନିବାର ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ମୋଦି । ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଦେବେ ଯୋଗ । ଏହା ସହ ଅନ୍ୟାନ୍ୟ କେନ୍ଦ୍ରୀୟ ନେତା ଓ ୧୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଶନିବାର ଅପରାହ୍ଣ ୩ଟା୩୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଁଚିବେ ମୋଦି ।

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଠାରୁ ବିମାନ ବନ୍ଦର ଠାରୁ ଜନତା ମଇଦାନ ରାସ୍ତା ସଂପୂର୍ଣ୍ଣ ପ୍ରସ୍ତୁତ ଓ କଡା ସୁରକ୍ଷା ବଳୟରେ ରଖାଯାଇଛି । ଓଡିଶା ଆସିବାର ଗୋଟିଏ ଦିନ ପୂର୍ବରୁ ଓଡିଶାବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ଜନତା ମଇଦାନ ପାଲଟିଛି ଏବେ ତାରକା ହୋଟେଲ । ଏହିଠାରେ ବିଜେପି ପ୍ରସ୍ତୁତ କରିବ ନିଜେ ବ୍ଲୁ-ପ୍ରିଣ୍ଟ । ମୋଦି ହେବେ ନାୟକ । ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ହେବ ରାଜନୀତି ଅଙ୍କକଷା । ବିଭିନ୍ନ ବିଜେପି ନେତା ଦେବେ ନିଜ ନିଜର ପ୍ରତିକ୍ରିୟା । ମୋଦି ଗୋଟିଏ ପରେ ଗୋଟିଏ ପ୍ରଶ୍ନର ବାହାର କରିବେ ସମାଧାନ ସୂତ୍ର । ଆଉ ମୁଖ୍ୟ ଟାର୍ଗେଟରେ ରହିବ ବିଜେଡି । ଓଡିଆ ହାତେଇବାର ବାଟ ବତେଇବେ ମୋଦି । ଆଉ ଏହାକୁ ଆଧାର କରି ବିଜେପି ଚଳାଇବ ଅଭିଯାନ ।

ଏହା ସହ ମଧ୍ୟ ପଢନ୍ତୁ – ୨୦ବର୍ଷ ପରେ ପୁଣି ଓଡିଶାରେ ବିଜେପିର କାର୍ଯ୍ୟକାରିଣୀ : ପ୍ରସ୍ତୁତ ହେବ ନବୀନ ହଟାଅ ରଣନୀତି