ମୋଦି ଯାହା କରିଛନ୍ତି ଆମେ କେବେ ଭାବି ନଥିଲେ ! ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଲ୍ ଗେଟ୍ସ

60

ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ ଶତମୁଖ ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ୍ ଗେଟ୍ସ । ସ୍ୱଚ୍ଛତା ଓ ଖୋଲା ସ୍ଥାନରେ ଶୈାଚ କରିବାକୁ ବନ୍ଦ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମକୁ ଖୁବ୍ ତାରିଫ୍ କରିଛନ୍ତି ବିଲ୍ ଗେଟ୍ସ । ଏକ ବ୍ଲଗରେ ଲେଖିଛନ୍ତି , ପ୍ରଧାନମନ୍ତ୍ରୀ ମୋଦି ୩ ବର୍ଷ ପୂର୍ବେ ଏମିତି ଏକ ସମସ୍ୟା ଉପରେ ପ୍ରଶ୍ନ ଉଠାଇଥିଲେ ,ଯାହା ବିଷୟରେ ଆମେ ଭାବିବାକୁ ବି ପସନ୍ଦ କରିନଥାଉ । ଭାରତର ପ୍ରଧାନମନ୍ତ୍ରୀ ଜନ ସ୍ୱାସ୍ଥ୍ୟଙ୍କୁ ନେଇ ଏକ ଏମିତି ଐତିହାସିକ ଟିପ୍ପଣୀ କଲେ ,ଯାହାକୁ ଆଜିଯାଏ କୈାଣସି ନିର୍ବାଚିତ ସଦସ୍ୟଙ୍କ ମୁହଁରୁ ଶୁଣାଯାଇନି । ଆଜି ଏହାର ବହୁତ ପ୍ରଭାବ ପଡିଛି ।

୨୦୧୪ରେ ମୋଦିଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ଏହି ମହତ କାର୍ଯ୍ୟ ସ୍ୱଚ୍ଛ ଭାରତ ଅଭିଯାନ । ସେତେବେଳେ ୪୨ ପ୍ରତିଶତ ଲୋକଙ୍କୁ ସ୍ୱଚ୍ଛତା ଉପଲବ୍ଧ ଥିଲା । ଏବେ ୬୩ ପ୍ରତିଶତ ଲୋକଙ୍କୁ ଏହାର ଫାଇଦା ମିଳିଛି ଏବଂ ୨ଅକ୍ଟୋବର ,୨୦୧୯ରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତିରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ସ୍ଥିର ହୋଇଛି ।