ନଜରରେ ଯୋଗୀ ଆଦିତ୍ୟନାଥ : କାର୍ଯ୍ୟକାରିଣୀରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା

34

ବିଜେପିର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଗୋଟିଏ ପରେ ଗୋଟିଏ ବିଜେପି ନେତା ପହଁଚିଛନ୍ତି ରାଜଧାନୀ କାର୍ଯ୍ୟକାରିଣୀ ସ୍ଥଳୀରେ । ସରଗରମ ବାତାବରଣ । ବିଜେପି ବିଜେପି ଲାଗୁଛି ପୁରା ରାଜଧାନୀ । ଆଉ ଏହାରି ଭିତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ସମସ୍ତଙ୍କର ନଜର । ଯିଏ ଏହି ଟେମ୍ପଲ ସିଟିରେ ସାଜିଛନ୍ତି ସମସ୍ତଙ୍କ ଓଠରେ ଗୁଣୁଗୁଣୁ ଶଦ୍ଦ ।

ଭୁବନେଶ୍ୱରରେ ,ଜନତା ମଇଦାନ ବାହାରେ ଲାଗିଥିବା ଜାତୀୟ କାର୍ଯ୍ୟକାରିଣୀର ବିଭିନ୍ନ ପୋଷ୍ଟର । ଆଉ ଏଥିରେ ଯୋଗୀଙ୍କୁ ଦିଆଯାଇଛି ସ୍ୱତନ୍ତର ସ୍ଥାନ । ମୁଖ୍ୟମନ୍ତ୍ରୀ ହେବା ପରେ ୭ ଦିନରେ ୫୦ଟି ନିଷ୍ପତ୍ତି ନେଇ ଲୋକପ୍ରିୟ ପାଲଟିଯାଇଛନ୍ତି ଯୋଗୀ । ଶୀଘ୍ର ନିଷ୍ପତି ନେଇ ସମାଧାନ ଦେଉଥିବା ଯୋଗୀ ପାଲଟିଛନ୍ତି ମୋଦି ଶାସନର ଜଣେ ପୁରୋଧା ।

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଶାସନ ପାଇଁ ଏକ ଆହ୍ୱାନ ପାଲଟିଥିବା ଯୋଗୀ, କୃଷକଙ୍କୁ ଋଣ ଛାଡ ନିଷ୍ପତ୍ତି ନେଇ ଏବେ ଚର୍ଚ୍ଚାରେ । ମନ୍ତ୍ରୀଙ୍କୁ ନାଲିବତୀ ଗାଡି ମନା , ଭିଭିଆଇପି ସଂସ୍କୃତିକୁ ପ୍ରୋତ୍ସାହନ ନ ଦେବା , ନାରୀ ସୁରକ୍ଷା ଦିଗରେ ଆଣ୍ଟି ରୋମିଓ ସ୍କ୍ୱାଡ ଗଠନ ,ଡାକ୍ତରଙ୍କ ପ୍ରାଇଭେଟ୍ ପ୍ରାକ୍ଟିସ୍ ବ୍ୟାନ୍ କରିବା ଆଦି ଅନେକ ନିଷ୍ପତ୍ତି ନେଇ ଯୋଗୀ ଆଦିତ୍ୟନାଥ ଆଜି ସମସ୍ତଙ୍କ ନଜରରେ ।

ସୂଚନା ମୁତାବକ ଭୁବନେଶ୍ୱରର ୪୭ ବର୍ଷିୟ ଜଣେ ବ୍ୟକ୍ତି ଯୋଗୀ କହିଛନ୍ତି , ଆମେ ଯୋଗୀଙ୍କୁ ଦେଖିବାକୁ ଚାହିଁ ରହିଛୁ ଏବଂ ଭଗବାନ ତାଙ୍କୁ ଦେଶର ସେବା କରିବାକୁ ଏହି ସୁଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଯୋଗୀ ହିଁ ସାଜିଥିଲେ ଦିଲ୍ଲୀ ମ୍ୟୁନିସପାଲଟି ପୋଲର ଲୋକପ୍ରିୟ ଓ ଚର୍ଚ୍ଚିତ ଚେହେରା ।