ପଡୋଶୀର ବେନାମୀ ସଂପତ୍ତି ବାବଦରେ ସୂଚନା ଦିଅନ୍ତୁ, ୧କୋଟି ଟଙ୍କାର ପୁରସ୍କାର ଜିତନ୍ତୁ ! କଳାଧନ ବିରୋଧରେ କେନ୍ଦ୍ରର ନୂଆ ଫର୍ମୂଲା

69

କନକ ବ୍ୟୁରୋ : ଆପଣ ବିନା ପରିଶ୍ରମରେ ଘରେ ବସି ୧କୋଟିର ମାଲିକ ହେବାକୁ ଚାହୁଁଛନ୍ତି କି ? ନିଶ୍ଚୟ ଏହି ସୁଯୋଗ ଆପଣଙ୍କ ହାତ ପାହାଁନ୍ତାରେ । କେନ୍ଦ୍ର ସରକାର ଏମିତି ଏକ ଅଭିନବ ସୁଯୋଗ ଆଣିଛନ୍ତି । ପୁରସ୍କାର ଆକାରରେ ଜନସାଧାରଣଙ୍କୁ ୧ କୋଟି ଦେବାକୁ ଘୋଷଣା କରିବାକୁ ଯାrupeesଉଛନ୍ତି । ଆଉ ଏଥିପାଇଁ ଆପଣଙ୍କ ଗୋଟିଏ କାମ କରିବାକୁ ପଡିବ । ସରକାରର ବିଶ୍ୱାସଭାଜନ ହୋଇ କିଛି ତଥ୍ୟ ଦେବାକୁ ପଡିବ । ଯଦି ଆପଣଙ୍କ ପାଖ ପଡୋଶୀଙ୍କ ପାଖରେ କୈାଣସି ବେନାମୀ ସଂପତ୍ତି ରହିଥିବାର ଜାଣୁଛନ୍ତି ତ ଏହି ସୂଚନା ସରକାରଙ୍କୁ ଜଣାଇବାକୁ ପଡିବ ।

ଇଣ୍ଡିଆଟୁଡେରେ ପ୍ରକାଶିତ ତଥ୍ୟ ଅନୁସାରେ , କଳାଧନ ବିରୋଧରେ କେନ୍ଦ୍ର ଆପଣେଇଛି ଏହି ଫର୍ମୂଲା । ଆଉ ଏହି ପୁରସ୍କାର ଫର୍ମୂଲାକୁ ଆସନ୍ତା ମାସରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ସିନିୟର ସେଂଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟାକ୍ସ ( ସିବିଡିଟି) , ଯିଏକି ଏହି ପଲିସର ଏକ ଅଂଶ ଅଟନ୍ତି ,କହିଛନ୍ତି, ନାମକୁ ଗୁପ୍ତ ରଖାଯିବା ସହ , ଜଣେ ଇନର୍ଫମର ଅତିକମରେ ୧୫ଲକ୍ଷ ଟଙ୍କା ଓ ଅତି ବେଶୀରେ ୧ କୋଟି ଟଙ୍କା ପାଇପାରିବେ ।

କେମିତି ଏହି ଟଙ୍କା ପାଇବେ ? –
khatron-ke-khiladi_071017054851ସରକାରୀ ଅଧିକାରୀଙ୍କ ସୂଚନା ମୁତାବକ , ଆପଣ ଦେଉଥିବା ସୂଚନା ସଠିକ ହେବା ଏବଂ ଇନଫରମରକୁ ଗୁପ୍ତ ରଖାଯିବ । ଆଉ ମଧ୍ୟ କହିଛନ୍ତି , ‘ବିଭାଗ କେବେ ବି ଏହି ପରିଚୟର ଖୁଲାସା କରିବ ନାହିଁ । କାରଣ ଏହା ଦ୍ୱାରା ସୂଚନାକାରୀ ଅସୁବିଧାରେ ପଡିପାରନ୍ତି । ’ ଏହା ପ୍ରବନ୍ଧକ ନିର୍ଦ୍ଦେଶାଳୟ , ଆୟକର ବିଭାଗ ଓ ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶାୟଙ୍କର କର୍ତ୍ତବ୍ୟ ଯେ ସୂଚନାକାରୀଙ୍କୁ ପୁରସ୍କୃତ କରିବା ।

626825-rupeeବେନାମୀ ନିଷେଧ ସଂଶୋଧନ ଅଧିନିୟମ, ୧ ନଭେମ୍ବର ୨୦୧୬ରେ ପ୍ରଭାବିତ ହୋଇଥିଲା । ସଂଶୋଧିତ ଆଇନର ପ୍ରଭାବ ଦ୍ୱାରା ଅନେକ ବେନାମୀ ସଂପତ୍ତିର ପତ୍ତା ମିଳିପାରିଛି । ବେନାମୀ ସଂପତ୍ତି ବ୍ୟାଙ୍କ ଖାତା ଓ ଅଚଳ ସଂପତ୍ତି ମଧ୍ୟ ସାମିଲ ଅଛି ।

ଏଣୁ ଆପଣ ଏବେ ପ୍ରସ୍ତୁତ ହୋଇଯାଆନ୍ତି । ସରକାରକୁ ଏ ଦିଗରେ ସହ ଯୋଗ କରନ୍ତୁ । ଏକ ଉନ୍ନତ ଦେଶ ଗଠନ ଦିଗରେ କଳାଧନକୁ ଠାବ କରିବା ନିହାତି ଜରୁରୀ ଅଟେ । ଯାହା ଦେଶର ଆଗାମୀ ଭବିଷ୍ୟତରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ଆଏ ଦେଶକୁ ଏକ ଉନ୍ନଚ୍ଛିର ମାର୍ଗରେ ନେଇଯିବ ।
(ସୌଜନ୍ୟ- ଇଣ୍ଡିଆଟୁଡେ)