ବେଙ୍ଗାଲୁରୁ : ଅନଲାଇନରେ ୨୫ହଜାର ଟଙ୍କାର ଲୁଟ୍ , ବ୍ୟାଙ୍କ ଫେରାଇଲା ୫୦ ହଜାର !

38

ବେଙ୍ଗାଲୁରୁରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଯାହାକୁ ନେଇ ଚାରିଆଡେ ଖୁବ୍ ଆଲୋଚନା । ନବଭାରତ ଟାଇମ୍ସରେ ପ୍ରକାଶିତ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ବେଙ୍ଗାଲୁରୁରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଜଣେ ଖାତାଧାରୀଙ୍କ ଖାତାରୁ ଅନଲାଇନ ଚୋରି ହୋଇଥିବା ଟଙ୍କା ଫେରେଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଯେ , ବ୍ୟାଙ୍କ୍ ଗୋଟିଏ ଖାତାକୁ ଦୁଇଥର ଟଙ୍କା ପଠାଇଛି  ବ୍ୟାଙ୍କ ।

ମଟ୍ଟିକେରେର ସ୍ଥାନୀୟ ନିବାସୀ ବସଭରାଜ ବଡିଗେରା , ଯିଏ କି ପେଶାରେ ଜଣେ ଅଡିଟର ଅଟନ୍ତି । ତାଙ୍କର ସେଭିଂ ଆକାଉଣ୍ଟରୁ ୯ଜୁଲାଇରେ ସାଇବର ଅପରାଧିମାନେ ୨୫ ହଜାର ଟଙ୍କା କାଢିନେଇଥିଲେ । ଏହା ଜାଣି ତୁରନ୍ତ ବସଭରାଜ ନିଜର ଖାତାକୁ ବନ୍ଦ କରିଦେଇଥିଲେ । ଏବଂ ଏହି ମାମଲାର ସୂଚନା ବ୍ୟାଙ୍କ୍ ସହ ୟଶବନ୍ତପୁର ପୁଲିସ୍ ଷ୍ଟେସନକୁ ଦେଇଥିଲେ । ବସଭରାଜଙ୍କ ଅନୁସାରେ ଅନଲାଇନ୍ ବ୍ୟାଙ୍କିଂ ଜରିଆରେ ଟଙ୍କା ପଠାଇବା ପାଇଁ ଓଟିପି ନିହାତି ଦରକାର ହୋଇଥାଏ । ବ୍ୟାଙ୍କ ତରଫରୁ ଏହି ଓଟିପି ଅନଲାଇନ୍ ଲୁଟେରାଙ୍କୁ ଉପଲବ୍ଧ କରାଯାଇଥିଲା । ଏହି ଭୁଲ୍ ବ୍ୟାଙ୍କ ହିଁ କରିଥିଲା ।

ଆରବିଆଇକୁ କଲେ କଂପ୍ଲେନ୍ – ଆରମ୍ଭରେ ବ୍ୟାଙ୍କର ଅଧିକାରୀମାନେ ଏହି ମାମଲାକୁ ଧ୍ୟାନ ଦେଇନଥିଲେ । କିନ୍ତୁ ବସଭରାଜ ସବୁ ଜରୁରୀ ଦସ୍ତାବିଜଗୁଡିକ ସହ ଭାରତୀୟ ରିଜର୍ଭ ବ୍ୟାଙ୍କ( ଆରବିଆଇ)ରେ କଂପ୍ଲେନ୍ କରିଥିଲେ । ଏହାପରେ ୧୬ ସେପ୍ଟେମ୍ବରକୁ ଏସବିଆଇ ଦ୍ୱାରା ତାଙ୍କ ଖାତାରେ ୨୫ ହଜାର ଟଙ୍କା ଫେରେଇଥିଲେ । ଖାଲି ଏତିକି ନୁହେଁ ୨୮ ସେପ୍ଟେମ୍ବର କୁ ମଧ୍ୟ ଏହି ବ୍ୟାଙ୍କରୁ ତାଙ୍କର ଖାତାକୁ ୨୫ ହଜାର ଟଙ୍କା ଆଉଥରେ ଜମା କରାଯାଇଥିଲା ।

ଏହା ପୂର୍ବରୁ ବସଭରାଜଙ୍କ ବନ୍ଧୁଙ୍କୁ ମଧ୍ୟ ଏମିତି ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ସାଇବର ଅପରାଧିମାନେ ତାଙ୍କର ଖାତାରୁ ୧ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏହାର ତୁରନ୍ତ ବସଭରାଜଙ୍କ ବନ୍ଧୁ ବ୍ୟାଙ୍କ ଓ ପୁଲିସ୍ ଷ୍ଟେସନରେ ମାମଲାର କଂପ୍ଲେନ୍ ଦାଖଲ କରିଥିଲେ । କିଛି ଦିନ ପରେ ତାଙ୍କର ଟଙ୍କା ଫେରସ୍ତ ପାଇଥିଲେ । ସେ ଉଦାହରଣ ଦେଇ ଏହା ମଧ୍ୟ କହିଛନ୍ତି ଯଦି ଆମ ସହ ସାଇବର ଅପରାଧ ଦ୍ୱାରା ଆମର ଟଙ୍କା ଲୁଟ୍ ହେଉଛି ଏବଂ ଆମେ ଏହାର ତୁରନ୍ତ ଯଦି କଂପ୍ଲେନ୍ ଦେବା ତ ଟଙ୍କା ନିଶ୍ଚିତ ଫେରସ୍ତ ପାଇବା ।

କଂପ୍ଲେନ୍ ଦେଇଥିବା ବସଭରାଜ ବଡିଗେରାଙ୍କ କହିବା ହେଲା ମୋତେ ମୋ ପଇସା ମିଳିଗଲା । କିନ୍ତୁ ମୋର କୈାଣସି ଭୁଲ୍ ନଥାଇ ମୋ ପଇସା , ସମୟ ନଷ୍ଟ ହେଲା । ଏହି କାରଣରୁ ମୁଁ ମୋର କ୍ଷତିପୂରଣ ବାବଦକୁ ୫ହଜାର ଟଙ୍କା ଦାବି କରିଥିଲି ।